ଭୁବନେଶ୍ବର:ଦେଶ ଭିତରେ ଥାଇ ଦେଶ ବିରୋଧୀ ଷଡ଼ଯନ୍ତ୍ର । ଆତ୍ମଘାତୀ ପାଇଁ ଜୀବନ ଦେଲା ଭଳି ଯୁବକଙ୍କୁ ପ୍ରସ୍ତୁତ । ସ୍ଲିପର ସେଲ ତିଆରି ଥିଲା ଈଶାନ ବୁଖାରିର ମୁଖ୍ୟ ଲକ୍ଷ୍ୟ । ଏନେଇ ପାକିସ୍ତାନୀ ଏଜେଣ୍ଟ ସହ ମିଶି ରଚିଥିଲା ଷଡ଼ଯନ୍ତ୍ର । ଆଉ ISI ଏଜେଣ୍ଟ ସହ ଏକ ଚାଟିଂର ପ୍ରମାଣ ଏସଟିଏଫ ହାତରେ ଲାଗିବା ପରେ ଏବେ ଅନେକ ଦିଗକୁ ନେଇ ସନ୍ଦେହ ବଢିଥିବା STF ଏସପି କିଶୋର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଏସଟିଏଫ ସନ୍ଦେହ କରୁଛି ଯେ ଆତଙ୍କୀ ସଂଗଠନ ପାଇଁ ପିଲା ଯୋଗାଡ଼ କରୁଥିଲା ଏହି ଗୁପ୍ତଚର । ଦେଶର ବିଭିନ୍ନ ସହର ବୁଲି ବୁଲି ସଂଗ୍ରହ କରୁଥିଲା ଯୁବକ । ନିଜକୁ ଡାକ୍ତର ଭଳି ପରିଚୟ ଦେଇ ଲୋକଙ୍କ ସେବାରେ ନିୟୋଜିତ ରହି ଏସବୁ ଥିଲା ତାର ଲକ୍ଷ୍ୟ । ଲୋକଙ୍କ ହାଭଭାବ ଦେଖି କିଛି ଯୁବକ ଓ ତାଙ୍କ ପରିବାରକୁ ଡାକ୍ତରୀ ସେବା ଆଳରେ ସେମାନଙ୍କୁ ଟାର୍ଗେଟ କରି ପ୍ରଲୋଭିତ କରୁଥିଲା । ଏଥିପାଇଁ ଲକ୍ଷ୍ନୌ, ପଞ୍ଜାବ, କେରଳ, କାଶ୍ମୀର, ଓଡ଼ିଶା ଭଳି ଅନେକ ସହରରୁ ଯୁବକ ଓ ଯୁବତୀ ଠିକ କରୁଥିଲା । ସହଜରେ କେହି ତାକୁ ସନ୍ଦେହ କରିବା ପୂର୍ବରୁ ନିଜକୁ ସୋସିଆଲ ମିଡିଆରେ କିଛି ଯୁବତୀଙ୍କ ସହ ଭାବ ବଢାଇ ସେହି ଅଞ୍ଚଳରେ ବିବାହ କରି ସେଠାରେ ନିଜର ଏକ କ୍ଲିନ୍-ଇମେଜ ତିଆରି କରୁଥିଲା ।
ଏପରିକି ନ୍ୟୁରୋ ସର୍ଜନ ଭାବେ ପରିଚିତ କରି ଲୋକଙ୍କ ଭିତରେ ବିଶ୍ବାସ ଜନ୍ମାଉଥିଲା । ଆଉ ଏହି ଆଳରେ ନିଜର ସଂଗଠନ ପାଇଁ ପିଲା ଯୋଗାଡ଼ କରିବା ତାର ଲକ୍ଷ୍ୟ ବୋଲି ସନ୍ଦେହ କରୁଛି ଏସଟିଏଫ । କାରଣ ତା' ପାଖରୁ ମିଳିଥିବା ମେଡିକାଲ ଫିଟନେସର କିଛି ଲେଟର ପ୍ୟାଡ ଓ କିଛି ୟୁନିଭର୍ସିଟିର ସାର୍ଟିଫିକେଟ ଓ କିଛି ବ୍ୟାଙ୍କ ଡକ୍ୟୁମେଣ୍ଟ ପୋଲିସ ହସ୍ତଗତ କରିଛି । କିଛି ଯୁବକଙ୍କ ଫେକ୍ କାଗଜ ପ୍ରସ୍ତୁତ କରି ପାକିସ୍ତାନ ପଠାଇ ଥାଇପାରେ ବୋଲି ଏସଟିଏଫ ସନ୍ଦେହ କରୁଛି । କାଶ୍ମୀର ସନ୍ଦିଗ୍ଧ ବୁଖାରି କେରଳର କିଛି ସଂଗଠନ ଓ ପାକିସ୍ତାନ କିଛି ସଂଗଠନକୁ ପିଲା ଯୋଗାଇଥାଏ ପାରେ ବା ସେଭଳି ପିଲା ପଠାଇବା ପାଇଁ କରୁଥାଇ ପାରେ ବୋଲି ସନ୍ଦେହ କରୁଛି ଏସଟିଏଫ ।