ଓଡିଶା

odisha

ଆଇଟି ରେଡ; ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ ଆଣିଲା ବିଜେପି

By ETV Bharat Odisha Team

Published : Dec 9, 2023, 10:31 PM IST

ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଅଭିଯୋଗ । ମଦ ବ୍ୟବସାୟରେ ରାଜ୍ୟ ସରକାରଙ୍କର ସଂପୃକ୍ତି । ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ଏହାର ମାଲିକ କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଆଗକୁ ପଢ଼ନ୍ତୁ,

ମଦ ବ୍ୟବସାୟରେ ରାଜ୍ୟ ସରକାରଙ୍କର ସଂପୃକ୍ତି
ମଦ ବ୍ୟବସାୟରେ ରାଜ୍ୟ ସରକାରଙ୍କର ସଂପୃକ୍ତି

ମଦ ବ୍ୟବସାୟରେ ରାଜ୍ୟ ସରକାରଙ୍କର ସଂପୃକ୍ତି

ଭୁବନେଶ୍ବର : ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଅଭିଯୋଗ । ମଦ ବ୍ୟବସାୟରେ ରାଜ୍ୟ ସରକାରଙ୍କର ସଂପୃକ୍ତି । ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ଏହାର ମାଲିକ କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ ସବୁ ଜାଣି ମଧ୍ୟ ଅଜଣା । ମଦ ବ୍ୟବସାୟକୁ ଓଡ଼ିଶାରେ ମ୍ୟାନେଜ କରୁଛନ୍ତି ରାଜ୍ୟ ସରକାର । ଏନେଇ ବିଜେପିର ଉପସଭାନେତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତା ଓ ମନ୍ତ୍ରୀ ନିଜ ମନ୍ତବ୍ୟ ରଖିଛନ୍ତି ।

ବିଜେପିର କହିବା ଅନୁଯାୟୀ, ବିଜେଡ଼ି ନେତା ଏବଂ ରାଜ୍ୟ ସରକାର ମିଶି ମଦ କମ୍ପାନୀକୁ ଓଡ଼ିଶାରେ ପରିଚାଳିତ କରୁଥିଲେ । ଓଡ଼ିଶାର ଅବକାରୀ ବିଭାଗ ହିଁ ସେ କମ୍ପାନୀକୁ ଲାଇସେନ୍ସ ଦେଇଥିଲା । କମ୍ପାନୀର ପ୍ରଡକ୍ସନ, ଟର୍ଣ୍ଣ ଓଭର ଏବଂ ପ୍ରଫିଟ ସବୁ ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣରେ ଥିଲା । ଜଣେ ମଦ ବେପାରୀ ଶହ ଶହ କୋଟି ଟଙ୍କା ଠୁଳ ରଖିଥିବା କଥା ରାଜ୍ୟ ସରକାର କେମିତି ଜାଣିପାରିଲେ ନାହିଁ । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କ’ଣ ଏତେ ଦିନରୁ ଶୋଇ ରହିଥିଲେ । ରାଜ୍ୟ ସରକାରଙ୍କ ଏସବୁ ସଂସ୍ଥା ଏବଂ ବିଭାଗ ଫେଲ୍ ମାରିଛି । ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ, ଯୋଗେଶ ସିଂଙ୍କ ଭଳି ନେତା ମାନଙ୍କର ଏଥିରେ ସଂପୃକ୍ତି ଥିବା ବିଜେପି କହିଛି । ଏହି ବିଜେଡ଼ି ନେତା ମାନେ ହିଁ ମଦ ମାଫିଆ ବ୍ୟବସାୟକୁ ଓଡ଼ିଶାରେ ମ୍ୟାନେଜ ଏବଂ ଅପରେଟ କରୁଥିଲେ ।

ଏହା ମଧ୍ୟ ପଡ଼ନ୍ତୁ.....ଆଇଟି ରେଡ: ସାହୁ ବ୍ରଦର୍ସ ଆଣ୍ଡ କୋ ସହିତ ବିଜେଡି ନେତା ମନ୍ତ୍ରୀଙ୍କ ସମ୍ପର୍କ କଣ: ବିଜେପି

ନିକଟରେ ଶ୍ରେଷ୍ଠ ଭିଜିଲାନ୍ସ ବିଭାଗ ଭାବେ ଓଡ଼ିଶା ଭିଜିଲାନ୍ସ ଆୱାର୍ଡ଼ ପାଇଛି । ତେଣୁ ଭିଜିଲାନ୍ସ ଏତେ ବଡ କାରବାର ବିଷୟରେ ଜାଣି ପାରିଲାନି କେମିତି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି । ରାଜ୍ୟ ସରକାର ଓ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ମିଶି ବେଆଇନ ମଦ କାରବାର ଚଳାଇଥିବା କୁହାଯାଉଛି । ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ । ଏବେ ମିଳୁଥିବା ଟଙ୍କା ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଛି । ରାଜ୍ୟ ସରକାର କେବଳ ପ୍ରଚାର ପାଇଁ 5T ଏବଂ ଟ୍ରାନ୍ସପାରେନ୍ସୀ କଥା କହୁଛନ୍ତି । ଓଡ଼ିଶାରେ କେମିତି ଓ କାହା ନିର୍ଦ୍ଦେଶରେ ଟେଣ୍ଡର ଦିଆଯାଏ ତାହା ହାଟରେ ପଡ଼ି ଦାଣ୍ଡରେ ଗଡିଲାଣି । ତେବେ ରାଜ୍ୟ ବିଜେପିର ଉପସଭାନେତ୍ରୀ କହିଛନ୍ତି, ’’ଗତକାଲି ବିଜେଡି ଅଭିଯୋଗ ଆଣିଥିଲା ଯେ ବିଜେପିର ସମ୍ପୃକ୍ତି ରହିଛି ତେବେ ଯଦି ପ୍ରମାଣ ଅଛି ବିଜେଡ଼ି ଦେଉ । ମଦ ବ୍ୟବସାୟୀଙ୍କ ସହ ବିଜେଡ଼ି ନେତାଙ୍କ ଫଟୋ ଭାଇରାଲ୍ ହେଉଛି ।’’

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି, ’’ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି ? ଘଟଣାର ସତ୍ୟାସତ୍ୟ କଣ ? ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ନୈତିକତାର କଥା କହୁଥିବା କିଛି ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ ନୀରବ ଥିବାରୁ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଅସୁଲ କରଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।’’

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details