ଖୋର୍ଦ୍ଧା:ବାଲୁଗାଁ ବାଇପାସରେ ସଡକ ଦୁର୍ଘଟଣା । ପୋଲିସ ଭ୍ୟାନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାନାପଲ୍ଲି ଅଞ୍ଚଳର ପି. କୃଷ୍ଣ ଚନ୍ଦ୍ର ପାତ୍ର (୬୦) । ସୂଚନା ଅନୁସାରେ, କୃଷ୍ଣ ଚନ୍ଦ୍ର ଗୋଲା ସମ୍ପ୍ରଦାୟର ହେଇଥିବାରୁ ପ୍ରତ୍ୟେକ ଦିନ ଛେଳି ଚରାଇବାକୁ ଯାଇଥାନ୍ତି । ତେବେ ସେ ଗତକାଲି(ବୁଧବାର) ବାଲୁଗାଁ ସୀମା ଅଞ୍ଚଳକୁ ଛେଳି ଚରାଇବାକୁ ଆସିଥିବା ବେଳେ ବାଲୁଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପୋଲିସ୍ ଭ୍ୟାନ୍ ରାସ୍ତା ପାର ହେଉଥିବା ସମୟରେ ବୃଦ୍ଧ କୃଷ୍ଣ ପାତ୍ରଙ୍କୁ ଧକ୍କା ଦେଇଥିଲା ।
ମର୍ମନ୍ତୁଦ ସଡକ ଦୁର୍ଘଟଣା: ପୋଲିସ ଭ୍ୟାନ ଧକ୍କାରେ ବୃଦ୍ଧ ମୃତ
ବାଲୁଗାଁ ବାଇପାସରେ ସଡକ ଦୁର୍ଘଟଣା । ପୋଲିସ ଭ୍ୟାନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । ଅଧିକ ପଢନ୍ତୁ
ମର୍ମନ୍ତୁଦ ସଡକ ଦୁର୍ଘଟଣା: ପୋଲିସ ଭ୍ୟାନ ଧକ୍କାରେ ବୃଦ୍ଧ ମୃତ
ଖବରପାଇ ଘଟଣା ସ୍ଥଳରେ ନାଭାଲ୍ ଫାଣ୍ଡି ପୋଲିସ୍ ପହଞ୍ଚି ଗୁରୁତର ଅବସ୍ଥାରେ କୃଷ୍ଣ ପାତ୍ରଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଗୁରୁତର ପାତ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବାଲୁଗାଁ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ପୋଲିସ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ଖୋର୍ଦ୍ଧା