ଭୁବନେଶ୍ବର: ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଆରମ୍ଭ ହୋଇଛି । ସିବିଟି ମୋଡ଼ରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ସନ୍ଧ୍ୟା ସାଢେ଼ ୬ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ରାଜ୍ୟରେ 30ଟି ସହରରେ 44ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ବାହାରେ 3ଟି କେନ୍ଦ୍ରରେ ପରୀକ୍ଷା ହୋଇଛି । ମୋଟ 47 ସେଣ୍ଟରରେ ପରୀକ୍ଷା ହୋଇଛି ।
ଏହା ବି ପଢ଼ନ୍ତୁ:IAF MiG 21 crashes in Rajasthan: ଘର ଉପରେ ଖସିଲା ବାୟୁସେନା ବିମାନ, ୩ ମୃତ
କମ୍ପୁଟର ବେସଡ ଟେଷ୍ଟ୍ (ସିବିଟି) ମୋଡ଼ରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଆଜିଠାରୁ ଓଜେଇଇ ପରୀକ୍ଷା । ଦିନକୁ ୩ଟି ସିଫ୍ଟରେ ହେବ ପରୀକ୍ଷା । ସକାଳ ୯ଟାରୁ ୧୧ ମଧ୍ୟରେ ହୋଇଛି ପ୍ରଥମ ସିଫ୍ଟ ପରୀକ୍ଷା, ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ସମୟ ମଧ୍ୟରେ ଦ୍ବିତୀୟ ସିଫ୍ଟ ଓ ସାଢ଼େ ୪ ଟାରୁ ସାଢ଼େ ୬ଟା ମଧ୍ୟରେ ତୃତୀୟ ସିଫ୍ଟ ପରୀକ୍ଷା ତୃତୀୟ ସିପ୍ଟ ପରୀକ୍ଷା ସମୟ ରହିଛି । ତେବେ ପ୍ରଥମ ଦିନର ପରୀକ୍ଷାରେ ଲାଟେରାଲ ଡିପ୍ଲୋମା ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।