ଓଡିଶା

odisha

School Reopening: 21ରୁ ଖୋଲିବ ସ୍କୁଲ, ପଶ୍ଚିମ ଓଡିଶାର ୭ଜିଲ୍ଲା ନିଷ୍ପତ୍ତି ନେବେ ଜିଲ୍ଲାପାଳ

By

Published : Jun 19, 2023, 10:47 PM IST

ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାର ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ଅନୁଗୁଳ, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀରର ଜିଲ୍ଲାପାଳ ମାନେ ସକାଳୁଆ ସ୍କୁଲ କରିପାରିବେ କିମ୍ବା ପରିସ୍ଥିତି ଦେଖି ଛୁଟି ଘୋଷଣା କରିପାରିବେ ଉକ୍ତ ୭ ଜିଲ୍ଲାର ଜିଲ୍ଲାପାଳ। ସୂଚନା ଅନୁସାରେ, 19 ବଦଳରେ 21 ରେ ଖୋଲିବା ପାଇଁ ସରକାର ପୂର୍ବରୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଅଧିକ ପଢନ୍ତୁ

School Reopen: ଆସନ୍ତା 21 ରୁ ଖୋଲିବ ସ୍କୁଲ, ପଶ୍ଚିମ ଓଡିଶାର ୭ ଜିଲ୍ଲା ନିଷ୍ପତି ନେବେ ଜିଲ୍ଲାପାଳ
School Reopen: ଆସନ୍ତା 21 ରୁ ଖୋଲିବ ସ୍କୁଲ, ପଶ୍ଚିମ ଓଡିଶାର ୭ ଜିଲ୍ଲା ନିଷ୍ପତି ନେବେ ଜିଲ୍ଲାପାଳ

ଭୁବନେଶ୍ବର: ଆସନ୍ତା 21 ରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। 21 ତାରିଖ ରୁ ଖୋଲିବ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ। ପାଣିପାଗର ପରିବର୍ତ୍ତିତ ପାଗକୁ ନଜର ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ପଶ୍ଚିମ ଓଡିଶାର ସ୍ଥିତି ଦେଖି ୭ ଟି ଜିଲ୍ଲାର ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଏନେଇ ଆଜି ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାର ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ଅନୁଗୁଳ, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀରର ଜିଲ୍ଲାପାଳ ମାନେ ସକାଳୁଆ ସ୍କୁଲ କରିପାରିବେ କିମ୍ବା ପରିସ୍ଥିତି ଦେଖି ଛୁଟି ଘୋଷଣା କରିପାରିବେ ଉକ୍ତ ୭ ଜିଲ୍ଲାର ଜିଲ୍ଲାପାଳ। ସୂଚନା ଅନୁସାରେ, 19 ବଦଳରେ 21 ରେ ଖୋଲିବା ପାଇଁ ସରକାର ପୂର୍ବରୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ତେବେ ଏପ୍ରିଲ 21 ତାରିଖ ଠାରୁ ପ୍ରଥମଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିଥିଲା। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ଏହି ଖରା ଛୁଟି କରାଯାଇଥିଲା। ତେବେ ମେ ମାସ 5 ତାରିଖରେ ଖରା ଛୁଟି ନେଇ ଏକାଡେମୀ କ୍ୟାଲେଣ୍ଡର ରେ ପ୍ରକାଶ ପାଇଥିଲା। ତେବେ ଏପ୍ରିଲ ମାସର ଶେଷ ଆଡକୁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ବାରମ୍ବାର ସ୍କୁଲ ଛୁଟ ହେବା ଏବଂ ଖୋଲିବା ପରି ପରିସ୍ଥିତି ଉପୁଜିଥିଲା। ଯାହା ଫଳରେ ଏପ୍ରିଲ 21 ତାରିଖରେ ସମ୍ପୂର୍ଣ ଭାବରେ ଖରା ଛୁଟି କରାଯାଇଥିଲା।

ଚଳିତ ବର୍ଷ ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା କାର୍ଯ୍ୟରେ ନିୟୋଜିତ ରଖିବା ପାଇଁ ପ୍ରଥମଥର ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତରର ପିଲାମାନଙ୍କ ପାଇଁ "ଅବକାଶ ପାଠପଢା' ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଗ୍ରୀଷ୍ମଅବକାଶରେ ପିଲାମାନେ ସେମାନଙ୍କର ଅଭିଭାବକ ମାନଙ୍କର ସହାୟତାରେ ଏହି କ୍ଲାସ ଗୁଡ଼ିକୁ ସମ୍ପାଦନ କରାଯାଇଥିଲା। ଯାହାଫଳରେ କି ପିଲାମାନେ ଖରାଛୁଟିକୁ ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ଯୋଡ଼ି ହୋଇ ରହିବେ। ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ସ୍ତରରେ ହେଲ୍ପ ଡେସ୍କର ପ୍ରଚଳନ କରିବା ସହ ଏକ ଅଭିନବ ପଦକ୍ଷେପ ହାତକୁ ନେଇଥିଲେ ରାଜ୍ୟ ସରକାର। ସାଇବର ସୁରକ୍ଷା ଉପରେ ଅଧିକ ପ୍ରାଥମିକତା ଦିଆଯାଇଛି। ଅଭିଭାବକଙ୍କୁ ଏନେଇ ସଚେତନ କରାଯିବ। ତେବେ ପଶ୍ଚିମ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସରକାର ସ୍କୁଲ ଖୋଲିବା ନଖୋଲିବା ନେଇ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details