ଓଡିଶା

odisha

ETV Bharat / state

କାଲିଠୁ ଏକାଦଶ ପାଠପଢା, ରାଗିଂମୁକ୍ତ କ୍ୟାମ୍ପସ ପାଇଁ ପ୍ରୟାସ - ଏକାଦଶ ପାଠପଢା

ଆସନ୍ତାକାଲିଠୁ ଏକାଦଶ ପାଠପଢା ଆରମ୍ଭ । ରାଗିଂମୁକ୍ତ କ୍ୟାମ୍ପସ ପାଇଁ ହେଉଛି ପ୍ରୟାସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 31, 2023, 6:13 PM IST

କାଲିଠୁ ଏକାଦଶ ପାଠପଢା

ଭୁବନେଶ୍ବର:ରାଜ୍ୟରେ ଆସନ୍ତାକାଲି ବା ଅଗଷ୍ଟ ୧ ତାରିଖଠାରୁ ଆରମ୍ଭ ହେବାକୁ ୟାଉଛି ଏକାଦଶ ଶ୍ରେଣୀର ପାଠପଢା । ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ କ୍ଲାସ କରାଯିବ । ପ୍ରଥମ କରି କଲେଜ ଆସିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଓ ପାଠପଢା ବ୍ୟତୀତ ରାଗିଂକୁ ନେଇ ମଧ୍ୟ ଅବଗତ କରାଯିବ । ଏହା ସହ କଲେଜ କ୍ୟାମ୍ପସ ରାଗିଂ ମୁକ୍ତ କରିବା ପାଇଁ ପ୍ରୟାସ କରାଯିବା ସହ ଏହାସହ ରାଗିଂ କମିଟି ଗଠନ କରାଯାଇ ପିଲାଙ୍କ ଉପରେ ନଜର ରଖାଯିବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ଅଭିରାମ ଆୟର ।

ପ୍ରଥମ ଦିନରେ ଏହି କ୍ଲାସକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କିମ୍ବା ଜଣେ ବରିଷ୍ଠ ଅଧ୍ୟାପକଙ୍କ ପରିଚାଳିତ କରିବେ । ପ୍ରଥମ କରି କଲେଜ ଆସିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଓ ପାଠପଢା ବ୍ୟତୀତ ବିଭିନ୍ନ ବିଷୟରେ ଅବଗତ କରାଯିବ। ସିଲାବସର ଉପଲବ୍ଧତା, ପରୀକ୍ଷା ପ୍ରଶ୍ନ ଢାଞ୍ଚା ବିଷୟରେ ସୂଚନା ଦିଆଯିବ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିବା ବିଭିନ୍ନ ଶ୍ରେଣୀର କୋଠରୀ, ଲାବ୍ରୋଟୋରୀ, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ସୁବିଧା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ଏହାସହ ନିଜ ନିଜ ବିଭାଗର ସମୟ ସାରଣୀ (ଟାଇମ୍ ଟେବୁଲ୍) ବଣ୍ଟନ କରାଯିବ ।

ଏହା ବି ପଢନ୍ତୁ- ଅଗଷ୍ଟ ୧ରୁ +2 ପାଠପଢା: ପ୍ରଥମ ଦିନରେ ହେବ ଇଣ୍ଡକ୍ସନ କ୍ଲାସ

ଏହା ସହ କଲେଜ ୟୁନିଫର୍ମ ଏବଂ ପରିଚୟ କାର୍ଡ ଆଦିକୁ ଗୁରୁତ୍ଵ ଦିଆଯିବ । ତେବେ ସମସ୍ତ ଛାତ୍ରଛାତ୍ରୀ କ୍ଲାସରେ ଯୋଗଦେବା ଆବଶ୍ୟକ ବୋଲି ନୂଆ କରି ଆସୁଥିବା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯିବ। ଅଗଷ୍ଟ 14 ସୁଦ୍ଧା ୟୁନିଫର୍ମ ସମେତ ଏକ ସ୍ଥାୟୀ ପରିଚୟ କାର୍ଡ ପ୍ରଦାନ କରାଯିବ। ତେବେ ସେପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏକ ଅସ୍ଥାୟୀ ପରିଚୟ କାର୍ଡ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ପୋର୍ଟାଲ ବିଷୟରେ ସଚେତନତା କରାଯିବା ସହ ରାଜ୍ୟ ବୃତ୍ତି ବିଷୟରେ ମଧ୍ୟ ଅବଗତ କରାଯିବ ବୋଲି ନିର୍ଦ୍ଦେଶକ ଆୟର ସୂଚନା ଦେଇଛନ୍ତି ।

ରାଜ୍ୟ ବୃତ୍ତି ସମ୍ପର୍କରେ ଜାଣିବା ପାଇଁ ପୋର୍ଟାଲ ହେଉଛି (http://odishacareerportal.com) । CHSE ସିଲାବସ ସହ ଇ-ପୁସ୍ତକଗୁଡ଼ିକର ସଚେତନତା କରାଯିବ । CHSE ଅନୁଯାୟୀ +2 କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ପାଇଁ ଓଡିଶା ସିଲାବସ ପାଠ୍ୟ ପୁସ୍ତକ ବ୍ୟୁରୋ ଓଡିଶା ୱେବସାଇଟରେ https://www.textbookbureauodisha.inରେ ଉପଲବ୍ଧ ରହିଛି । ଯାହାକୁ ଛାତ୍ରଛାତ୍ରୀ ନିଜ ଆବଶ୍ୟକତା ଅନୁଯାୟୀ ଡାଉନଲୋଡ୍ କରିବେ । ଏହା ବ୍ୟତୀତ ଅଭିଭାବକମାନଙ୍କ ସହିତ ଶିକ୍ଷକମାନଙ୍କର ବୈଠକ କରାଯିବ । ରାଗିଂର ଫର୍ମ ଏବଂ ଆଣ୍ଟି-ରାଗିଂ ସେଲର ନମ୍ବର ମାଧ୍ୟମରେ ଯୋଗାଯୋଗ କରିପାରିବେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details