ଓଡିଶା

odisha

ETV Bharat / state

ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ଦୁଇ ବିଭାଗ ଦାୟିତ୍ବ - ପ୍ରମିଳା ମଲ୍ଲିକଙ୍କୁ ମିଳିଲା ନୂଆ ଦାୟିତ୍ବ

ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ 2ଟି ନୂଆ ଦାୟିତ୍ବ ମିଳିଛି । ଦୁଇ ରାଜ୍ୟ ମନ୍ତ୍ରୀଙ୍କ ଇସ୍ତାଫା ପରେ ପ୍ରମିଳାଙ୍କୁ ନୂଆ ଦାୟିତ୍ବ ମିଳିଛି । ଅଧିକ ପଢନ୍ତି

new charge to Revenue Minister Pramila Mallik
ରାଜସ୍ବ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ଦୁଇ ବିଭାଗ ଦାୟିତ୍ବ

By

Published : May 13, 2023, 4:46 PM IST

Updated : May 13, 2023, 5:19 PM IST

ଭୁବନେଶ୍ବର:ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ଦୁଇଟି ନୂଆ ଦାୟିତ୍ବ ମିଳିଛି । ଗଣଶିକ୍ଷା ଓ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ ପ୍ରମିଳା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଗତକାଲି ଦୁଇମନ୍ତ୍ରୀ ଇସ୍ତଫା ଦେବା ପରେ 2ଟି ପଦ ଖାଲି ପଡିଥିଲା ।

ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେଣୁ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଇଥିବାର ଚର୍ଚ୍ଚା ହେଉଥିଲା । ଫାଙ୍କା ହୋଇଥିବା ଦୁଇଟି ବିଭାଗର ଦାୟିତ୍ବ ଭାର କାହାକୁ ଦିଆଯିବ ବୋଲି ପ୍ରଶ୍ନ ସୃଷ୍ଟି ହେଉଥିଲା । କିନ୍ତୁ ରାଜ୍ୟ ସରକାର ରାତି ପାହୁ ପାହୁ ଆଜି ଏହି ଦାୟିତ୍ବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦେଇଛନ୍ତି । ଗତକାଲି ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ । ବିକ୍ରମଙ୍କ ଇସ୍ତଫା ପତ୍ର ଉପ ବାଚସ୍ପତି ଦିଲ୍ଲୀରୁ ଫେରି ଗୃହୀତ କରିଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...BJD Wins Bypoll: ଦୀପାଳିଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ନବୀନ

ଏହା ବି ପଢନ୍ତୁ...DIGITAL DIALOGUE: 'ଝାରସୁଗୁଡା ସେମିଫାଇନାଲ, ୨୪ରେ ଫାଇନାଲ'

ବିକ୍ରମଙ୍କ ପରେ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । ଆଉ ଦୁଇରୁ ତିନି ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଲାଗି ରହିଛି । ଏହା ପରେ ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବ । 3 ମନ୍ତ୍ରୀ ପଦ ସହ 4 ପଦବୀ ପୂରଣ ହେବ । ନୂଆ ମନ୍ତ୍ରୀମଣ୍ଡଳ ଗଠନକୁ ସପ୍ତାହେ ସମୟ ଲାଗିବ ବୋଲି କୁହାଯାଉଛି । ତେଣୁ ପ୍ରମିଳାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଫେରିଛନ୍ତି । ରାଜ୍ୟପାଳ ମଧ୍ୟ ରାଜ୍ୟ ବାହାରେ ଅଛନ୍ତି ।

ପ୍ରଥମେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ । ଏହା ପରେ ଦୁଇ ରାଷ୍ଟ୍ରମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ପଠାଇଥିଲେ । ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ଇସ୍ତଫା ଦେଇଥିବା କହିଥିବା ବେଳେ ସଂଗଠନ ପାଇଁ ମନ୍ତ୍ରୀ ପଦ ଛାଡି ଥିବା ସଫେଇ ଦେଇଥିଲେ ଦୁଇ ମନ୍ତ୍ରୀ । ଅଚାନକ ପଦ ଛାଡିବା ନେଇ ବିଭିନ୍ନ ପ୍ରକାଶ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 13, 2023, 5:19 PM IST

ABOUT THE AUTHOR

...view details