ଓଡିଶା

odisha

ETV Bharat / state

ଭୋଟରଙ୍କ କାହାଣୀ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭୋଟ ଦେବା କୋଉଠି'

ସରକାରଙ୍କ ସପକ୍ଷରେ ନା ବିପକ୍ଷରେ ମତଦାତାଙ୍କ କାହାଣୀ କହିବ ଓଡ଼ିଆ ଫିଲ୍ମ 'ଭୋଟ ଦେବା କୋଉଠି' । ଏହି ଫିଲ୍ମର ନାଁ ଆଜି ଘୋଷଣା ହୋଇଥିବା ବେଳେ ଫିଲ୍ମଟି ୨୦୨୪ ନିର୍ବାଚନ ପୂର୍ବରୁ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ମାତା । ଅଧିକ ପଢନ୍ତୁ,

By ETV Bharat Odisha Team

Published : Oct 19, 2023, 6:41 PM IST

ଭୋଟରଙ୍କ କାହାଣୀ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭୋଟ ଦେବା କୋଉଠି', ୨୦୨୪ ନିର୍ବାଚନ ପୂର୍ବରୁ ହେବ ରିଲିଜ
ଭୋଟରଙ୍କ କାହାଣୀ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭୋଟ ଦେବା କୋଉଠି', ୨୦୨୪ ନିର୍ବାଚନ ପୂର୍ବରୁ ହେବ ରିଲିଜ

ଭୋଟରଙ୍କ କାହାଣୀ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭୋଟ ଦେବା କୋଉଠି', ୨୦୨୪ ନିର୍ବାଚନ ପୂର୍ବରୁ ହେବ ରିଲିଜ

ଭୁବନେଶ୍ବର:ଆଗକୁ ନିର୍ବାଚନ ଆସୁଥିବାରୁ ନିର୍ବାଚନର ସଚେତନତାକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ଭୋଟ ଦେବା କୋଉଠି । ବିଶେଷ ଭାବେ ରାଜନୀତି ଓ ମତଦାତାଙ୍କ ସମସ୍ୟାକୁ ନେଇ ଆସୁଛି ଚଳଚ୍ଚିତ୍ର 'ଭୋଟ ଦେବା କୋଉଠି ?' । ଏହି କାହାଣୀଟି ଲୋକମାନଙ୍କର ସିନେମା । ଅନେକ ଗବେଷଣା ଓ ଲୋକଙ୍କ ମତକୁ ୬ ମାସ ଧରି ନିଆଯାଇ ଏହି ସିନେମାଟି ପ୍ରସ୍ତୁତ ହେବାକୁ ଯାଉଛି । ଆଜି ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି ଫିଲ୍ମର ନିର୍ମାତା । ତେବେ ଫିଲ୍ମଟିକୁ ୨୦୨୪ ନିର୍ବାଚନ ପୂର୍ବରୁ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ମାତା ।

ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ରର ଟାଇଟଲ ଉନ୍ମୋଚନ ହୋଇଯାଇଛି । ପ୍ରଯୋଜକ ଯୁଗଳ ଦେବତା, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା ଓ ରମେଶ ବାରିକ ପ୍ରମୁଖ ଯୋଗ ଦେଇ ଏହାର ଟାଇଟଲ ଉନ୍ମୋଚନ କରିଥିଲେ । 'ଭୋଟ ଦେବା କୋଉଠି ?' ଟାଇଟଲରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅମୂଲ୍ୟ ଦାସ ଓ ଧନଞ୍ଜୟ ଦ୍ବିବେଦୀ । କିଙ୍ଗସ୍ କ୍ରିଏସନ୍ ଓ ଜୋକର ପ୍ଲସ ବ୍ୟାନରରେ ନିର୍ମିତ ଏହି ସିନେମାରେ ନିର୍ଦ୍ଦେଶନା ଦିଲ୍ଲୀପ ପଣ୍ଡା । କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ହର ବାରିକ ଥିବାବେଳେ ସଂଗୀତ ଦେଇଛନ୍ତି ଅଭିଜିତ ମଜୁମଦାର । ଏବଂ ଅଭିନେତା ରାଜବୀରଙ୍କୁ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ ।


ତେବେ ଆପଣଙ୍କ ଗୋଟିଏ ବହୁମୂଲ୍ୟ ଭୋଟ ଦେଶ ନିର୍ମାଣରେ ସହାୟକ ହୋଇଥାଏ । ତେଣୁ ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଇ ନିର୍ବାଚିତ କରିବା ହେଉଛି ପ୍ରତ୍ୟେକ ଭୋଟଦାତାଙ୍କ ପାଇଁ ବଡ଼ ଆହ୍ୱାନ । ଏଭଳି କିଛି ବାର୍ତ୍ତା ନେଇ ଚଳଚ୍ଚିତ୍ରଟି ୨୦୨୪ ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିବାର ଲକ୍ଷ୍ୟ ରଖିଛି ପ୍ରଯୋଜନା ସଂସ୍ଥା । ଏହି କ୍ରମରେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଓଡିଶା ରାଜନୀତିକୁ ତର୍ଜମା କରି ପ୍ରଯୋଜକ କହିଛନ୍ତି ବିଜେପି, କଂଗ୍ରେସ ନା ବିଜେଡି ? ପଦ୍ମ, ହାତ ନା ଶଙ୍ଖ ? ଭୋଟ ଦେବା କୋଉଠି ?

ଏହା ମଧ୍ୟ ପଢନ୍ତୁ:ଓଡ଼ିଆ ଫିଲ୍ମ ସମୀକ୍ଷାର ସ୍ପେଶାଲ ସ୍କ୍ରିନିଂ, ଆସନ୍ତାବର୍ଷ ପରଦାକୁ ଆସିବ ଫିଲ୍ମ

ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଇ ନିର୍ବାଚିତ କରିବା ପ୍ରତ୍ୟେକ ଭୋଟଦାତାଙ୍କର ଏକ ଗୁରୁ ଦାୟିତ୍ୱ ହୋଇଥିବା ବେଳେ ସଚେତନତାର ଏମିତି କିଛି ବାର୍ତ୍ତା ସହ ମତଦାତାଙ୍କ ସମସ୍ୟା ଓ ସମାଧାନର କାହାଣୀ ନେଇ ଆସିବ ଚଳଚ୍ଚିତ୍ର 'ଭୋଟ ଦେବା କୋଉଠି ?' ଏହା ନିଶ୍ଚୟ ନୂଆ ଦିଗ ଦେଖାଇବ ଭୋଟରଙ୍କୁ ବୋଲି ଆଶା ରଖିଛନ୍ତି ନିର୍ମାତା । କାରଣ ଆମ ରାଜ୍ୟ ର ବିକାଶ ବା ଉତ୍ତମ ରାଷ୍ଟ୍ର ଗଠନ ଆମ ହାତରେ ଥାଏ । ପ୍ରତି ୫ ବର୍ଷରେ ଆମେ କାହାକୁ ଗାଦିରେ ବସାଇବୁ ଆଉ ଯାହାକୁ ଚୟନ କରିଛୁ ସେ ଠିକ ନ ଭୁଲ ତାହା ଆମର ନିଷ୍ପତ୍ତି ଉପରେ ନିର୍ଭର କରିଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details