ଓଡିଶା

odisha

ETV Bharat / state

ବଢିଲା ଶ୍ରମିକଙ୍କ ମଜୁରୀ, 12 ଟଙ୍କା ବୃଦ୍ଧି କଲା ରାଜ୍ୟ ସରକାର

ବଢିଛି ରାଜ୍ୟରେ ଶ୍ରମିକଙ୍କ ମଜୁରୀ । ମଜୁରୀ ବଢାଇଛନ୍ତି ରାଜ୍ୟ ସରକାର । ମଜୁରୀ 12 ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଚଳିତ ମାସ ଆରମ୍ଭରୁ ଏହି ମଜୁରୀ ଲାଗୁ କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ 333ରୁ 345 ଟଙ୍କାକୁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

By

Published : Apr 6, 2023, 10:49 PM IST

ବଢିଲା ଶ୍ରମିକଙ୍କ ମଜୁରୀ, 12 ଟଙ୍କା ବୃଦ୍ଧି କଲା ରାଜ୍ୟ ସରକାର
ବଢିଲା ଶ୍ରମିକଙ୍କ ମଜୁରୀ, 12 ଟଙ୍କା ବୃଦ୍ଧି କଲା ରାଜ୍ୟ ସରକାର

ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଅକ୍ଟୋବର ପହିଲାରୁ ପିଛିଲା ଭାବେ ସର୍ବନିମ୍ନ ମଜୁରୀର ସଂଶୋଧନ କରିଛନ୍ତି ସରକାର । ଏହାଦ୍ବାରା ରାଜ୍ୟର ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ସର୍ବାଧିକ କୁଶଳୀ ଶ୍ରମିକ ଉପକୃତ ହେବେ । ଏନେଇ ରାଜ୍ୟ ଶ୍ରମ କମିଶନର ଡକ୍ଟର ଏନ ଥିରୁମାଲା ନାୟକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ବଢିଲା ଶ୍ରମିକଙ୍କ ମଜୁରୀ, 12 ଟଙ୍କା ବୃଦ୍ଧି କଲା ରାଜ୍ୟ ସରକାର

ବଢିଛି ରାଜ୍ୟରେ ଶ୍ରମିକଙ୍କ ମଜୁରୀ । ମଜୁରୀ ବଢାଇଛନ୍ତି ରାଜ୍ୟ ସରକାର । ମଜୁରୀ 12 ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଚଳିତ ମାସ ଆରମ୍ଭରୁ ଏହି ମଜୁରୀ ଲାଗୁ କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ 333ରୁ 345 ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 373ରୁ 385 ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ 423ରୁ 435 ଟଙ୍କାକୁ ବୃଦ୍ଧି ପାଇଛି । ଅତି କୁଶଳୀ ଶ୍ରମିକଙ୍କ ମଜୁରୀ 483ରୁ 495 ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଶ୍ରମ କମିଶନ ଡ଼. ଥିରୁମାଲା ନାଏକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଣକୁଶଳୀ ଶ୍ରମିକଙ୍କ ମଜୁରୀ 333ରୁ 345 ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 373ରୁ 385 ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ 423ରୁ 435 ଟଙ୍କାକୁ ବୃଦ୍ଧି ପାଇଛି । ଅତି କୁଶଳୀ ଶ୍ରମିକଙ୍କ ମଜୁରୀ 483ରୁ 495 ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଶ୍ରମ କମିଶନ ଡ଼. ଥିରୁମାଲା ନାଏକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ବୈଠକରେ ସବୁ ବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ହୋଇଛି । ଶ୍ରମ କମିଶନର ଏନ ଥିରୁମାଳା ନାଏକ ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ଏହି ବର୍ଦ୍ଧିତ ମଜୁରୀର ଫାଇଦା ହୋଟେଲ, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ରେଷ୍ଟୁରାଣ୍ଟ, ସିନେମା ହଲ ଓ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନ ଆଦିରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ମିଳିବ । ଶ୍ରମିକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ପ୍ରତି 6 ମାସରେ ସଂଶୋଧିତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details