ଓଡିଶା

odisha

ETV Bharat / state

ଖୋଜାପଡିଛି ISI ଏଜେଣ୍ଟଙ୍କ ଟେରର ଫଣ୍ଡିଂ, ରିମାଣ୍ଡ ବେଳେ ମିଳିଲା ବ୍ୟାଙ୍କ ଆକାଉଣ୍ଟ ତଥ୍ୟ - ଖୋଜାପଡିଛି ISI ଏଜେଣ୍ଟଙ୍କ ଟେରର ଫଣ୍ଡିଂ

ଓଡିଶାର ସିମକାର୍ଡ ପାକିସ୍ତାନରେ ଅପରେଟ ଘଟଣା । ଦ୍ବିତୀୟ ଦିନ ରିମାଣ୍ଡରେ ମିଳିଲା ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ। ଅଧିକ ପଢନ୍ତୁ

Etv Bharat
OTP Sharing With Pakistani Agents

By

Published : May 23, 2023, 9:13 AM IST

ଭୁବନେଶ୍ବର: ଖୋଲୁଛି ପାକିସ୍ତାନୀ ଏଜେଣ୍ଟଙ୍କ ଟଙ୍କା କାରବାର ଗୁମର । ଫେକ୍‌ ସିମକାର୍ଡ ପାଇଁ ଓଡିଶା ପଠାଇଥିଲେ ଲକ୍ଷ ଲକ୍ଷ ଟଙ୍କା । ISI ଟେରର ଫଣ୍ଡିଂର ଲିଙ୍କ୍‌ ଲାଗିଛି ଏସଟିଏଫ ହାତରେ । ISI ଲିଙ୍କ୍‌ରେ ଫେକ୍‌ ସିମକାର୍ଡ ଓଟିପି ସେୟାର ଘଟଣାରେ ବର୍ତ୍ତମାନ ରିମାଣ୍ଡରେ ଅଛନ୍ତି ଓଡ଼ିଶାରୁ ଗିରଫ ତିନି ଅଭିଯୁକ୍ତ । ୨ୟ ଦିନ ରିମାଣ୍ଡ ବେଳେ ଏସଟିଏଫ ଅଧିକାରୀ ପାଇଛନ୍ତି ଗିରଫ ଅଭିଯୁକ୍ତଙ୍କ ବିଭିନ୍ନ ଆକାଉଣ୍ଟର ତଥ୍ୟ । ଯେଉଁ ଆକାଉଣ୍ଟ ଜରିଆରେ ଏକାଧିକ ଥର ଟଙ୍କା କାରବାର ହୋଇଛି । ସିମକାର୍ଡ ଓଟିପି ପଠାଇବା ପାଇଁ ସେସବୁ ଟଙ୍କା ବିଭିନ୍ନ ISIଏଜେଣ୍ଟ୍‌ଙ୍କ ଲୋକାଲ ଆସେଟ୍‌ ବା ହାଣ୍ଡେଲରଙ୍କଠାରୁ ହୋଇଛି । ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷଲକ୍ଷ ଟଙ୍କା ଆସିଛି ଗିରଫ ଅଭିଯୁକ୍ତ ପାଖକୁ । ତେବେ ଅଧିକାଂଶ ଟଙ୍କା ମାଷ୍ଟରମାଇଣ୍ଡ ତଥା ଆଇଟିଆଇ ଟିଚର୍ ପଠାଣି ସାମନ୍ତ ପାଖକୁ ଆସିଛି । ଗୁଜୁରାଟ , ପଶ୍ଚିମବଙ୍ଗ, ଦିଲ୍ଲୀ ଓ ରାଜସ୍ଥାନରେ ମଧ୍ୟ ଏହାର ଲି୍ଙ୍କ‌ ରହିଥିବା ସୁରାକ ପାଇଛି ଏସଟିଏଫ ଟିମ୍ ।

ଆଜି ରିମାଣ୍ଡ ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ଟଙ୍କା ନେଣଦେଣ ହୋଇଥିବା ଆକାଉଣ୍ଟର ଯାଞ୍ଚ ଆରମ୍ଭ କରିଛି ଏସଟିଏଫ ଟିମ୍। ବ୍ୟାଙ୍କ ଟ୍ରାଞ୍ଜାକ୍ସନ ସହ କେଉଁକେଉଁ ଲୋକ କେଉଁ ସ୍ଥାନକୁ କିଭଳି ଟଙ୍କା ପଠାଇଛନ୍ତି ତାହା ମଧ୍ୟ ଯାଞ୍ଚ କରାଯାଉଛି । ତେବେ ଟେରର ଫଣ୍ଡିଂ ଧରା ନପଡିବା ପାଇଁ କିଛି ନୂଆ କୌଶଳ ଆପଣାଯାଇଥିବା ଏସଟିଏଫ ସୁରାକ ପାଇଛି । ଏସଟିଏଫର ବରିଷ୍ଠ ଅଧିକାରୀ ଏହି କେସ ତଦାରଖ କରୁଥିବା ବେଳେ ତଦନ୍ତକାରୀ ଅଧିକାରୀ ଓ ଏସ୍‌ପି ରିମାଣ୍ଡ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛନ୍ତି ।

ତେବେ ଗିରଫ ଅଭିଯୁକ୍ତମାନେ ସିମ୍‌କାର୍ଡ ପାଇଁ କିଛି ଟଙ୍କା ସିମ୍‌କାର୍ଡ ଯୋଗାଇଥିବା ଲୋକଙ୍କ ପାଖକୁ ମଧ୍ୟ ସିଧା ସଳଖ ଆସିଥିବା ସନ୍ଦେହ କରୁଛି ଏସଟିଏଫ । କେଉଁ ପିଓଏସ, ଦୋକାନୀ ବା ରିଟେଲରେ ସିମ୍‌ ଯୋଗାଇଥିଲା, ଏଥିପାଇଁ କେତେ ଟଙ୍କା ସେମାନେ ନେଇଛନ୍ତି ସେନେଇ ମଧ୍ୟ ତଦନ୍ତ ଜାରି ରହିଛି । କୁହାଯାଉଛି ଆଉ କିଛି ଅଭିଯୁକ୍ତ ଏବେବି ଏସଟିଏଫର ରାଡାରରେ ରହିଛନ୍ତି । ତଦନ୍ତ ସାମ୍ନାକୁ ଆସିଗଲେ ଖସିଯିବାର ଭୟ ରହୁଛି । ସେଥିପାଇଁ ରିମାଣ୍ଡ ବେଳେ ସମସ୍ତ ତଥ୍ୟ ଗୋପନୀୟ ରଖାଯାଇଛି ।

ଏହିସବୁ ସିମକାର୍ଡ ରାଜସ୍ଥାନରୁ ଗିରଫ ହନିଟ୍ରାପ ଅଭିଯୁକ୍ତ ତଥା ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ ଲେଡି ଏଜେଣ୍ଟ କିଛି ସିମକାର୍ଡର ଓଟିପି ନେଇ ତାହାକୁ ଦେଶ ବିରୋଧୀ ଷଡ଼ଯନ୍ତ୍ରରରେ ବ୍ୟବହାର କରିଛନ୍ତି । ଯେଉଁ ସବୁ ନମ୍ବରରୁ ଓଟିପି ନେଇଥିଲେ ହନିଟ୍ରାପ ଲେଡି ଏଜେଣ୍ଟ ସେହି ସବୁ ନମ୍ବର ଜରିଆରେ ନିଜକୁ ଭାରତୀୟ ମହିଳାର ପରିଚୟ ଦେଇ ଅନେକ ଲୋକଙ୍କୁ ହନିଟ୍ରାପର ଫସାଇ ଦେଶର ଗୁପ୍ତ ତଥ୍ୟ ହାତେଇଛନ୍ତି । ଯାହାକୁ ନେଇ ମଧ୍ୟ ତଦନ୍ତ ଜୋରଦାର କରାଯାଇଛି । ଏସଟିଏଫ ସଜାଗ ହେଉଛି, ସମ୍ପୃକ୍ତ ଲେଡି ଏଜେଣ୍ଟକୁ ରିମାଣ୍ଡରେ ଆଣି ପଚରାଉଚରା ପାଇଁ ଖୁବଶୀଘ୍ର ରାଜସ୍ଥାନ ଯାଇପାରେ ଏସଟିଏଫ ଟିମ୍‌ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details