ଓଡିଶା

odisha

ଆସନ୍ତାବର୍ଷ ଡିସେମ୍ବର ୧ରୁ Edu Invest Conclave

By

Published : Dec 20, 2022, 6:32 PM IST

ଆସନ୍ତାବର୍ଷ ଡିସେମ୍ବର ୧ ରୁ ୩ ତାରିଖ ଯାଏଁ ଆୟୋଜିତ ହେବ ଏଜୁକେସନ ଇନଭେଷ୍ଟ କନକ୍ଲେଭ୍ । ଅଧିକ ପଢନ୍ତୁ

ଆସନ୍ତାବର୍ଷ ଡିସେମ୍ବର ୧ରୁ Edu Invest Conclave
ଆସନ୍ତାବର୍ଷ ଡିସେମ୍ବର ୧ରୁ Edu Invest Conclave

ଆସନ୍ତାବର୍ଷ ଡିସେମ୍ବର ୧ରୁ Edu Invest Conclave

ଭୁବନେଶ୍ବର: ଆସନ୍ତାବର୍ଷ ଡିସେମ୍ବର ୧ ରୁ ୩ ତାରିଖ ଯାଏଁ ଓଡିଶାରେ ଆୟୋଜିତ ହେବ ଏଜୁକେସନ ଇନଭେଷ୍ଟ କନକ୍ଲେଭ୍(Edu Invest Conclave)। ୫୦ ଦେଶରୁ ୫୦ ଶିକ୍ଷାବିତ୍ ଏଥିରେ ସାମିଲ ହେବେ । ଆଜି(ମଙ୍ଗଳବାର) ସରଗି ଫୁଲ ମହୋତ୍ସବର ଉଦଘାଟନ ସମାରୋହରେ ଏହା ଘୋଷଣା କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ପରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ପାଇଁ ମଧ୍ୟ କନକ୍ଲେଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ସବୁ ବିଭାଗ ସହ ବୈଠକ କରି ତାରିଖ ସ୍ଥିର କରିଛନ୍ତି । ଏଥିରେ ଗୋଟେ କନଫରେନ୍ସ ଓ ଇଭେଣ୍ଟସ କର୍ନର ବି ହେବ । ଯେଉଁଥିରେ ପ୍ରାଥମିକ ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଶିକ୍ଷା ଓ କୃଷି ଶିକ୍ଷା ସାମିଲ ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ କହିଛନ୍ତି, ''ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଅନେକ ନୂଆ କାର୍ଯ୍ୟ ହୋଇଛି । ଯେପରି ହାଇସ୍କୁଲ 5T ରୂପାନ୍ତର, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ କାର୍ଯ୍ୟକ୍ରମ । ରାଜ୍ୟ ସରକାର 1000 କୋଟି ପୁଞ୍ଜି ନିବେଶ ଚାହୁଁଛନ୍ତି । କେବଳ ଅର୍ଥ ନୁହେଁ, ଏଥିରେ ଅଭିଭାବକ, ଶିକ୍ଷକମାନେ ମଧ୍ୟ ଅଧିକ ସମୟ ନିବେଶ କରିପାରିବେ । ଯେହେତୁ ବଡ଼ ନିବେଶ ଆଶା କରୁଛୁ, ନୂଆ ନୂଆ ବିଶ୍ଵବିଦ୍ୟାଳୟମାନଙ୍କୁ ସ୍ୱାଗତ । ଏହା ଏହା ବ୍ଲକ ଚେନ ଟେକନୋଲୋଜି ଅର୍ଟିଫିଶିଆଲ ଇଣ୍ଟିଲଜେଂଶ, ରୋବୋଟିକ ପରି ନୂଆ ନୂଆ କ୍ଷେତ୍ର ଆସିବ । ଏହି କନକ୍ଲେଭରେ ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଯୋଗ ଦେବେ ।''

ପ୍ରକାଶଥାଉ କି, ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ ୨୦୨୨। । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ୨ ବର୍ଷ ପରେ ଏହି ମହୋତ୍ସବ ଆୟୋଜିତ ହେଉଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରୋତ୍ସାହନ କରିବା ପାଇଁ ଏହା ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଛନ୍ତି ।

ଭୁବନେଶ୍ଵର ଆଦିବାସୀ ପଡିଆରେ ଅନୁଷ୍ଠିତ ଏହି ଶିଶୁ ମହୋତ୍ସବ ୪ ଦିନ ଧରି ଚାଲିବ । ଏଥିରେ ୩୦ଟି ଜିଲ୍ଲାର ସମସ୍ତ ସ୍କୁଲର ଏସ୍‌ସି ଏବଂ ଏସ୍‌ଟି ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି ୪ ଦିନରେ ପିଲାଏ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ । ଚଳିତ ବର୍ଷ ୧୦୫୭ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ୧୫୯ ପ୍ରଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଛନ୍ତି । ମୋଟ ୨୫ଟି ୱାର୍କସପ ଷ୍ଟଲ କରାଯାଇଥିବା ବେଳେ ୨୩ଟି ତାଲିମ କେନ୍ଦ୍ର କରାଯାଇଛି । ୨୦୧୦ ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏସ୍‌ସି ଏବଂ ଏସ୍‌ଟି ବିଭାଗ ପକ୍ଷରୁ ଆୟୋଜିତ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details