ଓଡିଶା

odisha

ETV Bharat / state

ଅଲୋଡା ଶିଶୁଙ୍କୁ ଏବେ ଅଳିଆ ଗଦା ନୁହେଁ, ସୁରକ୍ଷା ଦୋଳିରେ ରଖନ୍ତୁ

ଏଣିକି କମିବ ଅଲୋଡା ଶିଶୁ ମୃତ୍ଯ ହାର। କାରଣ ଅଲୋଡା ଶିଶୁଙ୍କୁ ଏଣେ ତେଣେ ନ ଫିଙ୍ଗିବାକୁ ଆରମ୍ଭ ହୋଇଛି ସଚେତନତା। ଜଙ୍ଗଲି ଜନ୍ତୁ ବା ପଶୁଙ୍କ ମୁହଁରେ ନ ଫିଙ୍ଗି ସୁରକ୍ଷା ଦୋଳିରେ ରଖିବାକୁ ଆରମ୍ଭ କରାଯାଇଛି ବ୍ଯବସ୍ଥା। ପାପସମ୍ପର୍କ ବା ଅଲୋଡା ଶିଶୁ କନ୍ଯାଙ୍କୁ ମରଣ ମୁହଁଙ୍କୁ ନ ଠେଲି ସେମାନଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ କରାଯାଇଛି ସୁରକ୍ଷା ଦୋଳିର ବ୍ଯବସ୍ଥା।

By

Published : Mar 7, 2019, 5:35 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏଣିକି କମିବ ଅଲୋଡା ଶିଶୁ ମୃତ୍ଯ ହାର। କାରଣ ଅଲୋଡା ଶିଶୁଙ୍କୁ ଏଣେ ତେଣେ ନ ଫିଙ୍ଗିବାକୁ ଆରମ୍ଭ ହୋଇଛି ସଚେତନତା। ଜଙ୍ଗଲି ଜନ୍ତୁ ବା ପଶୁଙ୍କ ମୁହଁରେ ନ ଫିଙ୍ଗି ସୁରକ୍ଷା ଦୋଳିରେ ରଖିବାକୁ ଆରମ୍ଭ କରାଯାଇଛି ବ୍ଯବସ୍ଥା। ପାପସମ୍ପର୍କ ବା ଅଲୋଡା ଶିଶୁ କନ୍ଯାଙ୍କୁ ମରଣ ମୁହଁଙ୍କୁ ନ ଠେଲି ସେମାନଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ କରାଯାଇଛି ସୁରକ୍ଷା ଦୋଳିର ବ୍ଯବସ୍ଥା।

ଭିଡିଓ ସୌଜନ୍ୟ;ସମ୍ବାଦଦାତା,ଭୁବନେଶ୍ବର

ଯାହାକି କ୍ଯାପିଟାଲ ହସପିଟାଲର ପରିସରରେ ଲଗାଯାଇଛି। ଯଦ୍ବାରା ଅନେକ ସମୟରେ ଅନେକ ଲୋକ ଅଲୋଡା ଶିଶୁଙ୍କୁ ଡଷ୍ଟବିନ ବା ଅଳିଆ ଗଦାରେ ଫିଙ୍ଗି ଦେଉଥିଲେ । ନିରୀହ ଜୀବନଟି ଅକାଳରେ ହରାଉଥିଲା ପ୍ରାଣ ।

ତେବେ ଏଭଳି ସମସ୍ଯାକୁ ରୋକିବାକୁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି। ତେବେ ଆଗକୁ ଏନେଇ ଅଧିକ ସଚେତନତା କରାଯିବା ସହ ଅନେକ ସ୍ଥାନରେ ସୁରକ୍ଷା ଦୋଳିର ବ୍ଯବସ୍ଥା କରିବାକୁ ଯୋଜନା କରାଯାଇଛି। ତେବେ ଏଭଳି ଅପରାଧ କରୁଥିବା ଅପରାଧୀ ଚାହିଁଲେ ନିଜ କୁଆରୀ ମାତୃତ୍ବ ପରିଚୟ ଦେଇ ବଞ୍ଚାଇ ପାରିବେ ନୀରିହ ଜୀବନ। ଏଥିପାଇଁ ମୁଣ୍ଡାଇବାକୁ ପଡିବନି ନିନ୍ଦା ଅପମାନ। ନଚେତ ଏଣେତେଣେ ଫିଙ୍ଗିଲେ ଲାଗି ପାରେ ୩୦୭ ଭଳି ଜାମିନ ବୀହିନ ଦଫା।


ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲାରେ ୨୦୧୭ରେ ୧୪ଟି ଶିଶୁ ଉଦ୍ଧାର ହୋଇଥିଲେ, ୭ଟି ଶିଶୁଙ୍କୁ ଚାଇଲ୍ଡଲାଇନରେ ଦାଖଲ କରିଥିଲେ କୁଆଁରୀ ମା।
ସେହିପରି ୨୦୧୮ରେ ୯ଟି ଉଦ୍ଧାର କରାଯାଇଥିବାବେଳେ ୬ଟି ଶିଶୁଙ୍କୁ କୁଆଁରୀ ମା ଚାଇଲଡ ଲାଇନରେ ଦାଖଲ କରିଥିଲେ ।


ତେବେ ଗତ କିଛିଦିନ ତଳେ ଶିଖରଚଣ୍ଡି ପାହାଡରୁ ଉଦ୍ଧାର ହୋଇଥିଲା ଜୀବିତ ଶିଶୁ କନ୍ଯା ଆଉ ଗତକାଲି କାଳି ଖମା ନିକଟରୁ ଶିଶୁ କନ୍ଯାର ମୃତଦେହ ମିଳିବା ପରେ ଖୁବଶୀଘ୍ର ପାର୍କ, ଷ୍ଟେସନ, ମଲ, ହସପିଟାଲ ନିକଟରେ ଏଭଳି ସୁରକ୍ଷା ଦୋଳି ଲଗାଇବାକୁ ଯୋଜନା ଚାଲିଛି।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details