ଓଡିଶା

odisha

ETV Bharat / state

ବିଜେପି ପଦାଧିକାରୀ ବୈଠକ ଆରମ୍ଭ, ଫୋକସରେ 2024 ନିର୍ବାଚନ

BJP Office Bearers Meet: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବିଜେପିର ପଦାଧିକାରୀ ବୈଠକ । ଆଗାମୀ ନିର୍ବାଚନ ନେଇ ନେତାଙ୍କୁ ଦିଆଯିବ ଗୁରୁମନ୍ତ୍ର । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 30, 2023, 1:48 PM IST

Updated : Dec 30, 2023, 2:28 PM IST

ବିଜେପିର ପଦାଧିକାରୀ ବୈଠକ
BJP Bearers Meeting

ବିଜେପି ପଦାଧିକାରୀ ବୈଠକ

ଭୁବନେଶ୍ବର:2024 ସାଧାରଣ ନିର୍ବାଚନକୁ ମାସ କେଇଟା ବାକି । ଏନେଇ ରାଜନୈତିକ ଦଳଗୁଡିକର ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ଆଜି ବସିଛି ବିଜେପି ପଦାଧିକାରୀ ବୈଠକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପାର୍ଟି କାର୍ଯ୍ୟାଳୟରେ ଏହି ବୈଠକ ଆରମ୍ଭ ହୋଇଛି । ଏଥିରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହିତ ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସାଂସଦ ଜୁଏଲ ଓରାମ, ସାଂସଦ ଅପରାଜିତା ଷଡଙ୍ଗୀ ଓ ଦଳର କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଅଛନ୍ତି ।

କିଛି ଦିନ ପୂର୍ବେ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ବସିଥିଲା । ବୈଠକରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ଗ୍ରାଉଣ୍ଡରେ କିପରି ପହଞ୍ଚିବ ସେନେଇ ଆଜିର ବୈଠକରେ ଯୋଜନା ପ୍ରସ୍ତୁତ ହେବ । ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଁ ତିଆରି ହୋଇପାରେ ବ୍ଲୁ ପ୍ରିଣ୍ଟ । ଶୁକ୍ରବାର ବିଜେପିର ସମନ୍ୱୟ ବୈଠକ ବସିଥିଲା । ଆସନ୍ତାକାଲି (ରବିବାର) ସଂଯୁକ୍ତ ମୋର୍ଚ୍ଚା ବୈଠକ ବସିବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଘନ ଘନ ବୈଠକ କରୁଛି ।

ଏହା ମଧ୍ୟ ପଢନ୍ତୁ-ପ୍ରତି ବୁଥରୁ 50%ରୁ ଅଧିକ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିବ ବିଜେପି

ବିଜେପିର ସମନ୍ୱୟ ବୈଠକରେ ଆଗାମୀ ନିର୍ବାଚନ ନେଇ ଆଲୋଚନା ହୋଇଥିଲା । 2019 ଅପେକ୍ଷା 2024ରେ ରାଜ୍ୟରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଥିବା ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂହ ତୋମାର କହିଥିଲେ । ସେହିପରି ଲୋକସଭା ଓ ବିଧାନସଭାରେ ଭିନ୍ନ ଭିନ୍ନ ରଣନୀତି ହେବ । ନିର୍ବାଚନରେ 51 ପ୍ରତିଶତ ଭୋଟ ପାଇବା ହେଉଛି ଆମର ଟାର୍ଗେଟ । ଯେଉଁଠି ଯେତେ ଆବଶ୍ୟକ, ସେହି ଅନୁଯାୟୀ ସେଠାରେ ସେତିକି ଟାର୍ଗେଟ ସେଟ୍‌ କରାଯିବ । ସେଥିପାଇଁ ରଣନୀତି କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ବିଜେପିର ଐତିହାସିକ ବିଜୟ ହେବ ବୋଲି ଜୋର ଦେଇ କହିଥିଲେ ରାଜ୍ୟ ବିଜେପି ସହପ୍ରଭାରୀ ।

କିଛି ଦିନ ତଳେ ଦିଲ୍ଲୀ ଗସ୍ତରେ ଯାଇଥିଲେ ବିଜେପି ଦଳର 22 ବିଧାୟକ । ସେଠାରେ ଛାମୁଆ ନେତାଙ୍କ ସହିତ ବୈଠକ କରିବା ସହ ଗୁରୁମନ୍ତ୍ର ନେଇ ଓଡ଼ିଶା ଫେରିଥିଲେ ବିଧାୟକ । ପ୍ରଧାନମନ୍ତ୍ରୀ ଓ ଜେପି ନଡ୍ଡାଙ୍କ ସହ ଆଲୋଚନା କରିଥିଲେ ବିଧାୟକ ଦଳ । ଉଭୟ ନେତାଙ୍କ ସହିତ କଥାବାର୍ତ୍ତା ଖୁବ୍ ଉତ୍ସାହିତ ଥିଲା ବୋଲି କହିଥିଲେ ଜୟନାରାୟଣ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 30, 2023, 2:28 PM IST

ABOUT THE AUTHOR

...view details