ଓଡିଶା

odisha

ETV Bharat / state

Naveen meets PM Modi: ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା: ନବୀନ - international airport coming up in Puri

ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ବାର୍ଥ ସମ୍ବଳିତ ଆଲୋଚନା ହୋଇଛି । ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ସମ୍ପର୍କରେ ଆଲୋଚନା ହୋଇଛି । ଭୁବନେଶ୍ବର ବିମାନ ବନ୍ଦର ଏୟାର ଟ୍ରାଫିକ ଅଧିକ ରହୁଛି । ପୁରୀ ବିମାନ ବନ୍ଦର ଜରୁରୀ । ବିମାନ ବନ୍ଦର ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ଜମିର ପାଚେରୀ ନିର୍ମାଣ ସରିଛି । ଅଧିକ ପଢନ୍ତୁ

ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା: ନବୀନ
ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା: ନବୀନ

By

Published : May 11, 2023, 5:50 PM IST

Updated : May 11, 2023, 6:01 PM IST

ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା: ନବୀନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇ ସାକ୍ଷାତ ଆଲୋଚନା କରିଛନ୍ତି ।

ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ବାର୍ଥ ସମ୍ବଳିତ ଆଲୋଚନା ହୋଇଛି । ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ସମ୍ପର୍କରେ ଆଲୋଚନା ହୋଇଛି । ଭୁବନେଶ୍ବର ବିମାନ ବନ୍ଦର ଏୟାର ଟ୍ରାଫିକ ଅଧିକ ରହୁଛି । ପୁରୀ ବିମାନ ବନ୍ଦର ଜରୁରୀ । ବିମାନ ବନ୍ଦର ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ଜମିର ପାଚେରୀ ନିର୍ମାଣ ସରିଛି । ବିମାନ ବନ୍ଦର ପାଇଁ ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।’’

ଏହାବି ପଢନ୍ତୁ- ମିମିକ୍ରି ମ୍ୟାନ ଦେବଦତ୍ତ: କୁନିପିଲାଠୁ ବିଲେଇ, ଅବିକଳ ନକଲ ସ୍ବରରେ କରୁଛନ୍ତି ଯାଦୁ

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । କିମ୍ବା ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ବି ଆଲୋଚାନ ହୋଇନାହିଁ । ବିଜେଡି ଉଭୟ ବିଜେପି କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରିଆସୁଛି । ବିଜେଡି ସେହି ନୀତିରେ ରହିଛି । ଆଗାମୀ ନିର୍ବାଚନରେ ମଧ୍ୟ ଏକାକୀ ନିର୍ବାଚନ ଲଢିବ ବୋଲି କହିଛନ୍ତି ।

ଗତ 9 ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ସେତେବେଳେ ମଧ୍ୟ ଉଭୟ ନେତା ପୁରୁଣା ସମ୍ପର୍କ ଅଛି । ଆମେ ପୁରୁଣା ବନ୍ଧୁ ସେହି ଆଧାରରେ ଆଲୋଚନା କଲୁ । କୌଣସି ରାଜନୈତି ଆଲୋଚନା ହୋଇନାହିଁ ବୋଲି କହିଥିଲେ । ନୀତିଶ ଆଜି ପୁଣି ମୁମ୍ବାଇ ଗସ୍ତ କରି ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ସାକ୍ଷାତ କରିଛନ୍ତି । ନୀତିଶ ବର୍ତ୍ତମାନ ବିଜେପି ବିରୋଧରେ ଏକ ମହାମେଣ୍ଟ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରି ବିଭିନ୍ନ ଦଳର ନେତା ମାନଙ୍କୁ ସାକ୍ଷାତ କରୁଛନ୍ତି । ଏପରି ସ୍ଥଳେ ନବୀନ ଏକାକି ନିର୍ବାଚନ ଲଢିବା ନେଇ ସଂକେତ ଦେବା ପରେ ନୀତିଶଙ୍କୁ ଝଟକା ଲାଗିପାରେ ।

ସୂଚନାଯୋଗ୍ୟଯେ ଆଜି ଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀ ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ଭାବେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଏହା ପରେ ଆଗାମୀ ଦୁଇ ଦିନ ମଧ୍ୟରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

Last Updated : May 11, 2023, 6:01 PM IST

ABOUT THE AUTHOR

...view details