ଓଡିଶା

odisha

By

Published : Jun 27, 2023, 7:30 AM IST

ETV Bharat / state

ଓଜେଏସଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ; ନିରପେକ୍ଷତା ଓ ସାଧୁତାର ସହ କାର୍ଯ୍ୟ କର

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଲୋକସେବା ଭବନ କନଭେନ୍ସନ ସେଣ୍ଟରରେ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ

one day Exposure Visit programme
one day Exposure Visit programme

one day Exposure Visit programme

ଭୁବନେଶ୍ବର: ନବ ନିଯୁକ୍ତି ଓଡ଼ିଶା ବିଚାର ବିଭାଗୀୟ ସେବା ଅଧିକାରୀ ଶିକ୍ଷାନବିଶଙ୍କୁ ଅଧିକ ଜ୍ଞାନ ଆହରଣ, ବ୍ୟକ୍ତିତ୍ୱର ବିକାଶ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଲୋକସେବା ଭବନ କନଭେନ୍ସନ ସେଣ୍ଟରରେ ସୋମବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷଣ ନେଉଥିବା ୫୧ ଜଣ ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀମାନଙ୍କୁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ଏଥିରେ ବିଚାର ବିଭାଗର ଭୂମିକା ସଂପର୍କରେ ଆଲୋକପାତ କରିଛନ୍ତି ।

ସେହିପରି ନବ ନିଯୁକ୍ତ ବିଚାର ବିଭାଗୀୟ ଅଧିକାରୀମାନେ କାର୍ଯ୍ୟରେ ସାଧୁତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏଥିସହ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିବା ମଧ୍ୟରେ ବିଚାର ବିଭାଗ ସହିତ ତାଙ୍କର ଦୀର୍ଘ ବର୍ଷର କାର୍ଯ୍ୟ ଅଭିଜ୍ଞତା ପ୍ରଶିକ୍ଷାର୍ଥୀଙ୍କୁ କହିବା ସହ କାର୍ଯ୍ୟ ସମୟରେ ସେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଆହ୍ୱାନ ଓ ସେସବୁର କିପରି ସମାଧାନ କରାଯାଇଥିଲା ସେ ସଂପର୍କରେ ଆଲୋଚନା କରିଛନ୍ତି ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ନୀତିର କାର୍ଯ୍ୟାନ୍ୱୟନ ପାଇଁ ବିଚାର ବିଭାଗର ସହାୟତାର ଆବଶ୍ୟକତା ରହିଛି । ପ୍ରଶିକ୍ଷାର୍ଥୀମାନେ ବିଚାର ବିଭାଗର ଗୁରୁତ୍ୱକୁ ଭଲ ଭାବେ ବୁଝିବା ଆବଶ୍ୟକ । ଅର୍ଥ, କ୍ଷମତାସଂପନ୍ନ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ନହୋଇ ଉପଲବ୍ଧ ରେକର୍ଡ ଏବଂ ତଥ୍ୟକୁ ଆଧାର କରି ସେମାନେ ନିଷ୍ପତ୍ତି ନେବା ଆବଶ୍ୟକ । କ୍ଷମତା ଓ ଅର୍ଥ ଦ୍ୱାରା ପ୍ରଭାବିତ ହେଲେ ଗରିବ ଓ ଅବହେଳିତ ଲୋକେ ପ୍ରକୃତ ନ୍ୟାୟ ପାଇପାରିବେ ନାହିଁ । ଓଜେଏସ ପ୍ରୋବେସନରମାନଙ୍କୁ ସେ ସତ୍ୟ, ଏକାଗ୍ରତା, ନ୍ୟାୟ ସଙ୍ଗତ ଭାବେ ଆଗାମୀ ଆହ୍ୱାନର ସମ୍ମୁଖୀନ ହୋଇ କାର୍ଯ୍ୟ କରିବା ଏବଂ ବିଚାରରେ ଗୁଣାତ୍ମକତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ସରକାର କିପରି ଆହୁରି ଅଧିକ ଭଲ ଭାବରେ କାର୍ଯ୍ୟ କରିପାରିବେ ଏଥିପାଇଁ ବିଚାର ବିଭାଗର ଗୁରୁତ୍ୱ ରହିଥିବା ସଂପର୍କରେ ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ଓଡ଼ିଶା ଲୋକସେବା ଭବନରେ ସରକାରୀ କାର୍ଯ୍ୟ ପ୍ରଶିକ୍ଷଣର ନିୟମଧାରା, ସେବା ସର୍ତ୍ତ ବିଷୟ, ତଦନ୍ତ ଓ ଚାର୍ଜସିଟ ଦାଖଲରେ ଆଇନଗତ ପ୍ରକ୍ରିୟା ଓ ପଦକ୍ଷେପରେ ପୋଲିସ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ, ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ, ସରକାରଙ୍କ ପ୍ରମୁଖ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ, ପ୍ରମୁଖ ସୂଚନା ଓ ପ୍ରଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ, ୫-ଟି, ମୋ ସରକାର, କୋର୍ଟ କାର୍ଯ୍ୟ ପରିଚାଳନା, ରାଜ୍ୟ ସରକାର ଓ ବିଚାର ବିଭାଗ ସଂପର୍କିତ କାର୍ଯ୍ୟ, ଆଡଭୋକେଟ ଜେନେରାଲଙ୍କ ଦାୟିତ୍ୱ ଓ ଭୂମିକା, ରାଜ୍ୟ ବଜେଟ ପ୍ରସ୍ତୁତି ସଂପର୍କରେ ଜ୍ଞାନ ଆହରଣ, ଆର୍ଥିକ ସଂବଳ ଆବଣ୍ଟନ, ବିଧାନସଭାର ଭୂମିକା, ବଜେଟ ବ୍ୟୟରେ କାର୍ଯ୍ୟନିର୍ବାହୀଙ୍କ ଭୂମିକା ଆଦି ସଂପର୍କରେ ରାଜ୍ୟ ପ୍ରଶାସନ, ପୋଲିସ ପ୍ରଶାସନ ଓ ଆଇନ ବିଭାଗର ବରିଷ୍ଠ ପଦାଧିକାରୀମାନେ ପ୍ରଶିକ୍ଷଣ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details