ଓଡିଶା

odisha

ହୋମଗାର୍ଡ ନିର୍ଯାତନା ମାମଲା, ନ୍ୟାୟ ଦାବିରେ ଜାତୀୟ ମହିଳା କମିଶନଙ୍କୁ ଭେଟିଲା ବିଜେପି

By ETV Bharat Odisha Team

Published : Aug 24, 2023, 8:57 PM IST

ହୋମଗାର୍ଡ ନିର୍ଯାତନା ମାମଲାରେ ଜାତୀୟ ମହିଳା କମିଶନଙ୍କୁ ଭେଟିଲା ବିଜେପି । ନ୍ୟାୟ ପାଇଁ କଲା ଦାବି । ଅଧିକ ପଢନ୍ତୁ

Etv Bharat
Etv Bharat

ହୋମଗାର୍ଡ ନିର୍ଯାତନା ମାମଲା

ଭୁବନେଶ୍ବର:ମହିଳା ହୋମଗାର୍ଡଙ୍କୁ ଡିଆଇଜି ପରିବାର ନିର୍ଯାତନା ଦେବା ଘଟଣା । ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ଆଜି ଦିଲ୍ଲୀ ଗସ୍ତ କରିଛି ବିଜେପି । ଜାତୀୟ ମହିଳା କମିଶନଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ବିଜେପି ପ୍ରତିନିଧି ଦଳ । ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଜାତୀୟ ମହିଳା କମିଶନଙ୍କୁ ଭେଟି ପୀଡ଼ିତାଙ୍କୁ ନ୍ୟାୟ ଦେବା ଲାଗି ଦାବି କରିଛନ୍ତି ।

ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ ଏବଂ ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ ପ୍ରମୁଖ ସାମିଲ ଥିଲେ । ହୋମଗାର୍ଡଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେପି ଗତକାଲି ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ଆଜି ଦିଲ୍ଲୀ ଗସ୍ତ କରି ଜାତୀୟ ମହିଳା କମିଶନଙ୍କୁ ଭେଟିଛନ୍ତି ।

ଏହା ବି ପଢନ୍ତୁ- Homeguard Harassed: କେବଳ ଶୈଳେନ୍ଦୀ ନୁହଁନ୍ତି ନିର୍ଯାତନାର ଶିକାର ହୋଇଛନ୍ତି ଆଉ 2 ହୋମଗାର୍ଡ

ଗତକାଲି ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲା ଯେ ହୋମଗାର୍ଡଙ୍କୁ କ୍ଷତିପୂରଣ ଦେବା ସହିତ ତାଙ୍କ ଝିଅଙ୍କୁ ଚାକିରି ଦିଆଯାଉ ଏବଂ ଉଭୟ ପତିପତ୍ନୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଡିଆଇଜି ବ୍ରିଜେଶଙ୍କୁ ବଦଳି କରି ଘଟଣାକୁ ଚାପି ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା । ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଖସାଇ ଦେବା ପାଇଁ ପ୍ରଶାସନ ଲାଗିଛି । ତେଣୁ ତାଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ମହିଳାଙ୍କୁ ନ୍ୟାୟ ମିଳୁ ବୋଲି ବିଜେପି ଦାବି କରିଥିଲା ।

ଏହା ବି ପଢନ୍ତୁ- ହୋମଗାର୍ଡଙ୍କୁ ନିର୍ଯାତନା ମାମଲା: ନ୍ୟାୟ ଦାବି କଲା କଂଗ୍ରେସ, OHRCରେ ମାମଲା ରୁଜୁ

ସୂଚନା ଥାଉ କି ରାଜ୍ୟ ପୋଲିସର ଜଣେ ଡିଆଇଜି ପାହ୍ୟାର ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ମହିଳା ହୋମଗାର୍ଡ । ତାଙ୍କ ନାମ ଶୈରିନ୍ଦ୍ରୀ ସାହୁ । ସେ ଅନୁଗୁଳ ଜିଲ୍ଲାର । ନିର୍ଯାତନାର ଭାର ଏତେ ହୋଇଥିଲା ଯେ ହୋମଗାର୍ଡ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । କାରଣ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଦେଉଥିଲେ ନିର୍ଯାତନା ଏବଂ ଡିଆଇଜିଙ୍କର ଘର କାମ କରିବା ସହିତ ଯାବତୀୟ କାମ ମଧ୍ୟ କରୁଥିଲେ । ଡିଆଇଜିଙ୍କ ପତ୍ନୀ ତାଙ୍କୁ ବାରମ୍ବାର ଚାକିରି ନେଇଯିବାର ଧମକ ମଧ୍ୟ ଦେଉଥିଲେ । ଏ ସବୁର ଅସହ୍ୟ ହୋଇ ଆତ୍ମହତ୍ୟାର ବାଟ ଆପଣାଇଥିଲେ । ଆଉ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା ଉଦ୍ୟମ ବେଳେ ସେ ଦୁଇଟି ଗୋଡ ହରାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details