ଓଡିଶା

odisha

ETV Bharat / state

ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ - ସଚେତନତା ଶୋଭାଯାତ୍ରା

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ଖୋର୍ଦ୍ଧାରେ ସଚେତନତା ଶୋଭାଯାତ୍ରା । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ବିପର୍ଯ୍ଯୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ଖୋର୍ଦ୍ଧାରେ ବିପର୍ଯ୍ଯୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

By

Published : Oct 29, 2022, 10:38 PM IST

ଖୋର୍ଦ୍ଧା: ଜିଲ୍ଲାରେ ଓଡିଶା ବିପର୍ଯ୍ଯୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଛି । ଏହି ଅବସରରେ ଆଜି ସକାଳ ସମୟରେ ବିଜେବି ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଧିକାରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହାର ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ବିଜେବି ହାଇସ୍କୁଲରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ବିପର୍ଯ୍ୟୟ ସମୟରେ ବିଭିନ୍ନ ଆତ୍ମ ଓ ଜୀବନରକ୍ଷାକାରୀ କୌଶଳ ପ୍ରଦର୍ଶନ କରାଯାଇଥିଲା ।

ଖୋର୍ଦ୍ଧାରେ ବିପର୍ଯ୍ଯୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ପରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ "ବିପର୍ଯ୍ୟୟ ଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତି ସ୍ଥାପକତାରେ ଗୋଷ୍ଠୀର ଭୂମିକା" ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ବେଳେ ପାରସ୍ପରିକ ସହଯୋଗରେ ଦୁର୍ବିପାକର ମୁକାବିଲା କରାଯାଇ ପାରିବ । ଦୈବୀ ଦୁର୍ବିପାକ ସଂପର୍କିତ ସଠିକ ସୂଚନା ସହ ଠିକଣା ସମୟରେ ତ୍ବରିତ ପଦକ୍ଷେପ ଗ୍ରହଣ ଓ ସତର୍କତା ଅବଲମ୍ବନର ଆବଶ୍ୟକତା ରହିଛି । ବିଶେଷ କରି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ, ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟ ଓ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନଙ୍କ ପ୍ରତି ସଂପୃକ୍ତ ଅଞ୍ଚଳରେ ଜନସାଧାରଣଙ୍କ ସହଯୋଗ ରହିଲେ ବିପର୍ଯ୍ୟୟ ପରବର୍ତ୍ତି ପରିସ୍ଥିତିକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ଲଟ ପାଇଁ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡର ୭ ବର୍ଷ ପରେ ଆସିଲା ରାୟ

ଏହି ଅବସରରେ ବିପର୍ଯ୍ୟୟ ପ୍ରସ୍ତୁତିର ଶପଥ ପାଠ କରାଯାଇଥିଲା । ଏହା ବ୍ୟତୀତ ଉକ୍ତ ଦିବସ ପାଳନ ଅବସରରେ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତରା କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଅତିରିକ୍ତ ଶିକ୍ଷାଧିକାରୀ ସ୍ନିଗ୍ଧା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ମନୋଜ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାର ବାଣିଶ୍ରୀ ପଟ୍ଟନାୟକ, ଓସଡମା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁକାନ୍ତ କୁମାର ଦାଶ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details