ଓଡିଶା

odisha

ETV Bharat / state

ସୁଦୃଢ଼ ହେବ ପରିବହନ ବ୍ୟବସ୍ଥା, ବସ୍‌ଷ୍ଟାଣ୍ଡ୍‌ ପାଇଁ ନୂଆ ଯୋଜନା

ପରିବହନ ବ୍ୟବସ୍ଥା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ପଦକ୍ଷେପ । ବ୍ଲକ ସ୍ତରୀୟ ବସ୍‌ଷ୍ଟାଣ୍ଡ୍‌ ର୍ନିମାଣ ଓ ରକ୍ଷଣାବେକ୍ଷଣ ପାଇଁ ନୂଆ ଯୋଜନା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 15, 2023, 3:23 PM IST

ସୁଦୃଢ ହେବ ପରିବହନ ବ୍ୟବସ୍ଥା
ସୁଦୃଢ ହେବ ପରିବହନ ବ୍ୟବସ୍ଥା

ଭୁବନେଶ୍ବର:ରାଜ୍ୟରେ ସୁଦୃଢ଼ ହେବ ପରିବହନ ବ୍ୟବସ୍ଥା । ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ପଦକ୍ଷେପ । ରାଜ୍ୟରେ ବ୍ଲକସ୍ତରୀୟ ବସଷ୍ଟାଣ୍ଡ ର୍ନିମାଣ ଓ ରକ୍ଷଣାବେକ୍ଷଣ ପାଇଁ ଏକ ନୂଆ ଯୋଜନା ଆଣିଛି ପରିବହନ ବିଭାଗ । ଯାହାକୁ ନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

ତେବେ ବିଜ୍ଞପ୍ତି ଅନୁଯାୟୀ, ବସଷ୍ଟାଣ୍ଡ ର୍ନିମାଣ, ନବୀକରଣ ଓ ରକ୍ଷଣାବେକ୍ଷଣ ନାମରେ ଏହି ଯୋଜନା ରଖାଯାଇଛି । ଯୋଜନା ଅଧୀନରେ ୨୩ ଜିଲ୍ଲାରେ ୫୫ଟି ଅତ୍ୟାଧୁନିକ ବସଷ୍ଟାଣ୍ଡ ର୍ନିମାଣ ପାଇଁ ପ୍ରସ୍ତାବ ରହିଛି । ସେଥିମଧ୍ୟରୁ ୨୩ଟି ନୂଆ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହାର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ସେହିପରି ଅବଶିଷ୍ଟ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ଏହା ବ୍ୟତୀତ ଏହି ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ଜନସାଧାରଣଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଉପଯୁକ୍ତ ଏବଂ ବୃତ୍ତିଗତ ସୁବିଧା ପରିଚାଳନା ସେବା ସଂଗଠନ ଏବଂ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରିବ । ଯାହା ଯାତ୍ରୀଙ୍କ ସୁରକ୍ଷା ଏବଂ ଆରାମ ସୁନିଶ୍ଚିତ କରିବ । ଏହା ବ୍ୟତୀତ ବଲାଙ୍ଗୀର, ଜୟପୁର, ଆଠଗଡ଼ ଓ ମୋଟୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ର୍ନିମିତ ନୂଆ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ ମଧ୍ୟ ଏହି ଯୋଜନାରେ କରାଯିବ ।

ସେହିପରି ମୋଟ ପ୍ରକଳ୍ପ ଖର୍ଚ୍ଚ ପ୍ରାୟ ୩୭୩.୧୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେଥିମଧ୍ୟରୁ ପୁଞ୍ଜି ବ୍ୟୟ ଅଟକଳ ୩୦୪.୦୮ କୋଟି ଟଙ୍କା ରହିଛି । ଅବଶିଷ୍ଟ ୬୯ କୋଟି ଟଙ୍କା ବିକଳ୍ପ ଖର୍ଚ୍ଚ ଭାବେ ଧାର୍ଯ୍ୟ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଅର୍ଥ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପୋଲିସ ଗୃହ ର୍ନିମାଣ ଓ କଲ୍ୟାଣ ନିଗମ ଲିମିଟେଡର ପରାମର୍ଶକ୍ରମେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିସହ ସଂପୃକ୍ତ ଜିଲ୍ଲା ପ୍ରଶାସନର ସୁପାରିସ କ୍ରମେ ବ୍ଲକସ୍ତରୀୟ ବସଷ୍ଟାଣ୍ଡ ର୍ନିମାଣ ପାଇଁ ଉପଯୁକ୍ତ ଜମି ଚିହ୍ନଟ ଚୂଡ଼ାନ୍ତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତିରାଜ ପ୍ରତିଷ୍ଠାନ ଓ ଉପଜିଲ୍ଲା ସ୍ତରରେ ବ୍ଲକ କର୍ମକର୍ତ୍ତାଙ୍କୁ ସାମିଲ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ନେତାଜୀ ବସ ଟର୍ମିନାଲ ବିବାଦ, ଧାରଣାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ବ୍ୟବସାୟୀ ସଂଘ

ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାର୍ବଜନୀନ ପରିବହନ ଏକ ଅତ୍ୟାବଶ୍ୟକ ଚାହିଦା ହୋଇଥିବାରୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ସେବା ହାସଲ କରିବାରେ ସଫଳ ହେବା ପାଇଁ ସରକାର ପ୍ରୟାସ କରୁଛନ୍ତି । ତେଣୁ ଏହି ଯୋଜନା କେବଳ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ ନାହିଁ ବରଂ ବ୍ଲକର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଏକ ଅର୍ଥନୈତିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ତେବେ ଏହାର ପ୍ରଭାବଶାଳୀ ତଦାରଖ ଓ କାର୍ଯ୍ୟକାରିତା ପାଇଁ ରାଜ୍ୟସ୍ତରୀୟ ପରିଚାଳନା କମିଟି ଓ ରାଜ୍ୟସ୍ତରୀୟ କାର୍ଯ୍ୟର୍ନିବାହୀ କମିଟି ଗଠନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details