ଭୁବନେଶ୍ୱର: ଆଦିବାସୀ ଦମ୍ପତି ମେଳଛା ଓ ଗୁରୁବାରୀ ନୂଆ ସଂସାର କରିଛନ୍ତି ସତ । କିନ୍ତୁ ଗରିବ ହୋଇଥିବାରୁ ଗୋଟେ ଘର କରି ପାରି ନାହାନ୍ତି କି ଭଲ ଗଣ୍ଡେ ଖାଇବାକୁ ପାଇ ନାହାନ୍ତି । ସମସ୍ତ ସରକାରୀ ଯୋଜନା ଏବେବି ସେମାନଙ୍କ ପାଇଁ ଅପହଞ୍ଚ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର ନିଜ ହାତ ତିଆରି ଘରକରଣା ଜିନିଷର ଆଦର କମି ଯିବାରୁ ନିଜ ରୋଜଗାର ମଧ୍ୟ ହେଉନି । ଫଳରେ ପେଟରେ ଓଦା କପଡା ପକାଇ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଜୀବନ କାଟୁଛନ୍ତି । ନାରୀମାନେ ସବୁବେଳେ ଛୁଆ ପାଇଁ ବ୍ୟାକୁଳ ହେଉଥିବା ବେଳେ ପେଟକୁ ଦାନା ନ ମିଳିବା ସେମାନଙ୍କୁ ଅନେକ ଦୁଃଖ ଦେଇଛି । ଶେଷରେ ଗାଁର ସରକାରୀ ଦଳର ଚାମଚା ସାଜିଥିବା ରାଜୁର କଥାରେ ସରକାରୀ ଯୋଜନାରେ ଘୁଷୁରୀ ପାଳିବାକୁ ରାଜି ହୋଇଛି ।
ଘୁଷୁରୀ ଏକା ଥରକେ 16 ଟା ଛୁଆ ଦେଲେ ତାକୁ ବିକି ଭଲ ଖାଇବା ସହିତ ଘର କରି ରହିବାକୁ ସେମାନେ ଅନେକ ଆଶାରେ ଗଛମୂଳେ ଅନେଇ ବସିଛନ୍ତି । ନାଟ୍ୟକାର ତଥା ଗାଳ୍ପିକ ଗୌରହରି ଦାସ ନିଜ ଗଳ୍ପ ନୂଆ ଠିକଣାର ଏହା ହେଉଛି ନାଟ୍ୟ ରୂପ । ଯାହାକୁ ନିଜ ଶୈଳୀରେ ନିର୍ଦ୍ଦେଶନା ଦେଇଛନ୍ତି ସୁବୋଧ । ରବିନ୍ଦ୍ର ମଣ୍ଡପରେ ପରିବେଷିତ ଏହି ନାଟକଟି ଏପରି ଜୀବନ୍ତ ହୋଇଥିଲା ସତେ ଲାଗୁଥିଲା କେଉଁ ସରକାରୀ ଯୋଜନାଠାରୁ ବହୁ ଦୂରରେ ଥିବା ଆଦିବାସୀ ଗ୍ରାମ ରବୀନ୍ଦ୍ର ମଣ୍ଡପକୁ ଉଠି ଆସିଛି । ଯାହାକୁ ଉପସ୍ଥିତ ଦର୍ଶକମାନେ ଭରପୁର ଉପଭୋଗ କରିଥବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ