ଭୁବନେଶ୍ବର:ନିଶା କାରବାର ଓ ବେପାରିଙ୍କ ପାଇଁ କଠୋର ଓଡ଼ିଶା ପୋଲିସ । ଡ୍ରଗ୍ସ ଓ ଗଞ୍ଜେଇ କାରବାରକୁ ରୋକିବାରେ ମିଳିଛି ସଫଳତା । ବର୍ଷ 2022ରେ ରାଜ୍ୟର ସବୁଠୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଆଗରେ ରହିଛି ଓଡ଼ିଶା ପୋଲିସ । କାରଣ ୨୩୭୨୪ ଏକର ଗଞ୍ଜେଇ ଚାଷ ଜମିକୁ ନଷ୍ଟ କରାଯାଇଛି । ଏଥିରେ ଏକ ନିର୍ଣ୍ଣାୟକ ଭୂମିକା ନିଭାଇଛି କ୍ରାଇମବ୍ରାଞ୍ଚର STF ଟିମ୍ । ବିଶେଷ କରି ବୌଦ୍ଧ, ଗଜପତି , ଅନୁଗୁଳ, କନ୍ଧମାଳ, ଅନୁଗୁଳ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ଭଳି ଜିଲ୍ଲାରେ ଡେରା ପକାଇ ଅଛନ୍ତି STF ଟିମ୍ । ଡ୍ରୋନ୍ ଜରିଆରେ ସର୍ଭେ କରି ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ ଜମି ନଷ୍ଟ ହୋଇଛି ।
ସର୍ବାଧିକ ଗଞ୍ଜେଇ ନଷ୍ଟ କରିବାରେ ଆଗରେ ଓଡିଶା ପୋଲିସ, ନିଶା ବେପାରିଙ୍କ ସମ୍ପତ୍ତି ଜବତରେ ବି ପ୍ରଥମ
ଡ୍ରଗ୍ସ ଓ ଗଞ୍ଜେଇ କାରବାରକୁ ରୋକିବାରେ ମିଳିଛି ସଫଳତା । ବର୍ଷ 2022ରେ ରାଜ୍ୟର ସବୁଠୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଆଗରେ ରହିଛି ଓଡ଼ିଶା ପୋଲିସ । ଅଧିକ ପଢ଼ନ୍ତୁ
କେବଳ ସେତିକି ନୁହେଁ 2022ରେ ୧୧୬୨ କ୍ବିଣ୍ଟାଲ ଗଞ୍ଜେଇ ସମେତ ୪୭ କେଜିରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ଏନେଇ କୋର୍ଟଙ୍କ ଅନୁମତି କ୍ରମେ ୭୦୦ କ୍ବିଣ୍ଟାଲ ଗଞ୍ଜେଇ ସହ ୨୮ କେଜି ବ୍ରାଉନସୁଗାର ମଧ୍ୟ ପୋଡି ନଷ୍ଟ କରିବାରେ ହାଇକୋର୍ଟର ପ୍ରଶଂସା ମଧ୍ୟ ହାସଲ କରିଛି। ଏନେଇ ୨୦୨୨ରେ ନିଶା ବେପାରିଙ୍କ ସମ୍ପତି ମଧ୍ୟ ଜବତ କରିବାରେ ବେଶ ସଫଳତା ପାଇଛି । ଯାହାକି ୩୩କୋଟି ଟଙ୍କା ନିଶା ମାଫିଆଙ୍କର ସମ୍ପତି ବାଜ୍ୟାପ୍ତ କରି ଦେଶରେ ସବୁଠୁ ଆଗରେ ସଫଳତା ପାଇଛି ଓଡ଼ିଶା ପୋଲିସ । ଅନ୍ୟପଟେ ଚଳିତ ବର୍ଷ ନିଶାଖୋରଙ୍କ ବିରୋଧରେ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ STF ଆଇଜି ଜୟ ନାରାୟଣ ପଙ୍କଜ ।
ଇଟିଭି ଭାରତ, ଭୁବନେଶ୍ବର