ଓଡିଶା

odisha

By

Published : Apr 12, 2023, 10:30 PM IST

ETV Bharat / state

Odisha Skill Conclave: ବିଶ୍ୱ କୌଶଳ କେନ୍ଦ୍ର ରୂପେ ପ୍ରଦର୍ଶିତ ହେବ ଓଡିଶା

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି ଯେ, ଏବେ ଦେଶ ପାଇଁ ଏକ ନୂତନ ଓଡିଶା ଦେଖିବାର ସମୟ ଆସିଛି । ଓଡିଶା ସ୍କିଲ କନକ୍ଲେଭ ମାଧ୍ୟମରେ ଯୁବକମାନଙ୍କୁ ଭୌଗୋଳିକ ଅନିଶ୍ଚିତତା, ମାକ୍ରୋ-ଅର୍ଥନୈତୀକ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ସହ ସେମାନଙ୍କର ଭବିଷ୍ୟତ ସୁରକ୍ଷିତ କରିବାର ଲକ୍ଷ୍ୟ ରଖିଛୁ । ଅଧିକ ପଢନ୍ତୁ

Odisha Skill Conclave: ବିଶ୍ୱ କୌଶଳ କେନ୍ଦ୍ର ରୂପେ ପ୍ରଦର୍ଶିତ ହେବ ଓଡିଶା
Odisha Skill Conclave: ବିଶ୍ୱ କୌଶଳ କେନ୍ଦ୍ର ରୂପେ ପ୍ରଦର୍ଶିତ ହେବ ଓଡିଶା

Odisha Skill Conclave: ବିଶ୍ୱ କୌଶଳ କେନ୍ଦ୍ର ରୂପେ ପ୍ରଦର୍ଶିତ ହେବ ଓଡିଶା

ଭୁବନେଶ୍ବର: ରାଜ୍ୟ ସରକାର ଅପ୍ରେଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡିଶା ସ୍କିଲ କନକ୍ଲେଭ-୨୦୨୩ ଆୟୋଜନ କରିବାକୁ ଯାଉଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶାକୁ ଏକ ବିଶ୍ୱସ୍ତରୀୟ ସ୍କିଲ୍‌ ହବ୍‌ ଭାବରେ ସ୍ଥାନିତ କରିବା । ଲୋକଙ୍କମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା । ଏଥି ନିମନ୍ତେ ଆୟୋଜିତ ଏକ କର୍ଟେନ ରେଜର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତଥ୍ୟ ପ୍ରଦାନ କରିଛନ୍ତି ।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି ଯେ, ଏବେ ଦେଶ ପାଇଁ ଏକ ନୂତନ ଓଡିଶା ଦେଖିବାର ସମୟ ଆସିଛି । ଓଡିଶା ସ୍କିଲ କନକ୍ଲେଭ ମାଧ୍ୟମରେ ଯୁବକମାନଙ୍କୁ ଭୌଗୋଳିକ ଅନିଶ୍ଚିତତା, ମାକ୍ରୋ-ଅର୍ଥନୈତୀକ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ସହ ସେମାନଙ୍କର ଭବିଷ୍ୟତ ସୁରକ୍ଷିତ କରିବାର ଲକ୍ଷ ରଖିଛୁ । ଓଡିଶା ସ୍କିଲ କନକ୍ଲେଭ ଏକ ଇଣ୍ଟାରାକଫିଭ ହେବ । ଯେଉଁଠାରେ ଛାତ୍ରଛାତ୍ରୀ, ପ୍ରଶିକ୍ଷଣ ସହଭାଗୀ ଏବଂ କର୍ପୋରେଟମାନେ ଏକତ୍ରିତ ହୋଇ ଗଠନମୂଳକ ବାର୍ତ୍ତାଳାପରେ ନିୟୋଜିତ ହୋଇପାରିବେ । ଆମେ ବିଭିନ୍ନ କର୍ପୋରେଟ ସହିତ ଏମଓୟୁ ସ୍ୱାକ୍ଷର କରିବାକୁ ଆଗ୍ରହୀ ଅଟୁ । ଯାହା ସେମାନଙ୍କର କର୍ମଶାଳାକୁ ମଜବୁତ କରିବାର ଆବଶ୍ୟକତା ପୂରଣ ଦିଗରେ ସକ୍ଷମ ହେବ ।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ କହିଛନ୍ତି ଯେ, ଓଡିଶା ସ୍କିଲ କନକ୍ଲେଭ କେବଳ ଓଡିଶା ପାଇଁ ନୁହେଁ ବରଂ ଆମେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ରାଜ୍ୟକୁ ଉପସ୍ଥାପନ କରିବାକୁ ଅପେକ୍ଷା କରିଛୁ । କାରଣ ଆମେ ମଧ୍ୟ ଏକ ଶକ୍ତିଶାଳୀ ଇକୋସିଷ୍ଟମ ଗଠନ କରିଛୁ । ଏହି ଆୟୋଜନ ଦକ୍ଷତାର କେନ୍ଦ୍ର ହେବା ସହିତ ଯୁବପିଢିଙ୍କ ପାଇଁ ବେଶ ଆକାଂକ୍ଷାପୂର୍ଣ୍ଣ ହେବ ବୋଲି ଆଶା । ଆମେ ସମସ୍ତଙ୍କର ସକ୍ରିୟ ଅଂଶଗ୍ରହଣକୁ ଅପେକ୍ଷା କରିଛୁ । ଆମର ଅଭିଜ୍ଞତାକୁ ଏକ ବିଚାରଶୀଳ ନେତୃତ୍ୱ ଭାବରେ ରାଜ୍ୟର ସ୍ଥିତିକୁ ଆଗକୁ ଆଣିବାକୁ ଚେଷ୍ଟା କରିବୁ ।

ଟାଟା ଷ୍ଟିଲ ମାଇନିଂ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତିଜା କହିଛନ୍ତି ଯେ, ଓଡିଶାର ସ୍କିଲିଂ ସହିତ ଜଡିତ ଥିବାରୁ ଏଫଆଇସିସିଆଇ ଗର୍ବିତ । ବିଭିନ୍ନ କ୍ଷେତ୍ରରେ ତାଲିମ ଏବଂ ଶିକ୍ଷା ଭବିଷ୍ୟତରେ ଅନେକ ସୁଯୋଗ ସୃଷ୍ଟି କରିବ । ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ରଘୁ ଜି ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଏକ ଭିଡିଓ ଦର୍ଶକଙ୍କୁ ପ୍ରଦର୍ଶିତ କରାଯାଇଛି । ଯେଉଁଥିରେ ଉଚ୍ଚଦକ୍ଷତା ପ୍ରଶିକ୍ଷଣରେ ଯୋଗଦାନ କରୁଥିବା କେନ୍ଦ୍ରର ସୁବିଧା ଗୁଡ଼ିକ ଦର୍ଶାଯାଇଛି ।

ରାଜ୍ୟର ମାନବ ସମ୍ବଳର ସାମର୍ଥ୍ୟକୁ ବିକାଶ ଏବଂ ଉଚ୍ଚ ମାନର, ଯୁକ୍ତିଯୁକ୍ତ ମୂଲ୍ୟ ଏବଂ ସହଜରେ ଉପଲବ୍ଧ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ତଥା ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । କନକ୍ଲେଭରେ ବିଭିନ୍ନ ଏମଓୟୁ ସ୍ୱାକ୍ଷର ହେବା ସହିତ ସମ୍ମିଳନୀ, ପ୍ରଦର୍ଶନୀ, ପ୍ରଦର୍ଶନ, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ଏବଂ ରାଜ୍ୟର କୁଶଳୀ ଶ୍ରମିକମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିବ । ଏଥିରେ ଶିଳ୍ପ, ଏକାଡେମୀ ଏବଂ ଅନ୍ତର୍ଜାତୀୟ ସଂଗଠନର ବରିଷ୍ଠ ନେତାମାନେ ଯୋଗଦେବେ । ଯେଉଁଥିରେ ସ୍କିଲ ଆମ୍ବାସାଡର ତଥା ରାଜ୍ୟର ସହଭାଗୀ ଦେଶ ପ୍ରତିନିଧୀ ଯୋଗ ଦେବେ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାର, ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ସହିତ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବରସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଏହି କର୍ଟେନ ରେଜର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details