ଭୁବନେଶ୍ବର:ବଦଳିଲା ହାଇସ୍କୁଲ ୟୁନିଫର୍ମ । ଆସନ୍ତା ମାସ ଅଗଷ୍ଟ ୧୫ରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହେବ ନୂଆ ୟୁନିଫର୍ମ । ଚେକ ସାର୍ଟ ସାଙ୍ଗକୁ ଫୁଲ ପ୍ୟାଣ୍ଟରେ ନଜର ଆସିବେ ନବମ ଓ ଦଶମ ପିଲା । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ହାଇସ୍କଲର ସମସ୍ତ ଛାତ୍ରଛାତ୍ରୀ ଏହି ଯୋଜନାର ସୁବିଧା ପାଇପାରିବେ । ଏହି ଯୋଜନାକୁ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଥିବା ସୂଚନା ମିଳିଛି ।
କିଭଳି ଭାବରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୧୫ ତାରିଖରେ ପୋଷାକ ମିଳିବ ସେ ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଗୋଟିଏ ପିଲା ପିଛା ୫୫୦ ଟଙ୍କା ମୂଲ୍ୟରେ ରହିଛି ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ । ଏହା ସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ ପ୍ୟାଣ୍ଟ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ । ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋଷାକ ଓ ଉଭୟ ଜୋତା ଓ ମୋଜା ପାଉଥିଲେ।
ଏହା ବି ପଢନ୍ତୁ- ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ କି ୟୁନିଫର୍ମ; ଭୋକରେ ଛାତ୍ରଛାତ୍ରୀ