ଓଡିଶା

odisha

ETV Bharat / state

ଶିଳ୍ପ ବିଭାଗର ରିପୋର୍ଟ କାର୍ଡ, ୪ବର୍ଷ ମଧ୍ୟରେ ୧୫ହଜାର ଜମି ଶିଳ୍ପ ଉପଯୋଗୀ - ପୁଞ୍ଜି ନିବେଶକାରୀ

ପୁଞ୍ଜି ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଶିଳ୍ପ କ୍ଷେତ୍ରରେ କେତେ ବିକାଶ ହୋଇଛି ସେନେଇ ତଥ୍ୟ ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 1, 2023, 8:54 PM IST

ଭୁବନେଶ୍ବର: ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ୧୦ଲକ୍ଷ ୪୮ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ସେଥିରେ ୨ଲକ୍ଷ ୫୬ହଜାର କୋଟି ଟଙ୍କାର ବିଭିନ୍ନ ପୁଞ୍ଜିନିବେଶ ହୋଇଛି । ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଗ୍ରାଉଣ୍ଡ୍‌ରେ କାମ ଆରମ୍ଭ ହୋଇଛି । ଓଡ଼ିଶା ଏବେ ପୁଞ୍ଜି ନିବେଶରେ ଦେଶରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ପୁଞ୍ଜି ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବା ପରେ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ କ୍ଷେତ୍ରରେ କେତେ ବିକାଶ ହୋଇଛି ସେ ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ ।

ଏନେଇ ମନ୍ତ୍ରୀ କହିଛନ୍ତି , "ସିଙ୍ଗଲ ଉଇଣ୍ଡୋ ମାଧ୍ୟମରେ ସବୁ ପ୍ରକାର ମଞ୍ଜୁରୀ ଅନଲାଇନ ଜରିଆରେ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏଯାଏଁ ୧୮ଟି ବିଭାଗ ୫୪ଟି ମଞ୍ଜୁର ଅନ୍‌ଲାଇନ୍‌ ଜରିଆରେ କରାଯାଉଛି । ରାଜ୍ୟରେ ଶିଳ୍ପାୟନ ଭିତ୍ତିଭୂମି ଅଧିକ ମଜବୁତ କରାଯାଇଛି । ୪ ବର୍ଷ ମଧ୍ୟରେ ରାଜ୍ୟର ୧୫ହଜାର ଏକର ଜମିକୁ ଶିଳ୍ପାୟନ ଉପଯୋଗୀ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପାୟନ ପାର୍କ କରାଯାଇଛି । ମୋଟ ୩୦ଟି ପାର୍କ କରାଯାଇଛି । ଦେଶର ସର୍ବବୃହତ ନିପନ୍ ଷ୍ଟିଲ କାମ ଦ୍ରୁତ ଗତିରେ ଚାଲିଛି ।"

ଏହା ବି ପଢନ୍ତୁ-ପର୍ଯ୍ୟଟନ ବିଭାଗ ରିପୋର୍ଟ କାର୍ଡ, 4 ବର୍ଷରେ ହୋଇଛି ଅଭୂତପୂର୍ବ ବିକାଶ: ପର୍ଯ୍ୟଟନ ମନ୍ତ୍ରୀ

ରାଜ୍ୟ ସରକାର ପକ୍ଷରୁ ଜମି ଅଧି ଗ୍ରହଣ କରାଯିବା ସହ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପାଇଁ କେନ୍ଦ୍ରର ଅନୁମତି ମଗାଯାଇଛି । କେନ୍ଦ୍ରରୁ ମଞ୍ଜୁରୀ ମିଳିଲେ କାମ ଅଧିକ ତ୍ଵରାନିତ ହେବ । ବିଦେଶ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାର ଅପେକ୍ଷା କେନ୍ଦ୍ର ସରକାରଙ୍କ ଭୂମିକା ଅଧିକ । ପୁଞ୍ଜିନିବେଶ ପାଇଁ ମହାରାଷ୍ଟ୍ର ପ୍ରଥମ ପସନ୍ଦ ପାଲଟିଥିବା ବେଳେ ଓଡ଼ିଶା ଦ୍ବିତୀୟରେ ରହିଛି । ନିବେଶ ପାଇଁ ଗୁଜୁରାଟ ଓ ବହୁ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ବିଭିନ୍ନ ଶିଳ୍ପ ନୀତି ଅନୁଯାୟୀ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ବଣ୍ଟନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୫୦କୋଟି ଟଙ୍କା ବିଭିନ୍ନ ନୀତି ଅନୁଯାୟୀ MSMEମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । ନୂତନ ଶିଳ୍ପ ପ୍ରୋତ୍ସାହନ ନୀତିର ଶୁଭାରମ୍ଭ କରିଛନ୍ତି ସରକାର ।

ଏହା ବି ପଢନ୍ତୁ- ୪ ବର୍ଷରେ ୬୦୦୦ କିମି ରାସ୍ତାର ବିକାଶ ହୋଇଛି: ପୂର୍ତ୍ତ ମନ୍ତ୍ରୀ

ଖାଦ୍ୟ ପ୍ରକ୍ରିୟାକରଣ ନୀତି ଏବଂ ଓଡ଼ିଶା ରପ୍ତାନି ନୀତି । 2021-22 ଆର୍ଥିକ ବର୍ଷରେ ୧,୩୨,୪୦୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ୨୦୨୨-୨୩ରେ ଋଣ ଅଭିବୃଦ୍ଧି କରାଯାଇଛି । ଋଣ ପ୍ରଦାନ କ୍ଷେତ୍ରରେ ୬୨୨୯୮.୮୧ କୋଟି । ଓଡ଼ିଶାରେ ଷ୍ଟାର୍ଟ ଅପ ନୀତି ୨୦୧୬ ଅଧୀନରେ ଷ୍ଟାର୍ଟ ଅପ ଓଡ଼ିଶା ସୀକୃତିପ୍ରାପ୍ତ ଷ୍ଟାର୍ଟ ଅପ ଏବଂ ଇନକ୍ୟୁବେଟରମାନଙ୍କୁ ଆର୍ଥିକ ସହାୟତା ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ମୁଖ୍ୟତଃ ରାଜ୍ୟ ପାଣ୍ଠିରୁ ପ୍ରତ୍ୟେକ MSME ପାର୍କଗୁଡ଼ିକ ବିକଶିତ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details