ଓଡିଶା

odisha

By

Published : Dec 22, 2022, 9:44 PM IST

ETV Bharat / state

Digital India Gold Award: ରାଜ୍ୟକୁ ଇ-ଅବକାରୀକୁ ସ୍ୱର୍ଣ୍ଣ ପୁରସ୍କାର, ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେବ ଓଡିଶା

“ଇ-ଅବକାରୀ” ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟକୁ ଇ-ଅବକାରୀକୁ ସ୍ୱର୍ଣ୍ଣ ପୁରସ୍କାର, ପୁରସ୍କୃତ ହେବ ରାଜ୍ୟ
ରାଜ୍ୟକୁ ଇ-ଅବକାରୀକୁ ସ୍ୱର୍ଣ୍ଣ ପୁରସ୍କାର, ପୁରସ୍କୃତ ହେବ ରାଜ୍ୟ

ଭୁବନେଶ୍ବର: ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ ମାଧ୍ୟମରେ ସୁବିଧାରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ ପୁରସ୍କାର । “ଇ-ଅବକାରୀ” ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି ଅବକାରୀ ବିଭାଗ । ରାଷ୍ଟ୍ରପତିଙ୍କ ନିକଟରୁ ୭ ଜାନୁୟାରୀ, ୨୦୨୩ ରେ ଏହି ପୁରସ୍କାର ଗ୍ରହଣ କରିବ ଓଡ଼ିଶା ।

ଓଡିଶା ସରକାରଙ୍କର ୫-ଟି ସୁତ୍ର ଅବକାରୀ ବିଭାଗରେ କାର୍ଯ୍ୟକାରୀ ହେଉଛି । ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ବିଭାଗର ବିଭିନ୍ନ ସେବା ଓ କାର୍ଯ୍ୟକ୍ରମ ଗୁଡିକୁ ୩୦ ରୁ ଅଧିକ ଅନଲାଇନ ପରିମାପକ ମାଧ୍ୟମରେ କାର୍ଯ୍ୟକାରୀ କରାଇଯାଉଛି । ନିରବଚ୍ଛିନ୍ନ ଭାବେ ସ୍ୱଚ୍ଛତାର ସହିତ ବିଭାଗ ସମୟୋଚିତ ଅବାଧ ସେବା ପ୍ରଦାନ କରି ଆସୁଛି । ଏତଦ ବ୍ୟତିତ, ଏହା ଅବକାରୀ ଅପରାଧର ସଠିକ୍ ପର୍ଯ୍ୟବେକ୍ଷଣ, ଅବକାରୀ ଚଢାଉକୁ ମଜବୁତ କରିବା, ଅବୈଧ ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ପରିବହନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି, ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରୁଛି ।

ଇ-ଅବକାରୀ ଦ୍ୱାରା ଅନଲାଇନ ଲଟେରୀ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ପ୍ରକାରର ଅବକାରୀ ଦୋକାନଗୁଡିକର ବନ୍ଦୋବସ୍ତ, ଠିକ ସମୟରେ ଲାଇସେନ୍ସ ପ୍ରଦାନ ଏବଂ ନବୀକରଣ, ୧୦୦% ସରକାରୀ ପ୍ରାପ୍ୟର ଅନଲାଇନ ପୈଠ, ବ୍ରାଣ୍ଡ / ଲେବୁଲ ପଞ୍ଜୀକରଣ, ଅବକାରୀ ଦୋକାନ ଗୁଡିକର ସ୍ଥାନାନ୍ତର ଓ ମାଲିକାନା ସତ୍ୱ ପରିବର୍ତ୍ତନ, ସମସ୍ତ ପରିମିଟ ଓ ପାଶ ପ୍ରଦାନ, ମୋବାଇଆପ ଓ ଡିପିଆର ମାଧ୍ୟମରେ ଚଢାଉ ସ୍ଥାନ ଚିହ୍ନଟ ହେଉଛି । ଏହା ସହ ଅବକାରୀ, ଏନଡିପିଏସ ମାମଲା ରୁଜୁ ଏବଂ ଆସାମୀ ଗିରଫ ପୂର୍ବବର୍ତୀ ବର୍ଷ ତୁଳନାରେ ଦୁଇଗୁଣ ଅଧିକ ହୋଇଛି । ବିଭାଗକୁ ଅଧିକ ସ୍ୱଚ୍ଛ, କ୍ରିୟାଶୀଳ ଓ ଉତ୍ତରଦାୟୀ କରାଇବାରେ ଏହା ସହାୟକ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details