ଓଡିଶା

odisha

ETV Bharat / state

ଆରମ୍ଭ ହେଲା ଭାରତ ଯୋଡ଼ ପଦଯାତ୍ରା, ରାଜଧାନୀରେ ଚାଲୁଛନ୍ତି ବରିଷ୍ଠ ନେତା

ଭୁବନେଶ୍ବରରେ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା ଆରମ୍ଭ । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ମହିଳା, ଯୁବ ଓ ଛାତ୍ର କଂଗ୍ରେସ ନେତା ସାମିଲ । ଦିନକୁ ୨୦ କିମି ଅତିକ୍ରମ କରି ୨୭ଟି ଜିଲ୍ଲାର ୧୯ଟି ସଂସଦୀୟ କ୍ଷେତ୍ରରେ ଭାରତ ଯୋଡ଼ ପଦଯାତ୍ରା କରାଯିବ । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା ଭାରତ ଯୋଡ଼ ପଦଯାତ୍ରା, ରାଜଧାନୀରେ ଚାଲୁଛନ୍ତି ବରିଷ୍ଠ ନେତା
ଆରମ୍ଭ ହେଲା ଭାରତ ଯୋଡ଼ ପଦଯାତ୍ରା, ରାଜଧାନୀରେ ଚାଲୁଛନ୍ତି ବରିଷ୍ଠ ନେତା

By

Published : Oct 31, 2022, 6:05 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଣ୍ୟତିଥି ତଥା ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଓଡ଼ିଶା କଂଗ୍ରେସ ଭାରତ ଯୋଡ଼ ପଦଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ସହପ୍ରଭାରୀ ରୁଦ୍ର ରାଜୁଙ୍କ ସମେତ ବହୁ ବରିଷ୍ଠ ନେତା, ମହିଳା, ଛାତ୍ର ଓ ଯୁବ କଂଗ୍ରେସକର୍ମୀ ସାମିଲ ହୋଇଛନ୍ତି ।

ଆଜିଠାରୁ ଓଡିଶା କଂଗ୍ରେସର ଭାରତ ଯୋଡ ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କରେ ସକାଳ ୯ଟା ସମୟରେ ପଦଯାତ୍ରା ଆରମ୍ଭ କରିଛନ୍ତି ବରିଷ୍ଠ କଂଗ୍ରେସ ନେତୃବୃନ୍ଦ । ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ବୃକ୍ଷ ରୋପଣ କରିଥିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ । ତାପରେ ଏକ ବିଶାଳ ଶୋଭାଯାତ୍ରାରେ ଆଇଜି ପାର୍କରୁ ବାହାରିଛି ଭାରତ ଯୋଡ଼ ପଦଯାତ୍ରା । ଆଇଜି ପାର୍କରୁ ଆରମ୍ଭ ହୋଇଥିବା ଆଜିର ପଦଯାତ୍ରା ନଖରାର ଲଙ୍କେଶ୍ବର ମନ୍ଦିର ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।

ଆରମ୍ଭ ହେଲା ଭାରତ ଯୋଡ଼ ପଦଯାତ୍ରା, ରାଜଧାନୀରେ ଚାଲୁଛନ୍ତି ବରିଷ୍ଠ ନେତା

ଦିନକୁ ୨୦ କିମି ଚାଲିବ କଂଗ୍ରେସର ପଦଯାତ୍ରା । ୨୭ଟି ଜିଲ୍ଲାର ୧୯ଟି ସଂସଦୀୟ କ୍ଷେତ୍ରରେ ଭାରତ ଯୋଡ଼ ପଦଯାତ୍ରା କରାଯିବ । ଧାମନଗର ଉପନିର୍ବାଚନ ପାଇଁ ୨ ଓ ୩ ତାରିଖରେ ବନ୍ଦ ରହିବ ଏହି ପଦଯାତ୍ରା । ନେତାଙ୍କ ପାଇଁ ପ୍ରତି ୨୦ କିମିରେ ଟେଣ୍ଟର ବ୍ୟବସ୍ଥା କରାଯିବ । ସେଠାରେ ନେତାଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ଯାତ୍ରା ସମୟରେ କଂଗ୍ରେସର ବିଭିନ୍ନ ସେଲ SHG ମହିଳା, ବୁଦ୍ଧିଜୀବୀ ଓ କ୍ରୀଡାବିତ୍‌ଙ୍କୁ ଭେଟିବ । ଚାଷୀଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବ କଂଗ୍ରେସ ।

ପ୍ରକାଶ ଥାଉକି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା ଜାରି ରହିଛି । ୧୫୦ ଦିନର ଏହି ଯାତ୍ରାରେ ୧୨ ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ରାହୁଲଙ୍କ ନେତୃତ୍ବରେ ମୋଟ ୧୧୮ କଂଗ୍ରେସ ନେତା ଓ କର୍ମୀ ପ୍ରତିଦିନ ୬ ରୁ ୭ ଘଣ୍ଟା ପଦଯାତ୍ରା କରୁଛନ୍ତି । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି ।

ଏହି ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ମଧ୍ୟ ଯୋଗ ଦେଉଛନ୍ତି । ଦେଶକୁ ଯୋଡିବାକୁ ଏହି ଭାରତ ଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେଲେଙ୍ଗାନାରେ ବର୍ତ୍ତମାନ ଜାରି ରହିଛି କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା । ତେବେ ଆଜିଠାରୁ ଏହି ଯାତ୍ରା ଓଡ଼ିଶାରେ ଆରମ୍ଭ କରିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details