ଓଡିଶା

odisha

ETV Bharat / state

ରାଜ୍ୟରେ ଧାନକିଣା ଦୁର୍ନୀତି, ପୀୟୁଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ରାଜ୍ୟରେ ଧାନକିଣାରେ ବ୍ୟାପକ ଅନିୟମିତତା ଦେଖା ଦେଇଛି । ପରିଶ୍ରମ କରି ସୁନାର ଫସଲ ହସାଇଥିବା ଚାଷୀକୁ ନିରାଶ ହେବାକୁ ପଡୁଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଛନ୍ତି ବିଜେପି ସାଂସଦ । ଅଧିକ ପଢନ୍ତୁ

By

Published : Dec 21, 2022, 1:15 PM IST

BJP MPs seek Goyals help over corruption in paddy
ପୀୟୁଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ଭୁବନେଶ୍ବର:କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି । ରାଜ୍ୟରେ ଧାନକିଣାବିକାରେ ଦୁର୍ନୀତି ଓ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଛନ୍ତି ବିଜେପି ସାଂସଦ ( Odisha BJP MPs seek union minister Piyush Goyal ) । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଚାଷୀଙ୍କ ସମସ୍ୟାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ପ୍ରତିନିଧି ଦଳ । ନୂଆଦିଲ୍ଲୀରେ ବିଜେପି ସାଂସଦ ପୀୟୁଷ ଗୋଏଲଙ୍କୁ ଭେଟିଛନ୍ତି । ଏହାକୁ ଗୋଟିଏ ପୂର୍ବରୁ ବିଜେଡି ସାଂସଦ ବାକିଥିବା ଖାଦ୍ୟ ସବସିଡି 14,292 କୋଟି ଟଙ୍କା ଓଡିଶା ସରକାରଙ୍କୁ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଦାବି କରିଥିଲେ।

ପୀୟୁଷ ଗୋଏଲକୁ ବିଜେପି ସାଂସଦ ଦେଇଥିବା ଦାବିପତ୍ରରେ ଏହା ଅଭିଯୋଗ ହୋଇଛି କି, ଓଡିଶା ସରକାର ଧାନ କିଣାବିକା ହ୍ରାସ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ନକଲି ଚାଷୀ, ଠକ ବେପାରୀ ମଣ୍ଡି କର୍ମଚାରୀଙ୍କ ସହ ମେଣ୍ଟ କରି ଧାନବିକ୍ରି ଟୋକନ ହାତେଇବା ସହ ସରକାରୀ ଏମଏସପି ହରିଲୁଟ କରୁଛନ୍ତି । ରାଜ୍ୟ ସରକାରଙ୍କ ଅବବ୍ୟସ୍ଥା ଯୋଗଁ ଚାଷୀ ମଣ୍ଡିକୁ ଧାନ ନେଇ ପାରୁନାହିଁ । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଧାନ ସଂଗ୍ରହ ପ୍ରକ୍ରିୟା ଓଡ଼ିଶାର ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।

ପୂର୍ବଭଳି ଟୋକନ ଲାପ୍ସ, କଟନୀ-ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ପ୍ରିୟାପ୍ରୀତି ପୋଷଣ ବିଶେଷ ଭାବରେ ଚାଷୀ ମାନଙ୍କ ଚିନ୍ତାର କାରଣ ହୋଇଛି । ଏହି ସବୁ ସମସ୍ୟାର ସମାଧାନ ନେଇ କେନ୍ଦ୍ରୀୟ ତଦନ୍ତକାରୀ ଟିମ ପୂର୍ବରୁ ଦେଇଥିବା ତଥ୍ୟ ଓ ସୁପାରିଶକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ପ୍ରତିନିଧି ଦଳ ଆହୁରି କହିଛନ୍ତି, ଅକ୍ଟୋବରରୁ ଖରିଫ ଋତୁ ଆରମ୍ଭ ହେଉଛି । କିଛି ଜିଲ୍ଲାକୁ ଛାଡି ଦେଲେ ଅନେକ ସ୍ଥାନରେ ଏ ଯାଏଁ ମଣ୍ଡି ଖୋଲି ନାହିଁ । 151 ଦିନ ସରକାରୀ ଧାନ କିଣା ସମୟ ସୀମା ବଦଳରେ 40-43 ଦିନରେ ଧାନ କିଣା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଓଡ଼ିଶାର ଗରିବ ଚାଷୀ ମାନଙ୍କର କଲ୍ୟାଣ ପାଇଁ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ବିଜେପି ସାଂସଦ ଦଳ ।

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରିଲାନି ସାକ୍ଷାତ, ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଧମକ

ଏହି ପ୍ରତିନିଧି ଦଳରେ ସାଂସଦ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ ଓ ନୀତିଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଚାଷୀ ସମସ୍ୟାକୁ ନେଇ ଏକ ସ୍ମାରକପତ୍ର ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details