ଓଡିଶା

odisha

ETV Bharat / state

ହଜିଥିବା ଫାଇଲ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର: ବିଜେପି

ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ ଏହି ସରକାରରେ ରାଜ୍ୟବାସୀ କିଛି ଜାଣିପାରନ୍ତି ନାହିଁ । ଯେତେବେଳେ ବିଜେପି ସବୁ କଥାକୁ ଲୋକଲୋଚନକୁ ଆଣିବ ସେତେବେଳେ ସରକାର କୁହଁନ୍ତି ଚାବି ମିଳିଗଲା, ଫାଇଲ ମିଳିଗଲା । ଅଧିକ ପଢନ୍ତୁ

By

Published : Apr 22, 2023, 9:54 PM IST

ହଜିଥିବା ଫାଇଲ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର: ବିଜେପି
ହଜିଥିବା ଫାଇଲ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର: ବିଜେପି

ହଜିଥିବା ଫାଇଲ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର: ବିଜେପି

ଭୁବନେଶ୍ବର: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ ହଜିବା ପରେ ପୁଣି ମିଳିଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି ବିଜେପି । ଆଜି ବିଜେପି ଏହି ପ୍ରସଙ୍ଗରେ ପ୍ରେସମିଟ କରି କହିଛି ଶ୍ରୀମନ୍ଦିର ଫାଇଲ ହଜିବା ପ୍ରସଙ୍ଗରେ ବିଜେପି ଥାନାରେ ଯେଉଁଦିନ ଏଫଆଇଆର ଦେଲା ସେହିଦିନ ଫାଇଲ ମିଳିଗଲା। ଏହା ସନ୍ଦେହ ଜନକ କଥା। ତେଣୁ ଏସରକାର ମିଛୁଆ ରାଧୁଆ ସରକାର । ବିଜେପି କହିଛି, ଫାଇଲ ହଜିବା ଦୁର୍ଭାଗ୍ୟ ଜନକ ବିଷୟ। ସମସ୍ତଙ୍କୁ ଆଘାତ ପହଞ୍ଚାଇଛି। ଅତୀତରେ ରତ୍ନଭଣ୍ଡାର ଚାବି ହଜିବା, ମହାପ୍ରଭୁଙ୍କ ଜମି ଜବରଦଖଲ କଥା ଉଠିଥିଲା। ଏସବୁ ପ୍ରମାଣ କରୁଛି ରାଜ୍ୟ ସରକାର ଜଗନ୍ନାଥଙ୍କ ପ୍ରତି ଆନ୍ତରିକତା ନାହିଁ। ଫାଇଲ ଦୁଇଟି ହଜିଲା ବିଜେପି ଥାନାରେ ଏଫଆଇଆର ଦେଲା ଯେଉଁଦିନ ସେହିଦିନ ଫାଇଲ ମିଳିଗଲା। ଏହା ସନ୍ଦେହ ଜନକ କଥା। ଅତୀତରେ ବହୁତ ମିଛ କହିଛନ୍ତି ସରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯଦି ଏ ଫାଇଲ ମିଳିଗଲା ତାର କେତେ ସତ୍ୟତା ଅଛି ରାଜ୍ୟ ସରକାର ଏ ଫାଇଲ କୁ ସାର୍ବଜନୀନ କରନ୍ତୁ। ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି ମିଳିବା ଭଳି କଥା ନହେଉ ।

ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ ଏହି ସରକାରରେ ରାଜ୍ୟବାସୀ କିଛି ଜାଣିପାରନ୍ତି ନାହିଁ। ଯେତେବେଳେ ବିଜେପି ସବୁ କଥାକୁ ଲୋକଲୋଚନକୁ ଆଣିବ ସେତେବେଳେ ସରକାର କୁହଁନ୍ତି ଚାବି ମିଳିଗଲା, ଫାଇଲ ମିଳିଗଲା। ବିଜେପି ସନ୍ଦେହ କରୁଛି ଫାଇଲ ମିଳିନାହିଁ ଏଥିରେ ଗୁରୁତ୍ବପୂର୍ଣ୍ଣ କଥା ଥିଲା ବୋଲି ଜାଣିଶୁଣି ହଜାଇ ଦେଇଛନ୍ତି। ଏହି ସରକାର କିଛି ବି କରିପାରିବ ବୋଲି ବିଜେପି ଅଭିଯୋଗ କରିଛି ।

ସେହିପରି ଶ୍ରୀମନ୍ଦିର ସ୍ଥାୟୀ ପ୍ରଶାସକ ନିଯୁକ୍ତି ପ୍ରସଙ୍ଗରେ ବ୍ରହ୍ମଗିରି ବିଧାୟକ କହିଛନ୍ତି, ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଉନାହାଁନ୍ତି। ବାରମ୍ବାର ହାଇକୋର୍ଟଙ୍କ ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ପୂର୍ଣ୍ଣକାଳୀନ ପ୍ରଶାସନ ନିଯୁକ୍ତି ଦେଉନାହାଁନ୍ତି। ଯାହାକୁ ଦେଇଛନ୍ତି ସେ ପାଞ୍ଚଟି ବିଭାଗର କାମ କରୁଛନ୍ତି ତାଙ୍କୁ କାହିଁକି ଦେଲେ ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ଵ। ଶ୍ରୀମନ୍ଦିର ସୂଚାରୁ ରୂପେ ଚାଲୁ ସରକାର ଚାହୁଁ ନାହାଁନ୍ତି।

ସୂଚନାଯୋଗ୍ଯଯେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ବିଭାଗର ଉପ ସଚିବ ବିଭାଗର ସମସ୍ତ ଶାଖାକୁ ଚିଠି ଲେଖି ଅନୁରୋଧ କରାଯାଇଥିଲା। ଏହା ସହ ଫାଇଲ ମିଳିଲା କି ନାହିଁ ଜଣାଇବାକୁ କୁହାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details