ଭୁବନେଶ୍ବର:ଫେବୃଆରୀ 21ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଫେବୃଆରୀ 24ରେ ଆଗତ ହେବ ରାଜ୍ୟ ବଜେଟ । ଫେବୃଆରୀ ୨୧ରୁ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ଏହା ଷୋଡଶ ବିଧାନସଭାର ଦ୍ଵାଦଶ ଅଧିବେଶନ । ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭାର ଦ୍ଵାଦଶ ଅଧିବେଶନ ଫେବୃଆରୀ 21 ପୂର୍ବହ୍ନ 11 ଘଟିକାରୁ ଆରମ୍ଭ ହେବ । ତେବେ ଚଳିତ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ବିଭିନ୍ନ ପ୍ରସଙ୍ଗ ଉଠାଇବେ । ଧାନର ଅଭାବୀ ବିକ୍ରି, ଆଇନ ଶୃଙ୍ଖଳା ପରିସ୍ଥିତି, କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ମଧ୍ୟ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ବିରୋଧୀ ବିଜେପି, କଂଗ୍ରେସ କଣ ପ୍ରସଙ୍ଗ ପ୍ରସ୍ତୁତ କରିବେ, ସରକାରଙ୍କୁ ଘେରିବାକୁ କଣ ରଣନୀତି ତିଆରି କରିବେ ତାହା ଆଗକୁ ସ୍ପଷ୍ଟ ହେବ ।
ଏହା ବି ପଢନ୍ତୁ...Union Budget: ଇ-କୋର୍ଟ ପାଇଁ 7ହଜାର କୋଟି, ରିଜଜୁ କହିଲେ ସହଜ ହେବ ନ୍ୟାୟ ପ୍ରଦାନ
ବିଜ୍ଞପ୍ତି ଅନୁସାରେ, ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ 21ରୁ ଆରମ୍ଭ ହେବ । 24 ତାରିଖରେ 2023/24 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ । ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ । ମାର୍ଚ୍ଚ 1 ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ଏହା ପରେ ମାର୍ଚ୍ଚ 10ରୁ ଏପ୍ରିଲ 6 ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଆଗାମୀ ବର୍ଷ ନିର୍ବାଚନ ଥିବାରୁ ବଜେଟ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାର ନୂଆ ଯୋଜନା ମଧ୍ୟ ଘୋଷଣା କରିପାରନ୍ତି ।