ଓଡିଶା

odisha

ETV Bharat / state

କାଗଜପତ୍ର ଜାଲିଆତି କରି ଚାଲିଥିଲା ବାଲିଚାଲାଣ, 9 ହାଇୱା ଜବତ - ବାଲି ଚାଲାଣ

କାଗଜପତ୍ର ଜାଲିଆତି କରି ଚାଲିଥିଲା ବାଲି ଚାଲାଣ । 9 ବାଲି ବୋଝେଇ ହାଇୱା ଜବତ । ଅଧିକ ପଢନ୍ତୁ

sand lowded highwa seized in khorda
sand lowded highwa seized in khorda

By

Published : Apr 27, 2023, 1:48 PM IST

sand lowded highwa seized in khorda

ଖୋର୍ଦ୍ଧା:ଜିଲ୍ଲାରେଲଘୁ ଖଣିଜଦ୍ରବ୍ୟ ଲୁଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ହାଇୱା ମାଧ୍ୟମରେ ଚୋରା ଚାଲାଣ ହେଉଛି ବାଲି । ବିନା କାଗଜପତ୍ରରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଛି ଲଘୁ ଖଣିଜ ସମ୍ପଦ ବାଲି । ବିଶେଷକରି ବାଲି ମାଫିଆମାନେ ଚୋରାଚାଲାଣ ପାଇଁ ରାତି ସମୟକୁ ପକୃଷ୍ଟ ସମୟ ଭାବି ଲୁଟୁଛନ୍ତି । ତେବେ ଗତକାଲି(ବୁଧବାର) ଯାଞ୍ଚ ସମୟରେ 9ଟି ବାଲି ବୋଝେଇ ହାଇୱାକୁ ଜବତ କରାଯାଇଛି ।

ବାଘମାରି କଣ୍ଟିଲୋ 48 ନଂ ରାଜ୍ୟ ରାଜପଥ ସାଜିଛି ବାଲିମାଫିଆଙ୍କ ଚଲାବାଟ । ମାଫିଆମାନେ ରାଜସ୍ବ ନଦେଇ ବେଆଇନ ଭାବେ ବାଲି ଘାଟରୁ ବାଲି ଆଣି ରାତି ସମୟରେ ଚୋରା ଚାଲାଣ କରୁଛନ୍ତି । ସେପଟେ ଏହି ବାଲି ଚୋରା ଚାଲାଣ ରୋକିବା ପାଇଁ ବୁଧବାର ବେଗୁନିଆ ତହସିଲଦାରଙ୍କ ନିର୍ଦ୍ଦେଶରେ ବାଘମାରି ରାଜସ୍ୱ ନିରୀକ୍ଷକଙ୍କ ନେତୃତ୍ୱରେ ବେଗୁନିଆ ଓ ସିକୋ ରାଜସ୍ୱ ନିରୀକ୍ଷକ ବଡ଼ବେରଣା ସିମୋର ମଧ୍ୟରେ ଯାଞ୍ଚ କରିଥିଲେ । ଏହି ସମୟରେ 9ଟି ବାଲି ବୋଝେଇ ହାଇୱାକୁ ଜବତ କରାଯାଇଛି । ଜବତ ହାଇୱା ଗୁଡିକ ୱାଇ ଫର୍ମକୁ ଜାଲିଆତି (ଟାମ୍ପରିଙ୍ଗ)କରି ଚୋରା ଚାଲାଣ କରୁଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ଓ ପରିଚାଳନା କମିଟି ବିବାଦ: ବକେୟା ଦରମା ଦାବିରେ କର୍ମଚାରୀଙ୍କ ଧାରଣା

ଜବତ ହାଇୱା ଗୁଡିକୁ ବେଗୁନିଆ ତହସିଲ କାର୍ଯ୍ୟାଳୟରେ ରଖା ଯାଇଥିବା ବେଳେ ସେମାନଙ୍କ ଠାରୁ ଚାଲାଣ କଟାଯାଇ ଛଡ଼ାଯିବ ବୋଲି ବେଗୁନିଆ ତହସିଲଦାର ପ୍ରଧାନ ଟୁଲି ଆମ୍ମା କହିଛନ୍ତି । ସେହିପରି ରାତି ସମୟ ଓ ଛୁଟି ଦିନ ମାନଙ୍କରେ ଏହି ମାଫିଆ ମାନେ ବେସି ସକ୍ରିୟ ହୋଇ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ କରୁଥିବା ବେଳେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତହସିଲଦାର । ବିଶେଷକରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମାଙ୍କଡ଼ା ପଥର, ବାଲି, ମୋରମ ଚୋରା ଚାଲାଣ ବଢ଼ୁଥିବା ବେଳେ ବିଭିନ୍ନ ସମୟରେ ରାଜସ୍ୱ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ଦ୍ଵାରା ଧରା ପଡି ମୋଟ ଅଙ୍କର ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ମାଫିଆମାନେ ଏଥିରୁ ବିରତ ହେଉନଥିବା ଦେଖିବକୁ ମିଳିଛି । ବିଶେଷକରି ବାଲି ହାଇୱା ଯାତାୟାତ ପାଇଁ ନିର୍ଦ୍ଦିଷ୍ଟ ସମୟ ନଥିବାରୁ ରାସ୍ତାରେ ଯାତାୟାତ କଷ୍ଟସାଧ୍ୟ ହୋଇପଡୁଛି ଏବଂ ରାସ୍ତାରେ ଗାଡିରୁ ବାଲି ଉଡି ଦୁର୍ଘଟଣା ଘଟୁଥିବା ସମ୍ନାକୁ ଆସୁଛି ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details