ଓଡିଶା

odisha

ETV Bharat / state

ମହିଳା ସଶକ୍ତୀକରଣ ଏବଂ ଟେକ୍ନୋଲୋଜିର ପ୍ରଭାବକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ

Odisha Govt organise special programme: ଦେଶର ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନକୁ ନେଇ ମହିଳା ସଶକ୍ତିକରଣ ଉପରେ କାର୍ଯ୍ୟକ୍ରମ ଆୟୋଜିତ । 6ଟି ଟିମ ପକ୍ଷରୁ ବିଭିନ୍ନ ବିକାଶ ମୂଳକ ଏଜେଣ୍ଡା ଉପସ୍ଥାପନା କରାଯାଇଥିଲା । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 11, 2023, 10:29 PM IST

ମହିଳା ସଶକ୍ତୀକରଣ ଏବଂ ଟେକ୍ନୋଲୋଜିର ପ୍ରଭାବକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ
ମହିଳା ସଶକ୍ତୀକରଣ ଏବଂ ଟେକ୍ନୋଲୋଜିର ପ୍ରଭାବକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

ମହିଳା ସଶକ୍ତୀକରଣ ଏବଂ ଟେକ୍ନୋଲୋଜିର ପ୍ରଭାବକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର: ଶାସନତନ୍ତ୍ର ସହିତ ଟେକ୍ନୋଲୋଜିକୁ କିପରି ମିଳିତ ପ୍ରୟୋଗ ଦ୍ବାରା ଜନ କଲ୍ୟାଣ କରାଯାଇପାରିବ ସେଥିପାଇଁ ଓଡିଶା ସରକାରଙ୍କ ତରଫରୁ ଦି ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ ୨୦୨୩ ଶୀର୍ଷକ ଏକ ସେମିନାର ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ମିଳିତ ଜାତିସଂଘର ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତା ଆଧାରିତ ଏସଜିଡି ଲକ୍ଷ୍ୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏଥିରେ ଆଇଆଇଏମ ଲକ୍ଷ୍ନୌ, ଆଇଆଇଏମ କୋଲକାତା, ଏକ୍ସଆଇଏମବି ଭୁବନେଶ୍ବର , ଆଇ ଆଇ ଏମ୍ ବାଙ୍ଗାଲୋର ଭଳି ୬ ଗୋଟି ପ୍ରତିଷ୍ଠିତ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ, ଯୋଜନା ବିଭାଗ ଓ ସମଗ୍ର ଅନୁଷ୍ଠାନ ମିଳିତ ଭାବେ ଏହାକୁ ଆୟୋଜନ କରିଥିଲେ । ଏଥିରେ 9ହଜାରରୁ ଅଧିକ ଛାତ୍ରଛାତ୍ରୀ 3000 ଟିମରେ ବିଭକ୍ତ ହୋଇ ହୋଇ ଭାଗ ନେଇଥିଲେ । ସାଧାରଣତଃ ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତା ଉପରେ ଚୁଡାନ୍ତ ପର୍ଯ୍ୟାୟରେ 6ଟି ଟିମ୍ 18 ଛାତ୍ରଛାତ୍ରୀ ସର୍ଟ ଲିଷ୍ଟେଡ ହୋଇ ସେମାନଙ୍କର ପ୍ରେଜେଣ୍ଟେସନ ରଖିଥିଲେ । ଆଇ ଆଇ ଏମ୍ ବାଙ୍ଗାଲୋର ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏକ୍ସ ଆଇ ଏମ୍ ବି ଭୁବନେଶ୍ବର ଦ୍ଵିତୀୟ ସ୍ଥାନ ହାସଲ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହିଳାଙ୍କ ସଶକ୍ତୀକରଣ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ଆଉ ପାଦେ ଆଗେଇଲା ମିଶନ ଶକ୍ତି, ଯାଜପୁରରେ ଖୋଲିଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି କିଭଳି କାର୍ଯ୍ୟ କରୁଛି ତା ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ 314ବ୍ଲକରେ ମିଶନ ଶକ୍ତି କାଫେ ଖୋଲିବ ବୋଲି କହିଥିଲେ । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ମହିଳା ମାନଙ୍କ ବଡ଼ ସହଭାଗିତା ନେଇ ଆଲୋଚନା ହୋଇଥିଲା । ମହିଳାଙ୍କ ସୁରକ୍ଷା ଓ ସମ୍ମାନ ବିଷୟରେ ଆଲୋଚନା ହେବା ସହ ଜଣେ ମହିଳା ଅସୁବିଧା ସମୟରେ କିଭଳି ପୋଲିସକୁ ଟେକନୋଲୋଜିର ବ୍ୟବହାର କରି ତତକ୍ଷଣାତ ଅବଗତ କରାଇବେ ସେ ବିଷୟରେ ଆଲୋକପାତ କରାଯାଇଥିଲା । ସେହିପରି ଆଜି ପ୍ରାୟ 6ଟି ଟିମ ପକ୍ଷରୁ ବିଭିନ୍ନ ବିକାଶ ମୂଳକ ଏଜେଣ୍ଡା ପ୍ରେଜେଣ୍ଟ କରାଯାଇଥିଲା, ଯାହାକୁ ଭାରତ ବର୍ଷରେ ରୋଲ ମଡେଲ ହିସାବରେ ପ୍ରୟୋଗ କରିବାର ଯୋଜନା ଥିବା କଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details