ଓଡିଶା

odisha

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଂ

By ETV Bharat Odisha Team

Published : Nov 29, 2023, 11:28 AM IST

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଂ । ଏହାସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଚିଠି ଲେଖିଲା CHSE । ଅଧିକ ପଢନ୍ତୁ

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପ୍ରସ୍ତୁତି
ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପ୍ରସ୍ତୁତି

ଭୁବନେଶ୍ବର: ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପରୀକ୍ଷା ହଲ୍‌, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁଛି ନା ନାହିଁ ତାହା ସୁନିଶ୍ଚିତ କରିବାକୁ CHSE ପରୀକ୍ଷା ନିୟନ୍ତ୍ରକ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏ ପର୍ଯ୍ୟନ୍ତ ସିସିଟିଭି ନଥିବ, ତାହାହେଲେ ଏହା ଲଗାଇବାକୁ କୁହାଯାଇଛି । ତେବେ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ସହ ପରୀକ୍ଷା ସମୟରେ ଲାଇଭ ଷ୍ଟ୍ରିମିଙ୍ଗ କରାଯିବ ବୋଲି ମଧ୍ୟ ସୂଚନା ରହିଛି ।

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପ୍ରସ୍ତୁତି

ପରୀକ୍ଷାରେ ସ୍ବଚ୍ଛତା ଆଣିବା ନେଇ ଏଭଳି ଏକ ପଦକ୍ଷେପ ନେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସେହିପରି ପରୀକ୍ଷା ପରିଚାଳନା ହବ୍ ଭା‌ବେ ଘୋଷିତ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ନିଜ ଭିତରେ ଆବଶ୍ୟକୀୟ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଫେବୃଆରୀ ୧୪ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୧୩ ତାରିଖ ଅର୍ଥାତ ୧ ମାସ ମଧ୍ୟରେ ସରିବ ପରୀକ୍ଷା । ଏପ୍ରିଲ ଶେଷ ବା ମେ' ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇପାରେ । ଏଥିପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା । ଡିସେମ୍ବର ୧୨ ତାରିଖରେ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଆଡମିଟ କାର୍ଡ ନେଇପାରିବେ । ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ମେ' ମାସ ତୃତୀୟ ସପ୍ତାହରେ ଫର୍ମ ଫିଲ୍‌ଅପ୍‌ କରିବେ ।

ଏହା ମଧ୍ୟ ପଢନ୍ତୁ: ଫେବୃଆରୀରେ ଯୁକ୍ତ ଦୁଇ ପରୀକ୍ଷା, ଆଜିଠୁ ଫର୍ମ ପୂରଣ ଆରମ୍ଭ

ଏହା ମଧ୍ୟ ପଢନ୍ତୁ: ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍, ୫ ଜିଲ୍ଲାରେ ଆରମ୍ଭ ହେବ ପ୍ରକ୍ରିୟା

ଏହାପରେ ଜୁନ ଦ୍ବିତୀୟ ସପ୍ତାହ ଇନଷ୍ଟାଣ୍ଟ ପରୀକ୍ଷା କରାଯିବା ନେଇ CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇଛି । ଆଗକୁ ନିର୍ବାଚନ ରହୁଥିବା ବେଳେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ବାର୍ଷିକ ପରୀକ୍ଷା ପାଇଁ ତତ୍ପରତା ଦେଖାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କିଭଳି ଭାବରେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ସୁରୁଖୁରୁରେ କରାଯିବ ସେନେଇ ମଧ୍ୟ ରଖିଛି ପରିଷଦ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details