ଓଡିଶା

odisha

ETV Bharat / state

ଓଡିଶାର ଇ-ଅବକାରୀକୁ ସ୍ୱର୍ଣ୍ଣ, ରାଷ୍ଟ୍ରପତିଙ୍କଠୁ ପୁରସ୍କାର ଗ୍ରହଣ କଲା ରାଜ୍ୟ - ରାଷ୍ଟ୍ରୀୟ ସୂଚନା

ଓଡିଶା ସରକାରଙ୍କର ୫-ଟି ସୁତ୍ର ଅବକାରୀ ବିଭାଗରେ କାର୍ଯ୍ୟକାରୀ ହେଉଛି । ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ବିଭାଗର ବିଭିନ୍ନ ସେବା ଓ କାର୍ଯ୍ୟକ୍ରମ ଗୁଡିକୁ ୩୦ ରୁ ଅଧିକ ଅନଲାଇନ ପରିମାପକ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି । ନିରବଚ୍ଛିନ୍ନ ଭାବେ ସ୍ୱଚ୍ଛତାର ସହିତ ବିଭାଗ ସମୟୋଚିତ ଅବାଧ ସେବା ପ୍ରଦାନ କରି ଆସୁଛି । ଅଧିକ ପଢନ୍ତୁ

ଓଡିଶାର ଇ-ଅବକାରୀକୁ ସ୍ୱର୍ଣ୍ଣ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲା ରାଜ୍ୟ
ଓଡିଶାର ଇ-ଅବକାରୀକୁ ସ୍ୱର୍ଣ୍ଣ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲା ରାଜ୍ୟ

By

Published : Jan 7, 2023, 5:37 PM IST

ଭୁବନେଶ୍ବର: ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ ମାଧ୍ୟମରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ ପୁରସ୍କାର ମିଳିଛି । “ଇ-ଅବକାରୀ” ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ଗ୍ରହଣ କରିଛି ରାଜ୍ୟ । ରାଷ୍ଟ୍ରପତିଙ୍କ ଦ୍ୱାରା ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପୁରସ୍କାର ଗ୍ରହଣ କରିଛି ଓଡ଼ିଶା । ପୁରସ୍କାର ଗ୍ରହଣ କରିଛନ୍ତି ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଓ ଅବକାରୀ କମିଶନର ଆଶିଷ ସିଂ । ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟା, ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନୀହାର ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାବି ପଢନ୍ତୁ- BBSR-RKL Flight: ବିଜ୍ଞାପନରେ ନାହିଁ ମୋଦିଙ୍କ ଫଟୋ ! କ୍ଷୋଭ ପ୍ରକାଶକଲେ କେନ୍ଦ୍ରମନ୍ତ୍ରୀ, ଜବାବ ଦେଲେ ପରିବହନ ମନ୍ତ୍ରୀ

ଓଡିଶା ସରକାରଙ୍କର ୫-ଟି ସୁତ୍ର ଅବକାରୀ ବିଭାଗରେ କାର୍ଯ୍ୟକାରୀ ହେଉଛି । ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ବିଭାଗର ବିଭିନ୍ନ ସେବା ଓ କାର୍ଯ୍ୟକ୍ରମ ଗୁଡିକୁ ୩୦ ରୁ ଅଧିକ ଅନଲାଇନ ପରିମାପକ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି । ନିରବଚ୍ଛିନ୍ନ ଭାବେ ସ୍ୱଚ୍ଛତାର ସହିତ ବିଭାଗ ସମୟୋଚିତ ଅବାଧ ସେବା ପ୍ରଦାନ କରି ଆସୁଛି । ଏତଦ ବ୍ୟତିତ, ଏହା ଅବକାରୀ ଅପରାଧର ସଠିକ ପର୍ଯ୍ୟବେକ୍ଷଣ, ଅବକାରୀ ଚଢାଉକୁ ମଜବୁତ କରିବା, ଅବୈଧ ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ପରିବହନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି, ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରୁଛି । ଗତ ବର୍ଷ ଡିସେମ୍ବର ସୁଦ୍ଧା ୪୫୫୪୧ ଟି ମାମଲା ରୁଜ୍ଜୁ ହୋଇଛି । ଯାହା କି ଗତବର୍ଷ ତୁଳନାରେ ୫୬% ଅଧିକ । ଗତବର୍ଷ ୨୯୦୩୮ ଟି ମକୋଦ୍ଦମା ରୁଜୁ ହୋଇଥିଲା ।

ଏହାବି ପଢନ୍ତୁ- Flight Service: ସ୍ମାର୍ଟ ସିଟିରୁ ଷ୍ଟିଲ ସିଟିକୁ ଉଡିଲା ବିମାନ

ଗତ ବର୍ଷ ଡିସେମ୍ବର ସୁଦ୍ଧା ଏନଡିପିଏସ ଆଇନରେ ୧୩୧୦ ଗୋଟି ମକୋଦ୍ଦମା ରୁଜୁ କରାଯାଇଥିବାବେଳେ ଚଳିତ ବର୍ଷ ୫୭୫ ଟି ମକୋଦ୍ଦମା ରୁଜୁ ହୋଇଛି । ଯାହା କି ୧୨୭% ଅଧିକ । ଚଳିତ ବର୍ଷ ଅବକାରୀ ରାଜସ୍ବ ୬୧୯୭.୫୪ କୋଟି ସଂଗ୍ରହ ହୋଇଥିବା ବେଳେ ଗତ ବର୍ଷ ୫୦୨୩.୯୨ କୋଟି ହୋଇଥିଲା । ଯାହା କି ୨୩.୩୬% ଅଧିକ । ଅବକାରୀ ବିଭାଗ ଓଡିଶା ରାଜ୍ୟ ସରକାରଙ୍କର 5T ସୁତ୍ର ଅନୁସାରେ ପ୍ରଯୁକ୍ତି ବିଦ୍ୟାକୁ ପ୍ରାଧାନ୍ୟ ଦେଇ ବିଭାଗରେ ବ୍ୟାପକ ପରିବର୍ତ୍ତନ କରାଯାଇ ଏହାକୁ ସ୍ୱଚ୍ଛ, କ୍ରୀୟାଶୀଳ ଓ ଉତ୍ତରଦାୟୀ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details