ଭୁବନେଶ୍ବର: ରାଜ୍ୟରେ ମଣିପୁରର କେତେ ପିଲା ପଢୁଛନ୍ତି ? ନେଇ ସମସ୍ତ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି କରିଛନ୍ତି । ତେବେ ମଣିପୁର ରାଜ୍ୟପାଳ ଓ ମୁଖ୍ୟ ସଚିବଙ୍କ ନିବେଦନ ଆଧାରରେ ଚିଠି କରାଯାଇଛି । ତେବେ ସେମାନେ କେଉଁ ଅସୁବିଧା ଭୋଗୁଛନ୍ତି ଓ ସେମାନଙ୍କର ସମସ୍ୟା ଦୂର ପାଇଁ କଣ କରାଯାଇଛି ୭ ଦିନରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମସ୍ତ ବିଶ୍ବବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଚିଠି ମଣିପୁରର କେଉଁ ପିଲା କଣ ପଢୁଛନ୍ତି, କି ଅସୁବିଧା ଭୋଗୁଛନ୍ତି ସେନେଇ ଜଣାଇବାକୁ ନିର୍ଦ୍ଦେଶ ରହିଛି । ଅସୁବିଧା ଦୂର ପାଇଁ କଣ କରାଯାଇଛି ୭ ଦିନରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ପଢୁଥିବା ପିଲାଙ୍କୁ ସାହାଯ୍ୟ ପାଇଁ ଚିଠି କରିଥିଲେ ମଣିପୁର ରାଜ୍ୟପାଳ । ଆର୍ଥିକ ଓ ଶିକ୍ଷା ସମ୍ପର୍କିତ ସାହାଯ୍ୟ ପାଇଁ ରାଜ୍ୟପାଳଙ୍କୁ ଚିଠି ଆସିଥିଲା । ସୂଚନା ଅନୁଯାୟୀ, ମଣିପୁରରେ ସାମ୍ପ୍ରତିକ ଜାତିଗତ ସଂଘର୍ଷକୁ ଦୃଷ୍ଟିରେ ରଖି ଚିଠି କରାଯାଇଛି । ରାଜ୍ୟରେ ଉଚ୍ଚଶିକ୍ଷା ଲାଭ କରୁଥିବା ମଣିପୁର ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ମଣିପୁର ରାଜ୍ୟପାଳ ନିବେଦନ କରିଥିଲେ ।
ଏହା ବି ପଢନ୍ତୁ- Manipur Horror Video: CBIକୁ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର
ମଣିପୁର ଘଟଣାକୁ ନେଇ ସୃଷ୍ଟି ହୋଇଥିବା ହିଂସା ଓ ବିପଜ୍ଜନକ ସ୍ଥିତି ବିରୋଧରେ ଅନେକ ରାଜନୈତିକ ଦଳ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିକୁ ବିରୋଧ କରି ମୈତେଇ ସମ୍ପ୍ରଦାୟର ଦାବିକୁ ବିରୋଧ କରିଛନ୍ତି । ତେବେ ଗତ ମେ' ୩ ତାରିଖରେ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ବସବାସ କରୁଥିବା ଆଦିବାସୀମାନଙ୍କର ଏକତା ପଦଯାତ୍ରା ଆୟୋଜନ କରାଯିବା ପରେ ମଣିପୁରରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା । ଏହାପରେ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଛନ୍ତି । ମଣିପୁରର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ହେଉଛନ୍ତି ମୈତେଇ ।
ଏମାନେ ଅଧିକାଂଶ ଇମ୍ଫାଲ ଉପତ୍ୟକାରେ ବାସ କରୁଛନ୍ତି । ନାଗା ଏବଂ କୁକିଙ୍କ ସମେତ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ୪୦ ପ୍ରତିଶତ ରାଜ୍ୟର ଅଧିକାଂଶ ପାହାଡ଼ିଆ ଜିଲ୍ଲାରେ ବସବାସ କରିଥାଆନ୍ତି । ସେପଟେ ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦାବିରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ହେବା କାରଣରୁ ପାର୍ଲାମେଣ୍ଟରେ ତୃତୀୟ ଦିନ ପାଇଁ ମଧ୍ୟ ଅଚଳାବସ୍ଥା ଦେଖାଦେଇଥିଲା । ଫଳରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର