ଓଡିଶା

odisha

By

Published : Dec 13, 2022, 11:00 PM IST

ETV Bharat / state

ଉଚ୍ଚ ଶିକ୍ଷାମନ୍ତ୍ରୀ ଅଧ୍ୟକ୍ଷତାରେ ବୈଠକ, କଲେଜସ୍ତରରେ ଆସିବ ଷ୍ଟାର୍ଟଅପ ନୀତି

କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ ନୀତି । ଏହି ନୀତିକୁ ଯୁକ୍ତ ତିନି ଓ ପିଜିରେ ଆଣିବାକୁ ଯୋଜନା। ଅଧିକ ପଢନ୍ତୁ

ଉଚ୍ଚ ଶିକ୍ଷାମନ୍ତ୍ରୀ ଅଧ୍ୟକ୍ଷତାରେ ବୈଠକ, କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ ନୀତି
ଉଚ୍ଚ ଶିକ୍ଷାମନ୍ତ୍ରୀ ଅଧ୍ୟକ୍ଷତାରେ ବୈଠକ, କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ ନୀତି

ଭୁବନେଶ୍ବର: କଲେଜସ୍ତରରେ ଆସିବ ଷ୍ଟାର୍ଟଅପ ନୀତି । ଏହି ଷ୍ଟାର୍ଟଅପ ନୀତି ଯୁକ୍ତ ତିନି ଓ ପିଜିରେ ଆଣିବାକୁ ଯୋଜନା କରାଯାଇଛି। ତେବେ ଏ ନେଇ ଆଜି ଲୋକସେବା ଭାବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ବିଭାଗୀୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି ।

ତେବେ ଏହି ବୈଠକରେ ଏକ ଓପନ୍ ଇନୋଭେସନ୍ ନେଟୱାର୍କ ପ୍ରତିଷ୍ଠା ଏବଂ ଓଡିଶାରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ଉପରେ ଆଲୋଚନା କରାଯାଇଛି । ରିସର୍ଚ୍ଚକୁ ବେଶ ଗୁରୁତ୍ଵ ଦିଆଯାଇଛି। ରିସର୍ଚ୍ଚ ପରେ କିଭଳି ଭାବରେ ବ୍ୟବସାୟିକ ଓ ଗ୍ଲୋବାଲ ଡାଟାବେଶକୁ ଫିଟ ହେବ ସେନେଇ ମଧ୍ୟ ଆଲୋଚନା ହୋଇଛି । ଅନ୍ୟପଟେ ରିସର୍ଚ୍ଚ ପାଇଁ ରାଜ୍ୟ ସରକାର ଅର୍ଥ ଦେଉଥିବା ବେଳେ ତାକୁ କିପରି କମ୍ପାନୀ ବ୍ୟବସାୟ କରି ପାରିବେ ସେ ଦିଗରେ ଛାତ୍ର ଛାତ୍ରୀ ଷ୍ଟାର୍ଟଅପ କାମ କରିବେ ବୋଲି ଏହି ବୈଠକ ରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସେହିପରି ଏହି ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ , ବିଭାଗୀୟ ମୁଖ୍ୟ ଶାସନ ସଚିବ ବିଷ୍ଣୁ ପଦ ସେଠୀ, ଓଡିଶା ରାଜ୍ୟ ଉଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ କୁମାର ଦାସ ସମେତ ଏହି ବୈଠକରେ ଷ୍ଟାର୍ଟଅପ ଓଡିଶାର ଅଧ୍ୟକ୍ଷ ଓଁକାର ରାୟ ଉପସ୍ଥିତ ରହିଥିବା ବେଳେ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details