ଓଡିଶା

odisha

By ETV Bharat Odisha Team

Published : Oct 26, 2023, 10:51 PM IST

ETV Bharat / state

Farewell To Ganeshi Lal: ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଅକ୍ଟୋବର 30 ସୋମବାର ନୂଆ ରାଜ୍ୟପାଳ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ଭୁବନେଶ୍ବରରେ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରିବେ । ମଙ୍ଗଳବାର ଦିନ ନୂତନ ରାଜ୍ୟପାଳ ରଘୁବର ଦାସ ଓଡିଶାର 26 ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ରାଜଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Odisha Farewell Ganeshi Lal
Odisha Farewell Ganeshi Lal

ଭୁବନେଶ୍ବର: ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସାକ୍ଷାତ କରି ରାଜ୍ୟବାସୀଙ୍କ ପକ୍ଷରୁ ତାଙ୍କର ସେବା ପାଇଁ ଧନ୍ୟବାଦ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସମୟରେ ଉଚିତ ମାର୍ଗଦର୍ଶନ ପାଇଁ ମଧ୍ୟ ଦେଲେ ଧନ୍ୟବାଦ । ଏହାସହ ରାଜ୍ୟବାସୀଙ୍କ ପକ୍ଷରୁ ତାଙ୍କର ଭବିଷ୍ୟତ କାର୍ଯ୍ୟକଳାପ ପାଇଁ ଶୁଭେଚ୍ଛା ଜଣାଇବା ସହ ନିରାୟମ ଜୀବନ କାମନା କରିଛନ୍ତି । ପ୍ରଫେସର ଗଣେଶୀ ଲାଲ ବିଗତ ୫ ବର୍ଷ ୫ ମାସ ଧରି ଓଡିଶାର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଆସନ୍ତାକାଲି ଓଡିଶାରୁ ବିଦାୟ ନେବେ ।

ଅଧିକ ପଢନ୍ତୁ- New Governor of Odisha: ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ

ସେପଟେ ଆସନ୍ତା ରବିବାର ଦିନ ନୂଆ ରାଜ୍ୟପାଳ ରଘୁବର ଦାସ ଓଡିଶା ଆସିବେ। ଅକ୍ଟୋବର 30 ସୋମବାର ନୂଆ ରାଜ୍ୟପାଳ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ଭୁବନେଶ୍ବରରେ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ଦିନ ନୂତନ ରାଜ୍ୟପାଳ ରଘୁବର ଦାସ ଓଡିଶାର 26 ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ରାଜଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାବାସୀଙ୍କ ପାଖରେ ସବୁବେଳେ ମନେ ରହିବେ। ତାଙ୍କ ସରଳ ଜୀବନଶୈଳୀ, ଅସାଧାରଣ ବ୍ୟକ୍ତିତ୍ବ,ଓଜସ୍ବନୀ ଭାଷଣ ତାଙ୍କୁ ପ୍ରତ୍ୟକ ମଣିଷ ପାଖରେ ଆପଣାର କରି ରଖିଥିଲା । ଓଡିଶା ଜନ ମାନସରେ ଅତି ପରିଚିତ ଏବଂ ବନ୍ଧୁ ବତ୍ସଳ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଦଳଗତ,ଜାତି ,ବର୍ଣ୍ଣ ନିର୍ବିଶେଷରେ ବହୁ ଉର୍ଧ୍ବରେ ଥିଲେ ସେ । ଜଣେ ଜ୍ଞାନୀ, ଗାଣିତିକ, ବିଦ୍ବାନ କର୍ମବୀର ଥିଲେ ବିଦାୟୀ ରାଜ୍ୟପାଳ । ୨୦୧୮ ମେ ୨୫ ତାରିଖରେ ଓଡିଶାର ୨୫ ତମ ରାଜ୍ୟପାଳ ଭାବେ ନିଯୁକ୍ତ ପାଇଥିଲେ ପ୍ରଫେସର ଲାଲ । ନିଯୁକ୍ତିର 4 ଦିନ ପରେ ମେ ୨୯ ତାରିଖରେ ଓଡିଶାର ତତ୍କାଳୀନ ଭାରପ୍ରାପ୍ତ ରାଜ୍ୟପାଳ ସତ୍ୟପାଲ ମାଲ୍ଲିକଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ପ୍ରଫେସର ଗଣେଶୀ ଲାଲ। ସଙ୍ଗୀତ ପ୍ରିୟ ଗଣେଶୀ ଲାଲ ବନ୍ଦେ ଉତ୍କଳ ଜନନୀ ଗାନକରି ସାରା ରାଜ୍ୟରେ ଲୋକପ୍ରିୟ ହୋଇପାରିଥିଲେ । ବଡ କଥା ହେଲା ନିଜ କାର୍ଯ୍ୟକାଳରେ ସେ ଓଡିଆ ଭାଷା ବୁଝିବା ସହ କହିପାରୁଥିଲେ ।

ଅଧିକ ପଢନ୍ତୁ- New Governor of Odisha: ରଘୁବୀରଙ୍କୁ ନେଇ ଚର୍ଚ୍ଚା, କିଭଳି ରହିବ ସରକାର-ରାଜ୍ୟପାଳଙ୍କ ସମ୍ପର୍କ

ବର୍ଷ ୧୯୪୨ ମସିହାରେ ହରିୟାଣାର ସୀର୍ସା ଠାରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ଗଣେଶୀ ଲାଲ ଜଣେ ଉଚ୍ଚ କୋଟିର ବ୍ୟକ୍ତି ଥିଲେ। ଇଂରାଜୀ ଅନର୍ସରେ ସ୍ନାତକ ହାସଲ କରିବା ପରେ ଗଣିତରେ ସ୍ନାତକୋତ୍ତର କରିଥିଲେ। ସେ ବିଏ, ଏମଏରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ସ୍ବର୍ଣ୍ଣ ପଦକ ପାଇଥିଲେ। ହରିୟାଣାର ଜଣେ ବିଶିଷ୍ଟ ଶିକ୍ଷାବିତ ଭାବରେ ସେ କାର୍ଯ୍ୟ କରିଥିଲେ। ୧୯୬୪ ରୁ ୧୯୯୨ ପର୍ଯ୍ୟନ୍ତ ସେ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ଶିକ୍ଷାଦାନ କରିଥିଲେ। ଜଣେ ସଂଘ ପ୍ରଚାରକ ଭାବେ ଜଡିତ ଥିବା ଲାଲ ପରବର୍ତ୍ତୀ ସମୟରେ ବିଜେପିର ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ ହରିଆଣା ବିଜେପି ସଭାପତି ଭାବେ ଦାୟିତ୍ବ ନେଇଥିଲେ। ହରିୟାଣା ଏବିଭିପିର ଅଧ୍ୟକ୍ଷ ମଧ୍ୟ ଥିଲେ। ରାମ ଜନ୍ମଭୂମି ଅଭିଯାନର ଜଣେ ସକ୍ରିୟ ସଦସ୍ୟ ଭାବେ ସେ ପରିଚିତ। ୧୯୯୬ ରେ ସେ ସିର୍ସା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରୀ ମଧ୍ୟ ହୋଇଥିଲେ ।

ଅନ୍ୟପଟେ ଆଜି, ଓଡିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିବା ରଘୁବର ଦାସ ନୂଆଦିଲ୍ଲୀ ଗସ୍ତ କରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details