ଭୁବନେଶ୍ବର: ରାଜ୍ୟରେ ଜଳୁଛି ଜଙ୍ଗଲ । ଚିନ୍ତା ପ୍ରକଟ କଲେ ଭାରତର ଶିଶୁ ପରିବେଶବିତ । ସବୁଥିରେ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଜଙ୍ଗଲ ନିଆଁ ଲିଭାଇବାକୁ ନାହିଁ ମାନବ ଶକ୍ତି। ସାରା ରାଜ୍ୟରେ ହୁତୁ ହୂତୁ ହୋଇ ଜଳୁଛି ଜଙ୍ଗଲ। ଏପଟେ ଏବେବି ଜଙ୍ଗଲ ନିଆଁରେ ଦେଶରେ ପ୍ରଥମ ଓଡ଼ିଶା । ଜଙ୍ଗଲ ଜଳୁଥିବାରୁ ରାଜ୍ୟ ସରକାର ନିଆଁ ଲିଭାଇବା ପାଇଁ ହେଲିକପ୍ଟର ବା ଅତ୍ୟାଧୁନିକ ଯନ୍ତ୍ରପାତି ପଦ୍ଧତି ଆପଣାଉ ନାହାଁନ୍ତି ।
ସେପଟେ ରାଜ୍ୟରେ ଜଙ୍ଗଲ ନିଆଁ ଲାଗିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତର ଶିଶୁ ପରିବେଶବିତ ଲିସିପ୍ରିୟା କାଙ୍ଗୁଜାମ । ଦିନକୁ ଦିନ ସାରା ରାଜ୍ୟରେ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ଓ ବନ ବିଭାଗର ଅଧିକାରୀ କାର୍ମଚାରିମାନେ ଚିନ୍ତାରେ ପଡିଛନ୍ତି । ବର୍ଷା ହେଲେ ଜଙ୍ଗଲ ନିଆଁ କମିବ ସେହି ଆଶାରେ ରହିଛନ୍ତି ସମସ୍ତେ । କିନ୍ତୁ ଏପଟେ ଜଣେ ଶିଶୁ ପରିବେଶବିତ ଲିସିପ୍ରିୟା କାଙ୍ଗୁଜାମ ଟୁଇଟ କରି ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ କ୍ରୀଡା, ସଙ୍ଗୀତ ଇତ୍ୟାଦି ପାଇଁ ଓଡିଶାରେ କୋଟିକୋଟି ଟଙ୍କା ରହିଛି । କିନ୍ତୁ ରାଜ୍ୟରେ ଥିବା ଏସିଆର ବୃହତ୍ତମ ଜୈବ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ । ଅତ୍ୟନ୍ତ ଲଜ୍ଜାଜନକ ଯେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ମାନବ ଶକ୍ତି ମଧ୍ୟ ନାହିଁ । ନିଆଁକୁ ଆୟତ୍ତ କରିବା ପାଇଁ ଆଧୁନିକ ଜ୍ଞାନକ କୌଶଳ ନାହିଁ ବୋଲି କହିଛନ୍ତି ଶିଶୁ ପରିବେଶବିତ ଲିସିପ୍ରିୟା ।