ଓଡିଶା

odisha

Weather Update: ରାଜ୍ୟରେ ଦୁର୍ବଳ ମୌସୁମୀ, ୧୦ଦିନ ନାହିଁ ବଡ଼ ବର୍ଷା

By

Published : Aug 8, 2023, 7:27 PM IST

Updated : Aug 8, 2023, 7:42 PM IST

ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବାରୁ ଆଗାମୀ ୧୦ ଦିନ ଯାଏଁ ରାଜ୍ୟରେ ନାହିଁ ବଡ଼ ବର୍ଷାର ସମ୍ଭାବନା । ଅଧିକ ପଢନ୍ତୁ

Weather Update
Weather Update

Weather Update: ରାଜ୍ୟରେ ଦୁର୍ବଳ ମୌସୁମୀ, ୧୦ଦିନ ନାହିଁ ବଡ଼ ବର୍ଷା

ଭୁବନେଶ୍ବର:ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଛି । ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବଡ ବର୍ଷା ନାହି। ଏଭଳି ଆସନ୍ତା ୧୦ ଦିନ ଯାଏଁ ରାଜ୍ୟରେ ବର୍ଷା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅଗଷ୍ଟ ୨୦ ପରେ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। କିନ୍ତୁ ୨୦ ତାରିଖ ଯାଏଁ ଦିନର ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗର ନିୟାମକ ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରିଛି । ଏଣୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷା ନାହିଁ । ଏପରିକି ଆସନ୍ତା ୧୦ ଦିନ ଯାଏଁ ରାଜ୍ୟରେ ବର୍ଷା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହା ସହିତ ମୌସୁମୀ ନିମ୍ନ ଚାପରେଖା ଆଜି ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିବ ସହ ଏହାର ପଶ୍ଚିମ ଭାଗ ହିମାଳୟର ପାଦ ଦେଶରେ ଅବସ୍ଥାନ କରୁଥିବାବେଳେ, ଏହାର ପୂର୍ବ ଭାଗ ଉତ୍ତରପ୍ରଦେଶର ବାହରିଚ, ଗୋରଖପୁର, ସୁପାଉଲ, କୁଚବିହାରରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

ଏହା ବି ପଢନ୍ତୁ- Weather Update: ରାଜ୍ୟରେ ଦୁର୍ବଳ ସ୍ଥିତିରେ ମୌସୁମୀ, ୪ଦିନ ପର୍ଯ୍ୟନ୍ତ ନାହିଁ ବଡ଼ ବର୍ଷା

ଆସନ୍ତା ଅଗଷ୍ଟ ୨୦ ପରେ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । କିନ୍ତୁ ୨୦ ତାରିଖ ଯାଏଁ ଦିନର ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହିବ । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ଅଧିକ ଥିବାରୁ ଗୁଳୁଗୁଳି ଅନୁଭୂତ ହେବ। ସମୟେ ସମୟେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବା ବେଳେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଗଞ୍ଜାମ ଏହି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

ସେହିପରି ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାରୁ ଥିବା ବେଳେ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଅନ୍ୟପଟେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଏହି କ୍ରମରେ ସୋନପୁରର ଉଲ୍ଲୁଣ୍ଡଠାରେ ସର୍ବାଧିକ ୩୫.୪ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 8, 2023, 7:42 PM IST

ABOUT THE AUTHOR

...view details