ଓଡିଶା

odisha

ETV Bharat / state

ନା ଶଙ୍ଖ ନା ପଦ୍ମ, ଏଥର ଜଟଣୀରେ ଆସିବ ହାତ

ଏଥର ଜଟଣୀରେ ନା ଶଙ୍ଖ ଆସିବ ନା ପଦ୍ମ ଫୁଟିବ । ଆସିବ ତ କେବଳ ହାତ ଆସିବ । ଏଭଳି କିଛି ଦୃଢୋକ୍ତି ପ୍ରକାଶ କରି ଚର୍ଚ୍ଚାରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ ।

By

Published : Apr 21, 2019, 4:45 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଏଥର ଜଟଣୀରେ ନା ଶଙ୍ଖ ଆସିବ ନା ପଦ୍ମ ଫୁଟିବ । ଆସିବ ତ କେବଳ ହାତ ଆସିବ । ଏଭଳି କିଛି ଦୃଢୋକ୍ତି ପ୍ରକାଶ କରି ଚର୍ଚ୍ଚାରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ । ଶନିବାର ଏକ ନିର୍ବାଚନୀ ପଦଯାତ୍ରାରେ ଯୋଗ ଦେଇ ସୁର ଏପରି ମନ୍ତବ୍ୟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ ଶନିବାର ଜିଲ୍ଲାରେ ଆୟୋଜିତ ଏକ ପଦଯାତ୍ରାରେ ଯୋଗ ଦେଇ ସୁର କହିଛନ୍ତି କି ନବୀନ ସରକାରର 19 ବର୍ଷ ଶାସନ କାଳରେ ଏହା ଚାଷୀଙ୍କୁ 19 ହାତ ଜଳ ସେଚନର ସୁବିଧା ଯୋଗାଇବାରେ ଅସମର୍ଥ । ଏଥିସହ କାଳିଆ ଯୋଜନାକୁ କଟାକ୍ଷ କରି ଆ ଫୁ ବୋଲି ମଧ୍ୟ କହିଛନ୍ତି ।

ବିବାଦୀୟ ମନ୍ତବ୍ୟ ଦେବା ସହ ଚଳିତ ନିର୍ବାଚନ ପ୍ରଚାରରେ ଟଙ୍କା ଖର୍ଚ୍ଚ ନ କରି ଏହାକୁ ରାଜ୍ୟର ଶହୀଦଙ୍କ ପରିବାରକୁ ଦେବା ପାଇଁ ଘୋଷଣା କରିଛନ୍ତି ସୁର । ପ୍ରକାଶ ଯେ ଜଟଣୀ ନିର୍ବାଚନ ମଣ୍ଡଳୀର ଶରଧାପୁର ପଞ୍ଚାୟତରେ ପ୍ରଚାର ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି ସୁର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details