ଓଡିଶା

odisha

By

Published : Aug 18, 2020, 3:39 PM IST

ETV Bharat / state

ଏବର୍ଷ ଖୋର୍ଦ୍ଧାରେ ପାଳନ ହେବନି ଗଣେଷ ପୂଜା

କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ମଧ୍ୟରେ ଖୋର୍ଦ୍ଧାରେ ସର୍ବସାଧାରଣରେ ପାଳନ ହେବନି ଗଣେଷ ପୂଜା । ସାମାଜିକ କଟକଣା ପାଳନ ଓ ସଂକ୍ରମଣ ରୋକିବାକୁ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ପ୍ରଶାସନ । ଅଧିକ ପଢନ୍ତୁ..

ଏ ବର୍ଷ ଖୋର୍ଦ୍ଧାରେ ପାଳନ ହେବନି ଗଣେଷ ପୂଜା
ଏ ବର୍ଷ ଖୋର୍ଦ୍ଧାରେ ପାଳନ ହେବନି ଗଣେଷ ପୂଜା

ଖୋର୍ଦ୍ଧା: ଏବର୍ଷ ଖୋର୍ଦ୍ଧା ଜିଲ୍ଲାରେ ପାଳନ ହେବନି ଗଣେଷ ପୂଜା । ଏନେଇ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ସଂକ୍ରମଣ ଆଶଙ୍କା ଥିବାରୁ ଗଣେଶ ପୁଜାକୁ ସାର୍ବଜନୀନ ଭାବେ ବନ୍ଦ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏ ବର୍ଷ ଖୋର୍ଦ୍ଧାରେ ପାଳନ ହେବନି ଗଣେଷ ପୂଜା

ଦୁଇଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ କୋଭିଡ ନିୟମ ପାଳନକୁ ନେଇ ଚଢ଼ାଉ କରାଯିବ। ଆବଶ୍ୟକ ପଡ଼ିଲେ ଖୋର୍ଦ୍ଧାରେ ସଟଡାଉନ କରାଯିବ ବୋଲି ଜିଲ୍ଲାପାଳ ସନତ କୁମାର ମହାନ୍ତି ସୁଚନା ଦେଇଛନ୍ତି।

ଦିନକୁ ଦିନ ଜିଲ୍ଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଜିଲ୍ଲାପାଳ ସନତ ମହାନ୍ତି, ବିଧାୟକ ଜିତୁ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଦଳେଇ ଏବଂ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ସାମିଲ ହୋଇ ଆଲୋଚନା କରାଯାଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details