ଭୁବନେଶ୍ବର: ବିଜେପି ରାଜ୍ୟ ପଦାଧିକାରୀ ବୈଠକରେ ଜି -20ରେ ଭାରତର ସ୍ଥିତି ଏବଂ ସଂଗଠନକୁ ନେଇ ଆଲୋଚନା ହୋଇଛି । ଏହାବାଦ ଦଳକୁ ତୃଣମୂଳ ସ୍ତରରେ ଆହୁରି ଶକ୍ତିଶାଳୀ କରିବା, ଲୋକଙ୍କ ସହ ଦଳକୁ କନେକ୍ଟ କରି ରଖିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ରାଜ୍ୟରେ ଚାଲିଥିବା ଜନ ବିରୋଧୀ ସରକାର ବିରୋଧରେ ନିର୍ଣ୍ଣାୟକ ଲଢେଇ ହେବ । ରାଜ୍ୟ ପଦାଧିକାରୀ ବୈଠକକୁ ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଏହା କହିଛି ପୃଥ୍ୱୀରାଜ ହରିଚନ୍ଦନ ।
ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଚାଷୀ ଓ ଚାଷକୁ ହତ୍ୟା କରୁଛି ରାଜ୍ୟ ସରକାର । ପଞ୍ଚାୟତରାଜ ବ୍ୟବସ୍ଥାକୁ ରାଜନୈତିକ କବଳିତ କରୁଛି ବିଜେଡ଼ି ସରକାର । ଓଡିଶାର ବିଜୁଳି ଉପଭୋକ୍ତାଙ୍କୁ ଓଇଆରସି ଏବଂ ରାଜ୍ୟ ସରକାର ଅବହେଳା କରୁଛନ୍ତି । ଓଡିଶାର ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ଅକ୍ଷମ ରାଜ୍ୟ ସରକାର । ଏସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ସାରା ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ମୁଖ୍ୟତଃ ତୃଣମୂଳ ସ୍ତରରେ ସଙ୍ଗଠନ ମଜବୁତ କରିବା ସହ କ୍ରମାଗତ ଭାବେ ଆନ୍ଦୋଳନ କରିବ ଦଳ । ବିଜେପି ଏହି ନିଷ୍ପତ୍ତି ନେଇଛି ।