ଓଡିଶା

odisha

ETV Bharat / state

ରାଜଧାନୀରେ ପିସିଆର ଭ୍ୟାନ ଯୋଗାଇବ ଫାଷ୍ଟଏଡ ସେବା

ରାଜଧାନୀରେ କମିଶନରେଟ ପୋଲିସର ନୂଆ ପଦକ୍ଷେପ। ଏଣିକି ପିସିଆର କର୍ମଚାରୀ ବି ଦେଇପାରିବେ ଫାଷ୍ଟଏଡ ସେବା। ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର ସମୟରେ ଏହି ସେବା ଯୋଗାଇପାରିବେ ପିସିଆରରେ ଥିବା ପୋଲିସ କର୍ମଚାରୀ।

By

Published : Mar 6, 2019, 4:56 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ କମିଶନରେଟ ପୋଲିସର ନୂଆ ପଦକ୍ଷେପ। ଏଣିକି ପିସିଆର କର୍ମଚାରୀ ବି ଦେଇପାରିବେ ଫାଷ୍ଟଏଡ ସେବା। ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର ସମୟରେ ଏହି ସେବା ଯୋଗାଇପାରିବେ ପିସିଆରରେ ଥିବା ପୋଲିସ କର୍ମଚାରୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏନେଇ ପିସିଆର ଫାଷ୍ଟଏଡ ସେବାର ଶୁଭାରମ୍ଭ କରିଛନ୍ତି ପୋଲିସ କମିଶନର ସତ୍ଯଜିତ ମହାନ୍ତି। ଏହି ଅବସରରେ ଅଭିମନ୍ଯୁ ସାମନ୍ତରାୟ ୱେଲଫେୟାର ଟ୍ରଷ୍ଟର ସହାୟତା ଯୋଗେ ପିସିଆର ଷ୍ଟାଫଙ୍କୁ ବଣ୍ଟନ କରାଯାଇଛି ଫାଷ୍ଟଏଡ କିଟ।


ଯେଉଁଥିରେ ରହିଛି ବ୍ଯାଣ୍ଡେଜ କପଡା ସହ କଇଁଚି, ଡେଟଲ ବ୍ଯାଣ୍ଡେଡ ଓ ପେନ କିଲର ଭଳି ଫାଷ୍ଟଏଡ ସାମଗ୍ରୀ। ତେବେ ୨୦୧୮ରେ ୭ଲକ୍ଷରୁ ଅଧିକ କଲ ଆଟେଣ୍ଡ କରାଯାଇଥିବାବେଳେ ୨୩୦୦ଅଧିକ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇବା ଭଳି ସହଯୋଗ କରିଛି। ତେବେ ଫାଷ୍ଟଏଡ ସେବା କିଛିମାତ୍ରାରେ ଲୋକଙ୍କ ସେବାରେ ଆସିବା ସହ ଆଶୁ ଚିକିତ୍ସାରେ ସହାୟକ ହୋଇପାରିବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details