ଓଡିଶା

odisha

ETV Bharat / state

ଆଜିଠୁ ଜୁଲାଇ 2 ଯାଏଁ ଭିଜିବ ଓଡିଶା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗୁରୁବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ । ତେବେ ଆଜିଠାରୁ ଆସନ୍ତା ଜୁଲାଇ 2 ଯାଏଁ ଭିଜିବ ଓଡିଶା । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 28, 2019, 5:27 PM IST

ଭୁବନେଶ୍ବର: ଆଜିଠାରୁ ଆସନ୍ତା ଜୁଲାଇ 2 ଯାଏଁ ଭିଜିବ ଓଡିଶା । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗୁରୁବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ । ସେହିପରି ଆସନ୍ତା ଜୁନ 30 ଓ ଜୁଲାଇ 1 ରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ତେବେ ରାଜ୍ୟର ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ, କଳାହାଣ୍ଡି ପୁରୀ ଆଦି ଜିଲ୍ଲାରେ ଆସନ୍ତା 1 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା କରାଯାଉଛି । ଅନ୍ୟପଟେ ଏହି ଲଘୁଚାପ ଜନିତ ବର୍ଷାରେ ବାକି ସବୁ ଜିଲ୍ଲା ବି ଭିଜିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details