ଓଡିଶା

odisha

ETV Bharat / state

ଦିଲ୍ଲୀରେ ଓଡିଶା ଦଖଲ ଷ୍ଟ୍ରାଟେଜି: ବିଜେପି ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ଶାହ

Manmohan Samal Reaction on BJP MLAs Delhi visit: ଦିଲ୍ଲୀ ଗସ୍ତରେ ବିଜେପିର 22 ଜଣିଆ ବିଧାୟକ ଟିମ । 2024 ନିର୍ବାଚନରେ ଓଡ଼ିଶାରେ ବିଜେପିର ବିଜୟ ପାଇଁ ମୋଦି, ଅମିତ ଶାହ ଏବଂ ଜେ.ପି ନଡ୍ଡାଙ୍କ ସହ କରିବେ ଆଲୋଚନା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Dec 20, 2023, 5:40 PM IST

ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ
ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ

ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ

ଭୁବନେଶ୍ବର: ଦିଲ୍ଲୀ ଗସ୍ତରେ ଅଛନ୍ତି ବିଜେପିର 22 ବିଧାୟକ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟି ଆଲୋଚନା କରିବେ ବିଧାୟକ । ରାଜ୍ୟରେ ଭ୍ରଷ୍ଟ ଶାସନ ବିରୁଦ୍ଧରେ କେମିତି ନିର୍ବାଚନରେ ଲଢେଇ ହେବ ସେ ନେଇ ଗୁରୁମନ୍ତ୍ର ଆଣିବେ ବିଧାୟକ ଟିମ୍ । ଆଗାମୀ ନିର୍ବାଚନ ପାଇଁ ରାଷ୍ଟ୍ରୀୟ ନେତାଙ୍କ ଠାରୁ ପରାମର୍ଶ ନିଆଯିବ । 22 ତାରିଖ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ବସିବ । ଏଥିରେ ରାଜ୍ୟ ବିଜେପି ନେତାମାନେ ମଧ୍ୟ ଯୋଗ ଦେବେ । 22 ତାରିଖ ଅପରାହ୍ନରୁ 23 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୈଠକ ଚାଲିବ । 23 ତାରିଖ ରାତିରେ ଅନ୍ୟ ବୈଠକ ମଧ୍ୟ ଅଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ତେବେ ମନମୋହନ କହିଛନ୍ତି, " ନିର୍ବାଚନରେ ପ୍ରାର୍ଥୀ ହେବ କିଏ ସର୍ଭେ ଚାଲିଛି । ଟିକେଟକୁ ନେଇ ସମସ୍ତ ବିଷୟ କେନ୍ଦ୍ର ନେତୃଙ୍କ ଅବଗତରେ ଅଛି । ଆମକୁ ଯାହା ପରାମର୍ଶ ଦରକାର ପଡ଼ିବ ଆମେ ନେବୁ । ଆମକୁ ଯାହା ମତାମତ ପଚରା ଯିବ ଆମେ ନେବୁ । ଏହାସହ ପାର୍ଲ୍ୟାମେଣ୍ଟାରୀ ପାର୍ଟି ନିଷ୍ପତ୍ତି ନେବ । ଯେତେବେଳେ ଯେଉଁ ରଣନୀତି କେନ୍ଦ୍ରୀୟ ନେତୃତ୍ବ କହିବେ ତାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ । ସବୁ ରାଜ୍ୟରେ ଷ୍ଟ୍ରାଟେଜି ଅଲଗା ଅଲଗା । ମଧ୍ୟପ୍ରଦେଶ, ଛତିଶଗଡରେ ଅଲଗା ଷ୍ଟ୍ରାଟେଜି ଥିଲା । ଓଡ଼ିଶାର କେଉଁ ଷ୍ଟ୍ରାଟେଜିରେ ନିର୍ବାଚନ ଲଢିବା ସେଇଟା ପାର୍ଲ୍ୟାମେଣ୍ଟାରୀ ପାର୍ଟି ନିଷ୍ପତ୍ତି ନେବ ।"

ଏହା ମଧ୍ୟ ପଢ଼ନ୍ତୁ....24ରେ ହେବ ଜୋରଦାର ଲଢ଼େଇ, ବିଦାୟ ନେବେ ନବୀନ: ଜୟନାରାୟଣ ମିଶ୍ର

ସୂଚନାଯୋଗ୍ୟ ଯେ, ବିଜେପିର 22 ଜଣିଆ ବିଧାୟକ ଟିମ ଦିଲ୍ଲୀ ଗମ୍ତରେ ଥିବା ବେଳେ 2024 ନିର୍ବାଚନରେ ବିଜୟ ପାଇଁ ବିଧାୟକଙ୍କୁ ଗୁରୁ ମନ୍ତ୍ର ଦେବେ ମୋଦି, ଶାହ ଓ ନଡ୍ଡା । ଆଗାମୀ ନିର୍ବାଚନ ପାଇଁ ବିଜେପି ରଣନୀତି ପ୍ତସ୍ତୁତ କରୁଛି । ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ବିଧାୟକ ଟିମ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିବେ । ଓଡ଼ିଶାରେ ଦଳର ସଙ୍ଗଠନ ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଶୀର୍ଷ ନେତୃତ୍ଵଙ୍କ ସହ ବିଧାୟକ ମାନେ ଆଲୋଚନା କରିବେ । 24 ନିର୍ବାଚନରେ ଶାସକ ଦଳକୁ ବିଜେପି ଟକ୍କର ଦେବା ସହ ଜୋରଦାର ଲଢେଇ ହେବ । ରାଜ୍ୟରୁ ଶଙ୍ଖ ହଟାଇ ପଦ୍ମ ଫୁଟାଇବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ସେହିପରି କେନ୍ଦ୍ରୀୟ ଯୋଜନା ହଡପ ଏବଂ କେନ୍ଦ୍ରୀୟ ଯୋଜନାରେ ମୋଦିଙ୍କ ଫଟୋ ନଲଗାଇବା ଏନେଇ ଅବଗତ କରିବେ ବିଧାୟକ । ଏହାସହ ବିଜେପି ସହ ମେଣ୍ଟ ହେବ ବୋଲି ପ୍ରଚାର କରି ବିଜେଡି ଦଳ ବିଜେପି କର୍ମୀଙ୍କ ମନୋବଳ ଭାଙ୍ଗୁଥିବା ଅଭିଯୋଗ ଆଣଇଛି ବିଜେପି । ଏ ବିଷୟରେ ମଧ୍ୟ କେନ୍ଦ୍ର ନେତୃତ୍ଵଙ୍କୁ ଅବଗତ କରିବେ ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details