ଓଡିଶା

odisha

ETV Bharat / state

ରାଜଭବନ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ଶପଥ ନେବେ ନୂଆ ସରକାର

ଆସନ୍ତା ୨୯ରେ ଓଡିଶାରେ ଶପଥ ନେବେ ନୂଆ ସରକାର । ଏଥର ରାଜଭବନ ନୁହେଁ ପ୍ରଦର୍ଶନୀ ପଡିଆରେ ଶପଥ ଉତ୍ସବ କାର୍ଯ୍ୟକ୍ରମ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

By

Published : May 26, 2019, 3:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା ୨୯ରେ ଓଡିଶାରେ ଶପଥ ନେବେ ନୂଆ ସରକାର । ସଜେଇ ହେଉଛି ଭୁବନେଶ୍ବରର ଇଡକୋ ପ୍ରଦର୍ଶନୀ ପଡିଆ । କାରଣ ଏଥର ରାଜଭବନ ନୁହେଁ ପ୍ରଦର୍ଶନୀ ପଡିଆରେ ହେବ ଶପଥ ଉତ୍ସବ କାର୍ଯ୍ୟକ୍ରମ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଉତ୍ସବରେ ଦେଶର ବହୁ ନାମୀଦାମୀ ଶିଳ୍ପପତି ଯୋଗଦେବା ସହ ପ୍ରାୟ ପାଞ୍ଚ ହଜାର ଜନସାଧାରଣ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଦର୍ଶନୀ ପଡିଆକୁ ସମ୍ପୂର୍ଣ୍ଣ ରୂପରେ ସୁରକ୍ଷା କଡାକଡି କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ପୋଲିସ କମିଶନର, ଡିସିପି ଏବଂ ଅନ୍ୟ ପୋଲିସ ଅଧିକାରୀ ।

ଯେହେତୁ ପ୍ରଥମ ଥର ପାଇଁ ରାଜଭବନ ବାହାରେ କରାଯାଉଛି ସେଥିପାଇଁ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରାଯାଇଛି ବୋଲି ଡିଜିପି କହିଛନ୍ତି । ଅଧିକ ଖରା ହେଉଥିବାରୁ ପ୍ରଦର୍ଶନୀ ପଡ଼ିଆର ଅଧିକାଂଶ ଅଞ୍ଚଳ ଶୀତତାପ ନିୟନ୍ତ୍ରିତ ଟେଣ୍ଟ କରାଯିବ । ଏହି ଶପଥ ଉତ୍ସବ କାର୍ଯ୍ୟକ୍ରମ ପାଇଁ ବିଏମସି ଓ ପୂର୍ତ୍ତ ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ପ୍ରଦର୍ଶନୀ ପଡ଼ିଆରେ ବାତ୍ୟାରେ ପଡ଼ିଥିବା ସମସ୍ତ ଗଛ ଓ ଡାଳ ଗୁଡିକକୁ ଖାଲି କରାଯାଇଛି । ପ୍ରାୟ 100ଟି ଟ୍ରକ ମାଧ୍ୟମରେ ସମସ୍ତ ଅଳିଆ ଆବର୍ଜନାକୁ ଡମ୍ପିୟାର୍ଡକୁ ବୁହାଯାଇଛି । ଶପଥ ଉତ୍ସବରେ ଯେପରି କୌଣସି ସମସ୍ୟା ନହୁଏ ସେପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details