ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ହନ୍ତସନ୍ତ ଯାତ୍ରୀ - traffic problem

ଟ୍ରାଫିକ ସମସ୍ୟା ଭିତରେ ହନ୍ତସନ୍ତ ଖୋର୍ଦ୍ଧା ସହରବାସୀ । ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା କାରଣରୁ ବିଭିନ୍ନ ସମସ୍ୟା ଦେଖାଦେଉଛି । ଦୁର୍ଘଟଣା ପ୍ରବଣ ଜିଲ୍ଲା ଖୋର୍ଦ୍ଧାକୁ ସୁବ୍ୟବସ୍ଥିତ କରିବା ପାଇଁ ନିଆଯାଉନାହିଁ ପଦକ୍ଷେପ ।

ଫଟୋ ସୌଜନ୍ୟ: ପ୍ରତିନିଧି. ଖୋର୍ଦ୍ଧା

By

Published : Jun 20, 2019, 2:27 PM IST

ଖୋର୍ଦ୍ଧା: ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାରେ ହନ୍ତସନ୍ତ ସହରବାସୀ । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଦୁର୍ଘଟଣା କମିବାର ନାଁ ଧରୁନି । ଖୋର୍ଦ୍ଧାକୁ ରାଜ୍ୟ ସରକାରଙ୍କର ସଡକ ପରିବହନ ବିଭାଗ, ଦୁର୍ଘଟଣା ପ୍ରବଣ ଜିଲ୍ଲା ଭାବେ ଘୋଷଣା କରିଥିବା ସତ୍ତ୍ବେ ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସହରରେ ଜବରଦଖଲର ରାଜ୍ ଓ ଅନେକ ବ୍ୟବସାୟୀ ରାସ୍ତାକୁ ଲାଗି ବ୍ୟବସାୟ କରୁଥିବାବେଳେ ପାର୍କିଙ୍ଗର ଅସୁବିଧା ଦେଖାଦେଇଛି । ମାତ୍ର ଏନେଇ ପୌରପରିଷଦ କିଛି ପଦକ୍ଷେପ ଗ୍ରହଣ କରିନାହିଁ । ତେଣୁ ସହରର ପୁରୁଣା ଡାକ୍ତରଖାନା ରାସ୍ତା, ପୁରୁଣା ବସଷ୍ଟାଣ୍ଡ, ବଡ଼ ବଜାର, ଥାନା ରାସ୍ତା ଏବଂ ପଲା ଛକ ଗୁଡିକରେ ଟ୍ରାଫିକ ସମସ୍ୟା ବିଗିଡିବାରେ ଲାଗୁଛି ।

ଏହି ସମସ୍ୟା ସମ୍ପର୍କରେ ଜିଲା ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାସ କହିଛନ୍ତି,‘ ସହରକୁ ଟ୍ରାଫିକ ସମସ୍ୟାରୁ ମୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ପୌର ପରିଷଦ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇ ଟ୍ରାଫିକ ସମସ୍ୟାକୁ ସୁବ୍ୟବସ୍ଥିତ କରାଯିବ’ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details