ଓଡିଶା

odisha

ପୁଣି ଅଲୋଡ଼ା ଶିଶୁକନ୍ୟା

By

Published : May 10, 2023, 9:42 AM IST

ଖୋର୍ଦ୍ଧା ଜିଲ୍ଲା କୁହୁଡିର ଏକ ଘରୋଇ ଡାକ୍ତରଖାନାରୁ ଏକ ଦୁଇ ମାସର ପରିତ୍ୟକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

new born girl child rescued
new born girl child rescued

ଖୋର୍ଦ୍ଧା:ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଘରୋଇ ଡାକ୍ତରଖାନା ପରିସରରୁ ପରିତ୍ୟକ୍ତ ଶିଶୁ କନ୍ୟା ଉଦ୍ଧାର । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା କୁହୁଡିର ଏକ ଘରୋଇ ଡାକ୍ତରଖାନାରୁ ଏକ ଦୁଇ ମାସର ପରିତ୍ୟକ୍ତ ଶିଶୁ କନ୍ୟାକୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି । ପରେ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଏହି ଶିଶୁଟିର ଯତ୍ନ ଏବଂ ସୁରକ୍ଷା ନିମନ୍ତେ ଭୁବନେଶ୍ବର ପାତ୍ରପଡା ସ୍ଥିତ ଆମଘର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅବସ୍ଥାପିତ କରାଯାଇଅଛି ।

ସୂଚନା ଅନୁଯାୟୀ, କୁହୁଡି ସ୍ଥିତ ଏକ ଘରୋଇ ଡାକ୍ତରଖାନାର ମୁଖ୍ୟଦ୍ବାର ନିକଟରେ ଶିଶୁଟି ଉଦ୍ଧାର ହୋଇଛି । ଦୁଇ ଦିନ ପୂର୍ବରୁ କେହି ଜଣେ ଏହି ଦୁଇ ମାସର ଶିଶୁଟିକୁ ବିଳମ୍ବିତ ରାତିରେ ଅସହାୟ ଅବସ୍ଥାରେ ଛାଡି ଦେଇଥିଲେ । ଏନେଇ କୁକୁର ଭୁକିବା ଏବଂ ପିଲାଟିର କାନ୍ଦିବାର ଶବ୍ଦ ଶୁଣି ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଶିଶୁଟିକୁ ଉଦ୍ଧାର କରିଥିଲେ ଏବଂ ଡାକ୍ତରଖାନାର ପରିଚାଳନା କମିଟି ଦ୍ବାରା ଶିଶୁଟିକୁ ଡାକ୍ତରଖାନାରେ ଚିକତ୍ସା କରାଯିବା ସହିତ ଆଖପାଖ ଅଞ୍ଚଳରେ ଡାକ୍ତରଖାନା ତରଫରୁ ଧ୍ବନି ଯନ୍ତ୍ର ମାଧ୍ୟମରେ ଏହି ଶିଶୁଟି ବିଷୟରେ ପ୍ରଚାର କରାଯାଇଥିଲା ।

ଏନେଇ ସ୍ଥାନୀୟ ପୋଲିସ ମଧ୍ୟ ଏହାକୁ ତଦନ୍ତ କରିଥିଲେ । ଦୁଇ ଦିନ ମଧ୍ୟରେ ଏହି ଶିଶୁଟିର କୌଣସି ଅବିଭାବକ କିମ୍ବା ଦାବିଦାର ନ ଆସିବାରୁ ଡାକ୍ତରଖାନା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କ ସହିତ ଶିଶୁଟିର ଯତ୍ନ ସୁରକ୍ଷାକୁ ନେଇ ଯୋଗାଯୋଗ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଚାଇଲ୍ଡ ଲାଇନ ଶିଶୁଟିକୁ ଡାକ୍ତରଖାନାରୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ପ୍ରକାଶ ଥାଉକି, ଗତକାଲି(ମଙ୍ଗଳବାର) ଅପରାହ୍ନରେ ବୋଲଗଡ ବ୍ଲକରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା । ଏନେଇ ଆଜବେଷ୍ଟ ଛପର ଘର, ସ୍କୁଲ ଘର ସହ କୁକୁଡା ଚାଷୀ ପ୍ରଭାବିତ ହୋଇଛି । ପିଚୁକୁଳି ଗ୍ରାମର ଦୀନବନ୍ଧୁ ପଟ୍ଟନାୟକଙ୍କ ଦୁଇ ବଖରା ଘରର ଆଜବେଷ୍ଟ ଉଡି ଯାଇଥିବା ବେଳେ ହାଟବସ୍ତ ସ୍ଥିତ ମାଆ ଯୋଗମାୟା ଉଚ୍ଚ ବିଦ୍ୟାଳୟ ଘର ଭାଙ୍ଗି ମାଟିରେ ମିଶି ଯାଇଛି । ସେହିପରି ଗେଡିଆପଲ୍ଲୀ ପଞ୍ଚାୟତ ଗୌଡନୂଆଗାଁର ଚାଷୀ ବିକାଶ ପରିଡା 5 ହଜାର କୁକୁଡା ଚାଷ ପାଇଁ ବିଭିନ୍ନ ବ୍ୟାଙ୍କ ଋଣ ଆଣି ଏବଂ ହାତ ଉଧାରି କରି କରିଥିବା ଫାର୍ମଟି ସଂପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଛି । ପ୍ରାୟ ୧୧ ଦିନ ତଳେ ସୁଗୁନା କମ୍ପାନୀ ଦ୍ବାରା ବିକାଶ ୫ ହଜାର କୁକୁଡ଼ା ଚିଆଁ ସେ ଫାର୍ମରେ ପକାଇଥିଲେ । କାଳ ବୈଶାଖୀ ତାଣ୍ଡବରେ ସବୁ ମାଟିରେ ମିଶିବା ସହ ଭଙ୍ଗା ଘର ତଳେ ହଜାର ହଜାର ଚିଆଁ ରହିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ , ଖୋର୍ଦ୍ଧା

ABOUT THE AUTHOR

...view details