ଓଡିଶା

odisha

ETV Bharat / state

ଟ୍ରାଙ୍କୁଲାଇଜ ବେଳେ ଆକ୍ରମଣ କଲା ହାତୀ, ଫରେଷ୍ଟରଙ୍କ ସହ ୨ ଗୁରୁତର

ଏକ ଦନ୍ତାହାତୀକୁ ଟାଙ୍ଗୀ ବ୍ଲକ ଗୟାବନ୍ଧ ଜଙ୍ଗଲ ନିକଟରେ ରେଡ଼ିଓ କଲାର କରିବା ଲାଗି ଟ୍ରାଙ୍କୁଲାଇଜ କରିବାକୁ ଟିମ ପ୍ରୟାସ କରୁଥିବା ବେଳେ ଆକ୍ରମଣ କଲା ହାତୀ । ଫରେଷ୍ଟରଙ୍କ ସହ ୨ ଗୁରୁତର । ଅଧିକ ପଢନ୍ତୁ

By

Published : Nov 22, 2021, 11:56 AM IST

ଟ୍ରାଙ୍କୁଲାଇଜ ବେଳେ ଆକ୍ରମଣ କଲା ହାତୀ, ଫରେଷ୍ଟରଙ୍କ ସହ ୨ ଗୁରୁତର
ଟ୍ରାଙ୍କୁଲାଇଜ ବେଳେ ଆକ୍ରମଣ କଲା ହାତୀ, ଫରେଷ୍ଟରଙ୍କ ସହ ୨ ଗୁରୁତର

ଖୋର୍ଦ୍ଧା: ଟାଙ୍ଗୀ ବନାଞ୍ଚଳର ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଏହାକୁ ରୋକିବା ଲାଗି ବନ ବିଭାଗ ଦିନରାତି ପ୍ରୟାସ ଜାରି ରଖିଛି। ତେବେ ଏକ ଜଙ୍ଗଲୀ ଦନ୍ତାହାତୀକୁ ଟାଙ୍ଗୀ ବ୍ଲକ ଗୟାବନ୍ଧ ଜଙ୍ଗଲ ନିକଟରେ ରେଡ଼ିଓ କଲାର କରିବା ଲାଗି ଭୂଷଣ୍ଡପୁର ବନପାଳ ସିଦ୍ଧୁ ଚରଣ ସିଂଙ୍କ ନେତୃତ୍ବରେ ହାତୀଙ୍କୁ ଟ୍ରାଙ୍କୁଲାଇଜ କରିବାକୁ ଟିମ ପ୍ରୟାସ କରୁଥିବା ବେଳେ ହଠାତ ଦନ୍ତାହାତୀଟି ଦଉଡ଼ି ଆସିବା ସହ ବନପାଳଙ୍କ ସହ ଟ୍ରାଙ୍କୁଲାଇଜ ଟିମ ସଦସ୍ୟଙ୍କୁ ଆକ୍ରମଣ କରିଥିଲା।

ଟ୍ରାଙ୍କୁଲାଇଜ ବେଳେ ଆକ୍ରମଣ କଲା ହାତୀ, ଫରେଷ୍ଟରଙ୍କ ସହ ୨ ଗୁରୁତର

ଫଳରେ ଗୁରୁତର ଅବସ୍ଥାରେ ଭୂଷଣ୍ଡପୁର ବନପାଳ ଓ ଟ୍ରାଙ୍କୁଲାଇଜ ଟିମର ଦୁଇଜଣ ସଦସ୍ୟଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଟାଙ୍ଗୀ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ତେବେ ହାତୀ ସୁରକ୍ଷା ଓ ତାଙ୍କ ଗତିବିଧୀ ଉପରେ ନଜର ରଖିବାକୁ ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ କରାଯାଇଥିଲା । କିନ୍ତୁ ଏହି ସମୟରେ ଟ୍ରାଙ୍କୁଲାଇଜ ଟିମକୁ ଆକ୍ରମଣ କରିଥିଲା ହାତୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details