ଓଡିଶା

odisha

ETV Bharat / state

ଡାକ୍ତରଙ୍କ ଅସାବଧାନତାରୁ ନବଜାତ ଶିଶୁ ଗୁରୁତର ଅଭିଯୋଗ

ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ସିଡିଏମଓଙ୍କ ଦ୍ବାରସ୍ଥ ହୋଇଛନ୍ତି ।

By

Published : Jul 9, 2019, 5:29 PM IST

Updated : Jul 9, 2019, 8:40 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା


ଖୋର୍ଦ୍ଧା: ଡାକ୍ତରଙ୍କ ଅବହେଳାରୁ ନବଜାତକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତରତୁଆ ଗ୍ରାମର ଆଜାଦ ଖାନ ପତ୍ନୀ ଗତ 2 ତାରିଖରେ ପ୍ରସବ ବେଦନା ଯୋଗୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଆରତୀ ମିଶ୍ର ଅସ୍ତ୍ରୋପଚାରର କିଛି ସମୟ ପରେ ଶିଶୁପୁତ୍ର ଗୁରୁତର କହି ଭୁବନେଶ୍ବରକୁ ସ୍ଥାନାନ୍ତର କରିଥିଲେ । ଆଜାଦ ନବଜାତକକୁ ଧରି ପ୍ରଥମେ ଭୁବନେଶ୍ବରର ଏମସ ଯାଇ ପରେ କଟକ ଶିଶୁ ଭବନରେ ଭର୍ତ୍ତି କରାଇଥିଲେ ।

ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଅସାବଧାନତା ଯୋଗୁଁ ଶିଶୁପୁତ୍ର ମୁଣ୍ଡରେ ଆଘାତ ଲାଗିଛି ବୋଲି ଡାକ୍ତରଙ୍କ ଠାରୁ ଆଜାଦ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ପରିବାର ଲୋକେ ଏବେ ସିଡିଏମଓ ଦ୍ବାରସ୍ଥ ହୋଇଛନ୍ତି । ସେପଟେ ସିଡିଏମଓ କହିଛନ୍ତି ଏକ ସ୍ବତନ୍ତ୍ର ଟିମ ଦ୍ବାରା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Last Updated : Jul 9, 2019, 8:40 PM IST

For All Latest Updates

ABOUT THE AUTHOR

...view details