ଓଡିଶା

odisha

ETV Bharat / state

କମିବ ବସ୍ତାନି ବୋଝ, ନିଷ୍ପତ୍ତିକୁ ଅଭିଭାବକ ସଂଘର ସ୍ବାଗତ

କମିଲା ସ୍କୁଲ ପିଲାଙ୍କ ବସ୍ତାନି ବୋଝ । ଏଣିକି ନିର୍ଦ୍ଦିଷ୍ଟ ଓଜନର ବ୍ୟାଗ ନେଇ ସ୍କୁଲ ଯିବେ ଛାତ୍ରଛାତ୍ରୀ । ପିଲାଙ୍କୁ ବସ୍ତାନି ବୋଝ ଦେଇପାରିବେ ନାହିଁ କୌଣସି ସ୍କୁଲ । ଯଦି ଏହି ନିୟମ ଉଲ୍ଲଂଘନ କରନ୍ତି ଶିକ୍ଷାନୁଷ୍ଠାନ, ତେବେ ସରକାର ନେବେ କାର୍ଯ୍ୟାନୁଷ୍ଠାନ । ଆଉ ଏପରି ନିୟମକୁ ସ୍ବାଗତ ଜଣାଇଛନ୍ତି ଅଭିଭାବକ ମହାସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

By

Published : Aug 2, 2019, 6:53 PM IST

ଭୁବନେଶ୍ବର: ଏଣିକି ସରକାରଙ୍କ ନିୟମ ଅନୁଯାୟୀ ରହିବ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ । ନିର୍ଦ୍ଦିଷ୍ଟ ଓଜନର ବସ୍ତାନୀ ନେଇ ବିଦ୍ୟାଳୟ ଯିବେ ପିଲା । ଆଉ ବିଦ୍ୟାଳୟ ଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଦେଇପାରିବେ ନାହିଁ ବସ୍ତାନି ବୋଝ । ଯଦି କୌଣସି ବିଦ୍ୟାଳୟ ନିୟମ ଉଲ୍ଲଂଘନ କରୁଥିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବେ ମଧ୍ୟ କୁହାଯାଇଛି। ଏପଟେ ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସ୍ବାଗତ କରିଛି ଅଭିଭାବକ ମହାସଂଘ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଚଳିତ ଶିକ୍ଷା ବର୍ଷରୁ କଡାକଡ଼ି କରାଯିବ ଏହି ନିୟମ । ଏଥିଲାଗି ପ୍ରତି ଜିଲ୍ଲାରେ ଗଠନ ହେବ ଯାଞ୍ଚ କମିଟି । ଏହି କମିଟିରେ ରହିବେ ବ୍ଲକ ଶିକ୍ଷାଧିକାରୀ ଓ ସିଡ଼ିପିଓ ସ୍ତରୀୟ ଅଧିକାରୀ । ଯାଞ୍ଚ କମିଟି ବିଭିନ୍ନ ସମୟରେ ଅନେକ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପରର୍ଦଶନ କରି ଯାଞ୍ଚର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସରକାରଙ୍କ ଗାଇଡନାଇନ୍ସ ଅନୁଯାୟୀ ପ୍ରଥମରୁ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ 1.5 କେଜି ରହିବ । ତୃତୀୟରୁ ପଞ୍ଚମ ପିଲାଙ୍କ ପାଇଁ 3 କେଜି ରହିବ । ସେହିପରି ଷଷ୍ଠ ଓ 7ମ ପିଲାଙ୍କ ପାଇଁ 4 କେଜି ରହିଥିବା ବେଳେ 8ମ 9ମ ପିଲାମାନଙ୍କ ପାଇଁ ବ୍ୟାଗର ଓଜନ 4.5 କେଜି ରହିଛି । ଏବଂ 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବସ୍ତାନିର ଓଜନ 5 କେଜି ରହିବ ବୋଲି କହିଛନ୍ତି ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି ଅଭିଭାବକ ଏବଂ ଅଭିଭାବକ ମହାସଂଘ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details