ଓଡିଶା

odisha

ETV Bharat / state

ସବୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ ସରକାରଙ୍କ ଲକ୍ଷ୍ୟ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ - ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତୀ ରଞ୍ଜନ ଘଢେଇ

ଆଜି ବଜେଟ ପରବର୍ତ୍ତୀ ସ୍ଥିତି ନେଇ ପ୍ରେସମିଟ କରି ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଛନ୍ତି ଆର୍ଥିକ ବ୍ୟୟ ବରାଦ ଏଥର ବିଭାଗର ବଢାଯାଇଛି । ଚଳିତ ବର୍ଷ ଆର୍ଥିକ ବଜେଟରେ ୭୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାକି ୨୦୧୯-୨୦ ତୁଳନାରେ ୩୫.୫୭ ପ୍ରତିଶତ ଅଧିକ । ୨୦୨୩-୨୪ ବର୍ଷରେ ୧୯୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୫୨୬ ଟି ନୂତନ ବିଜୁ ସେତୁ ନିର୍ମାଣ ପାଇଁ ବିଭାଗର ବ୍ୟବସ୍ଥା ରହିଛି । ଅଧିକ ପଢନ୍ତୁ

ସବୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ  ସରକାରଙ୍କ ଲକ୍ଷ୍ୟ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ସବୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ ସରକାରଙ୍କ ଲକ୍ଷ୍ୟ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

By

Published : Mar 17, 2023, 9:53 PM IST

ଭୁବନେଶ୍ବର: ରାଜ୍ୟର ଅନେକ ଉପାନ୍ତ ତଥା ଉପକୂଳ ଜିଲାର ରାସ୍ତା ସଂଯୋଗୀକରଣ ହୋଇନାହିଁ। ଗର୍ଭବତୀ ମହିଳା ନଦୀରେ ପାର ହେଉଛନ୍ତି । ବର୍ଷା ଦିନେ ସ୍ଥିତି ସଂଗୀନ ହୋଇପଡୁଛି । ରାସ୍ତା ନଥିବାରୁ ପ୍ରାଇମେରୀ ପାଠ ପଢିବା ପାଇଁ ସ୍କୁଲ ଯାଇପାରୁନାହାନ୍ତି। କେବେ ହେବ ରାସ୍ତା କାମ ? ଉତ୍ତରରେ ମନ୍ତ୍ରୀ କହିଛନ୍ତି ଆମ ବିଭାଗ ସବୁବେଳେ ଏ ଦିଗରେ କାର୍ଯ୍ୟ କରୁଛି, ଯେଉଁ ଯେଉଁ ସ୍ଥାନ ଆପଣମାନେ କହୁଛନ୍ତି ତାହା ଆମେ ନିଶ୍ଚିତ ଅନୁଧ୍ୟାନକୁ ନେବୁ, ସେ ସବୁ ଆମ ବିଭାଗ ଅଧିନରେ ଯାଉଥିଲେ କାମ ନିଶ୍ଚିତ ହେବ। ଲୋକମାନଙ୍କ ସେବା ପାଇଁ ଆମେ ଅଛୁ। ଆଜି ବଜେଟ ପରବର୍ତ୍ତୀ ପ୍ରେସମିଟରେ ଏହା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଢେଇ ।

ମନ୍ତ୍ରୀ କହିଛନ୍ତି ଆମ ବିଭାଗ ସବୁବେଳେ ଏ ଦିଗରେ କାର୍ଯ୍ୟ କରୁଛି, ଯେଉଁ ଯେଉଁ ସ୍ଥାନ ଆପଣମାନେ କହୁଛନ୍ତି ତାହା ଆମେ ନିଶ୍ଚିତ ଅନୁଧ୍ୟାନକୁ ନେବୁ, ସେ ସବୁ ଆମ ବିଭାଗ ଅଧିନରେ ଯାଉଥିଲେ କାମ ନିଶ୍ଚିତ ହେବ। ଲୋକମାନଙ୍କ ସେବା ପାଇଁ ଆମେ ଅଛୁ। ଆଜି ବଜେଟ ପରବର୍ତ୍ତୀ ପ୍ରେସମିଟରେ ଏହା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଢେଇ ।

ଆଜି ବଜେଟ ପରବର୍ତ୍ତୀ ସ୍ଥିତି ନେଇ ପ୍ରେସମିଟ କରି ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଛନ୍ତି ଆର୍ଥିକ ବ୍ୟୟ ବରାଦ ଏଥର ବିଭାଗର ବଢାଯାଇଛି । ଚଳିତ ବର୍ଷ ଆର୍ଥିକ ବଜେଟରେ ୭୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାକି ୨୦୧୯-୨୦ ତୁଳନାରେ ୩୫.୫୭ ପ୍ରତିଶତ ଅଧିକ ୨୦୨୩-୨୪ ବର୍ଷରେ ୧୯୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୫୨୬ ଟି ନୂତନ ବିଜୁ ସେତୁ ନିର୍ମାଣ ପାଇଁ ବିଭାଗର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସୁଧା ୧୨୫୪ଟି ସେତୁ ନିର୍ମାଣ ସରିଛି। ସେହିଭଳି ଭୂତଳ ଜଳର ପୁନଃରୁଧାର ପାଇଁ ଏବଂ ପ୍ରବାହିତ ଜଳର ଆଭ୍ୟନ୍ତରୀଣ ସଂରକ୍ଷଣ ପାଇଁ ବିଭଗ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦୦ଟି ଆଡ଼ିବନ୍ଧ ପ୍ରକଳ୍ପ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ଆଗାମୀ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆନୁମାନିକ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ୧୫,୦୦୦ କିମି ଗ୍ରାମୀଣ ରାସ୍ତା ଏବଂ ବିଜୁ ସେତୁ ଯୋଜନାରେ ଆନୁମାନିକ ୬୦୦୦ କୋଟି ଟଙ୍କା ବିନିଯୋଗରେ ୧୫୦୦ ନୂତନ ସେତୁ ନିର୍ମାଣ କରି ସବୁଦିନିଆ ରାସ୍ତା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେପଟେ କିନ୍ତୁ ପୂର୍ବ ଥର କେତେ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ଆଉ କେତେ ବଳକା ଅଛି ପ୍ରଶ୍ନରେ ବିଭାଗୀୟ ସଚିବ କହିଛନ୍ତି ୭୦ ପ୍ରତିଶତ ବଜେଟ ଖର୍ଚ୍ଚ ହୋଇଛି ଆଉ ୧ ମାସ ଭିତରେ ୩୦ ପ୍ରତିଶତ ଖର୍ଚ୍ଚ ହୋଇଯିବ ତାହାଠୁ ଅଧିକ ବି ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

odisha Govt

ABOUT THE AUTHOR

...view details